ଶ୍ମଶାନରେ ଚେକ୍‌ଡ୍ୟାମ ନିର୍ମାଣକୁ ବିରୋଧ

ବଇଣ୍ଡା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମର ଶ୍ମଶାନରେ ଚେକଡ୍ୟାମ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଚିହ୍ନଟ କରିଥିବା ନାଳ ଉପରେ ଚେକଡ୍ୟାମ ନିର୍ମାଣ କରା ନ ଯାଇ ଶଶ୍ମାନରେ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ହେଉଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମର ମାହେଶ୍ୱରୀ ମନ୍ଦିର ନିକଟରେ ମଙ୍ଗଳବାର ଅନୁଷ୍ଠିତ ବୈଠକ ପରେ ଗ୍ରାମବାସୀ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଅନୁଗୋଳ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ବଡ଼ହୁଲାରୁ ଝିଲିମୁଣ୍ଡା ପର୍ଯ୍ୟନ୍ତ ବହି ଯାଇଥିବା ନାଳର ଧୁଣ୍ଡି ପ୍ରାଥମିକ ବିଦ୍ୟାଳୟ ନିକଟରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ କିଛି ବର୍ଷ ପୂର୍ବେ ଗ୍ରାମବାସୀ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଧୁଣ୍ଡି ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାବେଳେ ପାଣିର ଅଭାବ ଚାଷ କାର୍ଯ୍ୟରେ ବାଧା ସାଜୁଛି। ଉକ୍ତ ଚେକଡ୍ୟାମ ନିର୍ମାଣ ହେଲେ ଗ୍ରାମରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଏକର ଜମିକୁ ପାଣି ମଡ଼ାଯାଇପାରିବ। ୪୦ ଲକ୍ଷ ଟଙ୍କା ଅଟକଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏଠାରେ ଡ୍ୟାମ ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଥିବାବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ଗ୍ରାମକୁ ଯାଇ କେଉଁଠାରେ ଉକ୍ତ ଚେକଡ୍ୟାମଟି ନିର୍ମାଣ ହେବ ସେ ଉପରେ ସମୀକ୍ଷା କରିଥିଲେ। ପରେ ଧୁଣ୍ଡି ପ୍ରାଥମିକ ବିଦ୍ୟାଳୟ ନିକଟରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମତ ଦେଇଥିଲେ। ହେଲେ ଉକ୍ତ ସ୍ଥାନକୁ ଛାଡି ଏକ ଶ୍ମଶାନରେ ନିଛାଟିଆ ଅଞ୍ଚଳରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଠିକାଦାରଙ୍କ ପକ୍ଷରୁ ଉକ୍ତ ଶଶ୍ମାନରେ ଚେକଡ୍ୟାମ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗ୍ରାମବାସୀ ଚୟନ କରିଥିବା ସ୍ଥାନରେ ଉକ୍ତ ଚେକ ଡ୍ୟାମକୁ ନିର୍ମାଣ କରିବା ପାଇଁ ଗ୍ରାମ ସଭାପତି କେଶବଚନ୍ଦ୍ର ଭୋଇ, ଗଗନ ରାଉଳ, ଭଗବାନ ସାହୁ, କରୁଣାକର ପ୍ରଧାନ, ପୀତବାସ ସାହୁ, ଶ୍ରୀକାନ୍ତ ପ୍ରଧାନ, ନରୋତ୍ତମ ସାହୁ, ଲିଙ୍ଗରାଜ ବିଶ୍ୱାଳ, ପ୍ରମୋଦ କୁମାର ବିଶ୍ୱାଳ, ଲକ୍ଷ୍ମଣ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅନନ୍ତ ରାଉଳଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।
ଏ ନେଇ କ୍ଷୁଦ୍ରଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, ଗ୍ରାମବାସୀ ଯେଉଁ ସ୍ଥାନକୁ ଚୟନ କରିଥିଲେ ପରେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଚେକ ଡ୍ୟାମଟି ଅନ୍ୟତ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଯଦି ଗ୍ରାମବାସୀ ଚୟନ କରିଥିବା ଜାଗାରେ ଚେକଡ୍ୟାମ ନିର୍ମାଣ କରିବାକୁ ଚାହୁଁଛନ୍ତି ସେ ଉପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?