ଗୁଡାରି ବଂଶଧାରା ବିଜୁ ସେତୁ ରାସ୍ତାର ହେବ ନବକଳେବର; ମଞ୍ଜୁର ହେଲା ୨.୯୬ କୋଟି ଟଙ୍କା

ଗୁଡାରି,୨୧।୧୧(ପ୍ରମୋଦ କୁମାର ପତି ): ଗୁଡାରି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁଡାରି ସହର ନିକଟସ୍ଥ ବାଦିଗୁଡା ଛକଠାରୁ ବଂଶଧାରା ବିଜୁ ସେତୁ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାର ଖୁବ୍‌ଶୀଘ୍ର ନବୀକରଣ ହେବାକୁ ଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରି ଏନଏସି (NAC) କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ସଂଖ୍ୟା ୩୧୭୨୧ (ତାରିଖ ୨୦.୧୧.୨୦୨୬) ଜରିଆରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରାୟ ୧ କିଲୋମିଟର ରାସ୍ତାର ନବକଳେବର ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ତୁରନ୍ତ ପରବର୍ତ୍ତୀ ପଦକ୍ଷେପ ନେବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିପରି କାମ ଶେଷ ହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏନଏସି କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗୁଡାରି ସହରର ଏହି ମୁଖ୍ୟ ପ୍ରବେଶ ପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ବିଶେଷ କରି ବର୍ଷା ଦିନେ କାଦୁଅ ପଚପଚ ଯୋଗୁଁ ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ୁଥିଲା। ନିକଟରେ ଏହି ରାସ୍ତାରେ ବସ୍, ଅଟୋ ଏବଂ ମିନି ଟ୍ରକ୍ ଆଦି ଫସିଯିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ପ୍ରତିଦିନ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ସମେତ ଶହ ଶହ ଗାଡ଼ିମୋଟର ଯାତାୟାତ କରୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ରାସ୍ତା ନିର୍ମାଣ ଦାବିରେ ପୂର୍ବରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଗୁଡାରି ବନ୍ଦ ଡାକରା ଦିଆଯାଇଥିଲା। ଏଥିସହ ସ୍ଥାନୀୟ ଯୁବ ଗୋଷ୍ଠୀ ‘ୟୁଥ୍ ଫର୍ ଚେଞ୍ଜ’ ପକ୍ଷରୁ ଜିଲାପାଳଙ୍କ ଗୁଡାରି ଗସ୍ତ ସମୟରେ ତାଙ୍କୁ ରାସ୍ତାରେ ଅଟକାଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲାପାଳ ମଧ୍ୟ ଖୁବ୍‌ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଗୁଡାରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ମଧ୍ୟ ରାସ୍ତା ମରାମତି ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଡୁଡ଼ା (DUDA) କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖି ଅବଗତ କରାଇଥିଲେ।

ଏବେ ଅର୍ଥ ମଞ୍ଜୁର ହୋଇଥିବାରୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ସହ ଗୁଡାରି ସହର ଏକ ନୂତନ ପରିଚୟ ପାଇବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ପାଇଁ ସହରର ବୁଦ୍ଧିଜୀବୀମାନେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ବଦଳିକୁ ବିରୋଧ କରି ନାକରୁଣ୍ଡିରେ ଗଣଧାରଣା: ପୂର୍ବତନ ଡାକ୍ତରଙ୍କୁ ପୂରାଇ ଦେବୁନି ବୋଲି ଚେତାବନୀ ଦେଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୧।୧୧ (ଦୁର୍ଗା କୀର୍ତ୍ତି): : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବଦଳି ଓ ନିଯୁକ୍ତିକୁ ନେଇ ସ୍ଥାନୀୟ…

ବାତ୍ୟା ବର୍ଷାରେ ଉଜୁଡ଼ିଲା ଚାଷୀଙ୍କ ସୁନା ଫସଲ; ରାଜକନିକାରେ ଜଳମଗ୍ନ ହେକ୍ଟର ହେକ୍ଟର ପାଚିଲା ଧାନ ଜମି; ତୁରନ୍ତ କ୍ଷୟକ୍ଷତି…

ରାଜକନିକା୨୧।୧୧(ସଞ୍ଜୟ କୁମାର ଦାଶ): ଆଉ ଦିନ କେଇଟା ପରେ ବିଲରୁ ସୁନା ଫସଲ ଅମଳ ହୋଇଥାନ୍ତା, ହେଲେ ବାତ୍ୟା ପ୍ରଭାବିତ ଲଗାଣ ବର୍ଷା ଚାଷୀଙ୍କ ସବୁ ସ୍ୱପ୍ନକୁ…

ନାବାଳିକା ବଳାତ୍କାରୀଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତ ଲାଲ…

ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ…

ଏସ୍‌ପିଙ୍କ ଅଫିସ ଆଗରେ ସପରିବାର ଆତ୍ମାହୁତି ଚେତାବନୀ

ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ…

ମତ୍ସ୍ୟଜୀବୀଙ୍କୁ ସହାୟତାର ହାତ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ପୋଡ଼ମ ପେଟା କଣ୍ଟିଆଗଡ଼ ନିକଟସ୍ଥ…

ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର…

ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?