ଶ୍ମଶାନରେ ଚେକ୍‌ଡ୍ୟାମ ନିର୍ମାଣକୁ ବିରୋଧ

ବଇଣ୍ଡା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମର ଶ୍ମଶାନରେ ଚେକଡ୍ୟାମ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଚିହ୍ନଟ କରିଥିବା ନାଳ ଉପରେ ଚେକଡ୍ୟାମ ନିର୍ମାଣ କରା ନ ଯାଇ ଶଶ୍ମାନରେ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ହେଉଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମର ମାହେଶ୍ୱରୀ ମନ୍ଦିର ନିକଟରେ ମଙ୍ଗଳବାର ଅନୁଷ୍ଠିତ ବୈଠକ ପରେ ଗ୍ରାମବାସୀ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଅନୁଗୋଳ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ବଡ଼ହୁଲାରୁ ଝିଲିମୁଣ୍ଡା ପର୍ଯ୍ୟନ୍ତ ବହି ଯାଇଥିବା ନାଳର ଧୁଣ୍ଡି ପ୍ରାଥମିକ ବିଦ୍ୟାଳୟ ନିକଟରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ କିଛି ବର୍ଷ ପୂର୍ବେ ଗ୍ରାମବାସୀ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଧୁଣ୍ଡି ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାବେଳେ ପାଣିର ଅଭାବ ଚାଷ କାର୍ଯ୍ୟରେ ବାଧା ସାଜୁଛି। ଉକ୍ତ ଚେକଡ୍ୟାମ ନିର୍ମାଣ ହେଲେ ଗ୍ରାମରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଏକର ଜମିକୁ ପାଣି ମଡ଼ାଯାଇପାରିବ। ୪୦ ଲକ୍ଷ ଟଙ୍କା ଅଟକଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏଠାରେ ଡ୍ୟାମ ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଥିବାବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ଗ୍ରାମକୁ ଯାଇ କେଉଁଠାରେ ଉକ୍ତ ଚେକଡ୍ୟାମଟି ନିର୍ମାଣ ହେବ ସେ ଉପରେ ସମୀକ୍ଷା କରିଥିଲେ। ପରେ ଧୁଣ୍ଡି ପ୍ରାଥମିକ ବିଦ୍ୟାଳୟ ନିକଟରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମତ ଦେଇଥିଲେ। ହେଲେ ଉକ୍ତ ସ୍ଥାନକୁ ଛାଡି ଏକ ଶ୍ମଶାନରେ ନିଛାଟିଆ ଅଞ୍ଚଳରେ ଚେକଡ୍ୟାମ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଠିକାଦାରଙ୍କ ପକ୍ଷରୁ ଉକ୍ତ ଶଶ୍ମାନରେ ଚେକଡ୍ୟାମ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗ୍ରାମବାସୀ ଚୟନ କରିଥିବା ସ୍ଥାନରେ ଉକ୍ତ ଚେକ ଡ୍ୟାମକୁ ନିର୍ମାଣ କରିବା ପାଇଁ ଗ୍ରାମ ସଭାପତି କେଶବଚନ୍ଦ୍ର ଭୋଇ, ଗଗନ ରାଉଳ, ଭଗବାନ ସାହୁ, କରୁଣାକର ପ୍ରଧାନ, ପୀତବାସ ସାହୁ, ଶ୍ରୀକାନ୍ତ ପ୍ରଧାନ, ନରୋତ୍ତମ ସାହୁ, ଲିଙ୍ଗରାଜ ବିଶ୍ୱାଳ, ପ୍ରମୋଦ କୁମାର ବିଶ୍ୱାଳ, ଲକ୍ଷ୍ମଣ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଅନନ୍ତ ରାଉଳଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।
ଏ ନେଇ କ୍ଷୁଦ୍ରଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, ଗ୍ରାମବାସୀ ଯେଉଁ ସ୍ଥାନକୁ ଚୟନ କରିଥିଲେ ପରେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଚେକ ଡ୍ୟାମଟି ଅନ୍ୟତ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଯଦି ଗ୍ରାମବାସୀ ଚୟନ କରିଥିବା ଜାଗାରେ ଚେକଡ୍ୟାମ ନିର୍ମାଣ କରିବାକୁ ଚାହୁଁଛନ୍ତି ସେ ଉପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri