Posted inରାଜ୍ୟ

୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍‌ ଡିପୋ ଏବଂ ଅନ୍ୟଟି ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ। ଖଣ୍ଡଗିରି ବସ୍‌ ଡିପୋ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତାହା ବୁଲି ଦେଖିଥିଲେ। ଉନ୍ନତ ନିର୍ମାଣ ସହିତ ବସ୍‌ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ ମାସରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ସଚିବ(୫-ଟି) ଭି.କେ. ପାଣ୍ଡିଆନ, ଭୁବନେଶ୍ୱର ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିସିସି ସଭାପତିଙ୍କୁ ଟାର୍ଗେଟ

ଭୁବନେଶ୍ୱର,୧୬।୭(ଅନିଲ ଦାସ): କଂଗ୍ରେସରୁ ନିଲମ୍ବନ ନୋଟିସ ପାଇବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପରୋକ୍ଷରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଟାର୍ଗେଟ କରିଛନ୍ତି । ସେ...

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ...

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ...

ପସନ୍ଦର ବିଦ୍ୟାଳୟ ଯିବାକୁ ଚାଲିଛି ରାଜନୀତି

ଜଗତ୍‌ସିଂହପୁର ଅଫିସ,୧୧ା୭: ରାଜ୍ୟ ସରକାର କିଛି ବର୍ଷ ପ୍ରାଥମିକ ବିଦ୍ୟାଳୟସ୍ତରରେ ସମାନୁପାତିକ ଭିତ୍ତିରେ ଶିକ୍ଷକ ବଦଳି କରୁଥିଲେ। କିନ୍ତୁ ତାହା ବନ୍ଦ କରାଯାଇ ନୂଆ ବଦଳି...

ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର...

ଲିଙ୍ଗ ନିରୂପଣ ସୂଚନାକାରୀଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ):ରାଜ୍ୟରେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ରୋକିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା...

ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ...

ସାଲିଆସାହିରେ କମିଶନରେଟ୍‌ ପୋଲିସର ଚଢାଉ

ଭୁବନେଶ୍ବର,୨୦।୯(ବ୍ୟୁରୋ):ଭୁବନେଶ୍ବର ସାଲିଆସାହିରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ଚଢାଉ କରିଛି। ଏହି ଚଢାଉରେ ବିପୁଳ ପରିମାଣରେ ଦେଶୀ ମଦ ସହ ପ୍ରସ୍ତୁତ ସାମଗ୍ରୀ ପୋଲିସ ଜବତ କରିଛି...

Advertisement
Archives

Model This Week