ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ ଶନିବାର ୩ ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ବାଲ୍ୟସରା ପଞ୍ଚାୟତର ପୂର୍ବତନ ପିଇଓ ତଥା ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଜେ. ରାମା ରାଓ, କବିସୂର୍ଯ୍ୟନଗର ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ତଥା ବାଲ୍ୟସରା ପଞ୍ଚାୟତ ଦାୟିତ୍ୱରେ ଥିବା ସବ୍ୟସାଚୀ ଗନ୍ତାୟତ ଏବଂ ପୁରୁଷୋତ୍ତମପୁରର ମା’ ତାରାତାରିଣୀ କନଷ୍ଟ୍ରକ୍ସନର ମାଲିକ ତଥା ଠିକାଦାର କୃଷ୍ଣଚନ୍ଦ୍ର ବେହେରା। ବ୍ରହ୍ମପୁର ଭିଜିଲାନ୍ସ ମାମଲା ନଂ.୧୪/୨୬ରେ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ବାଲ୍ୟସରା ପଞ୍ଚାୟତର ୫ଟି ଗ୍ରାମରେ ୧୨୨ଟି ଷ୍ଟ୍ରିଟ ଲାଇଟ ଲଗାଯାଇଥିବା ଦର୍ଶାଇ ବିଲ୍‌ ପ୍ରସ୍ତୁତ କରାଯାଇଥିଲା। ହେଲେ ବାସ୍ତବରେ ମାତ୍ର ୨୦ଟି ଲାଇଟ ଲଗାଯାଇଥିବା ବେଳେ ଅବଶିଷ୍ଟ ୧୦୨ଟି ଲାଇଟ ଲଗାଯାଇ ନ ଥିଲା। ଏହାସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ୧୨୨ଟି ଲାଇଟ୍‌ ଲଗାଯାଇଥିବା ଦର୍ଶାଇ ଠିକାଦାର କୃଷ୍ଣଚନ୍ଦ୍ରଙ୍କୁ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟରେ ୧୦୨ଟି ଲାଇଟ ନ ଲଗାଇ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହଡ଼ପ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

ସେହିପରି ଷ୍ଟ୍ରିଟ ଲାଇଟ ରକ୍ଷଣାବେକ୍ଷଣ ବାବଦରେ ଜେ. ରାମା ରାଓଙ୍କୁ ୯୭ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ୪୧ ହଜାର ୪୯୩ ଟଙ୍କାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇ ନ ଥିବା ଏବଂ ଏହି ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିଛି। ଏପରି ମୋଟ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଥିବା ଭିଜିଲାନ୍ସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ପୂର୍ବତନ ପିଇଓ, ଜେଇ ଓ ଠିକାଦାର ଏବଂ ବାଲ୍ୟସରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀଙ୍କୁ ଅଭିଯୁକ୍ତ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ…

ଗୁଡାରି ବଂଶଧାରା ବିଜୁ ସେତୁ ରାସ୍ତାର ହେବ ନବକଳେବର; ମଞ୍ଜୁର ହେଲା ୨.୯୬ ଲକ୍ଷ ଟଙ୍କା

ଗୁଡାରି,୨୧।୧୧(ପ୍ରମୋଦ କୁମାର ପତି ): ଗୁଡାରି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁଡାରି ସହର ନିକଟସ୍ଥ ବାଦିଗୁଡା ଛକଠାରୁ ବଂଶଧାରା ବିଜୁ ସେତୁ ପର୍ଯ୍ୟନ୍ତ…

ଏସ୍‌ପିଙ୍କ ଅଫିସ ଆଗରେ ସପରିବାର ଆତ୍ମାହୁତି ଚେତାବନୀ

ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ…

ପୁଣିଥରେ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ; କହିଲେ- ଆଉ ଗୋଟିଏ ବର୍ଷ ସୁନାଠାରୁ…

ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା…

ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ…

ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର…

‘ଆପଣ ସମସ୍ତଙ୍କୁ ଖୁସି କରିପାରିବେ ନାହିଁ’: ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବା କାହିଁକି ଏମିତି କହିଲେ କପିଲ ଦେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବାକୁ ନେଇ ବେଶ ହଟଚମଟ ସୃଷ୍ଟି…

ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?