ହିଡିସିଙ୍ଗ ପ୍ରକଳ୍ପ ପାଇଁ ଯୁଗ୍ମ କମିଟି ଯାଞ୍ଚ: ୨ ସପ୍ତାହରେ ଯିବ ଜମି ଅନୁମତି ପ୍ରସ୍ତାବ

ବନ୍ତଳା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ତ୍ତବିଭାଗ ରାସ୍ତା ନିମନ୍ତେ ଡାହାଣ ପାର୍ଶ୍ୱ ପାହାଡ଼ ଉପରେ ଅଂଶରେ ଏକ ବିକଳ୍ପ ରାସ୍ତା ନିର୍ମାଣ ହେବ। ଏ ନେଇ ମଙ୍ଗଳବାର ଏକ ଯୁଗ୍ମ କମିଟି ପକ୍ଷରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି।
କମିଟି ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ପାଇଁ ମୋଟ ୩ଶହ ହେକ୍ଟର ଜମି ଆବଶ୍ୟକ। ପ୍ରକଳ୍ପ ନିର୍ମାଣ ହେଲେ ପୂର୍ତ୍ତବିଭାଗ ରାସ୍ତାର ୩.୫ କିଲୋମିଟର ପାଣିରେ ବୁଡିବ। ଉକ୍ତ ରାସ୍ତା ପରିବର୍ତ୍ତେ ୫ କିଲୋମିଟର ନୂତନ ରାସ୍ତା କରତପଟା ଗ୍ରାମ ଦେଇ ପବଲା, କୃଷ୍ଣ ଚକ୍ରଗଡ଼ ଜଙ୍ଗଲ ଦେଇ ପମ୍ପାସର ପୋଲ ପାଖରେ ମିଶିବ। ପ୍ରକଳ୍ପ ଓ ରାସ୍ତା ବୁଡି ଅଞ୍ଚଳ, ନୂତନ ରାସ୍ତା ନିର୍ମାଣ ହେଲେ ସମୁଦାୟ ୮୭ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେଉଛି। ଏହାର ଭରଣା ପାଇଁ ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜ ବରାଡ଼ିହ, କାଦମ୍ବିନୀ ପୁର, ତନୁଗୁଳା ଅଞ୍ଚଳରୁ ୯୪ ହେକ୍ଟର ସରକାରୀ ଜମି ଏବଂ ଅନୁଗୋଳ ବନଖଣ୍ଡ ଅଞ୍ଚଳରୁ ୧୨୦ ହେକ୍ଟର ଖୋଲା ଜଙ୍ଗଲ ଜମିରେ ସମୁଦାୟ ୭୦ ହଜାର ଗଛ ଲାଗିବ। ସେହିପରି ରାସ୍ତା ନିର୍ମାଣ ପାଇଁ ପିଲର ପୋଷ୍ଟିଂ, ଡିଜିପିଏସ, ଜିପିଏସ ରିଡିଙ୍ଗ ହେବା ସହିତ ମ୍ୟାପ କାର୍ଯ୍ୟ ସରିଛି। ଏହି ପିଲର ପୋଷ୍ଟିଂ ଓ ମ୍ୟାପ ଠିକ ଭାବରେ କରାଯାଇଛି ନା ନାହିଁ ସେ ନେଇ ଯୁଗ୍ମ କମିଟି ପକ୍ଷରୁ ଯାଞ୍ଚ କରାଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜଙ୍ଗଲ ଜମିକୁ ଅନୁମତି ଦେବା ପାଇଁ ଅନୁଗୋଳ ବନଖଣ୍ଡରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିବା ଅନୁଗୋଳ ଡିଏଫଓ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ହେଲେ ୧୫ଟି ପଞ୍ଚାୟତର ଚାଷୀ ଉପକୃତ ହେବା ସହିତ ଅନୁଗୋଳ ସହରରେ ଦେଖା ଦେଉଥିବା ପାଣି ସଙ୍କଟ ଦୂର ହୋଇପାରିବ ବୋଲି କୁହାଯାଇଛି।
ଏହି ଯୁଗ୍ମ କମିଟିରେ ଅନୁଗୋଳ ଡିଏଫଓ ଭି କାର୍ତ୍ତିକ, ବନ୍ତଳା ରେଞ୍ଜ ଅଧିକାରୀ ବିନ୍ଦୁପ୍ରସାଦ ପ୍ରଧାନ, ଅନୁଗୋଳ ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଜଳ ଅନୁସନ୍ଧାନ ବିଭାଗ ଯୋବ୍ରା କଟକର ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ସହକାରୀ ନିର୍ମାଣ ଯନ୍ତ୍ରୀ ସୁଶାନ୍ତ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, ଅନୁଗୋଳ ଅନୁସନ୍ଧାନ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନନ୍ଦ, ପୂର୍ବତନ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ପାଳ, ଭିଜନଟେକ କନସୁଲଣ୍ଟାନ୍ସ ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରା, ସର୍ଭେର ପ୍ରଦୀପ ଓଝା, ହିଡିସିଙ୍ଗ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ, ଉପସଭାପତି ଦୁର୍ଗାଚରଣ ପ୍ରଧାନ, ସମ୍ପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ଦୈତାରି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ମହାସଂଘର ଉପଦେଷ୍ଟା ତ୍ରିନାଥ ସାହୁ, ସଦସ୍ୟ ଯତୀନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ନିରଞ୍ଜନ ଦେହୁରୀ, ତାପସ ଦେହୁରୀଙ୍କ ସମେତ ବନ କର୍ମଚାରୀ, ଜଳ ଅନୁସନ୍ଧାନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri