ଶିକ୍ଷାରେ ସବଳ ହେବେ ଦୁର୍ବଳ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୩ା୩ – କରୋନା କାରଣରୁ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅଧିକ ଚିନ୍ତା କରାଯାଉଛି। ମେ ୩ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ଅତିକମ୍‌ରେ ୧୦୦ ଦିନର ଶ୍ରେଣୀଗୃହ ପାଠପଢ଼ା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏତେ କମ୍‌ ସମୟ ମଧ୍ୟରେ ପିଲାଙ୍କୁ ପ୍ରସ୍ତୁତ କରାଯିବା କଷ୍ଟକର ହୋଇଥିବାରୁ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସମ୍ବଳିତ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯାଇଛି। ହେଲେ ଅନ୍‌ଲାଇନ୍‌ରେ ବର୍ଷତମାମ କ୍ଲାସ କରିଥିବା ଅନୁଗୋଳ ଜିଲାର ୧୮ ହଜାର ୯୯୬ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରାୟ ୭ ହଜାର ଜଣ ଠିକ୍‌ ଭାବେ ପଢ଼ିପାରି ନାହାନ୍ତି। ତେଣୁ ଶିକ୍ଷାଗ୍ରହଣରେ ଏପରି ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ସବଳ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ‘ଲୋ-ଆଚିଭର କ୍ଲାସ୍‌’ ଆରମ୍ଭ କରାଯାଇଛି। ଏହାଦ୍ୱାରା ଆସନ୍ତା ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ଉନ୍ନତ ପ୍ରଦର୍ଶନ କରିବା ସହ ରେଜଲ୍ଟରେ ଅନୁଗୋଳ ଜିଲାକୁ ପୂର୍ବାପେକ୍ଷା ଅଧିକ ସଫଳତା ମିଳିପାରିବ ବୋଲି ପ୍ରଶାସନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଅନୁଗୋଳ ଜିଲାରେ ଚଳିତବର୍ଷ ୨୪୮ ବିଦ୍ୟାଳୟର ୧୮ ହଜାର ୯୯୬ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ତେବେ ଦୀର୍ଘଦିନ ଧରି ଏହି ଛାତ୍ରୀଛାତ୍ରମାନେ ସ୍କୁଲ ନ ଆସି ଅନ୍‌ଲାଇନ୍‌ରେ କ୍ଲାସ କରୁଥିବାରୁ ପାଠପଢ଼ା ଆଶାନୁଯାୟୀ ହୋଇପାରି ନାହିଁ। ତେଣୁ ପରୀକ୍ଷା ପୂର୍ବରୁ ପିଲାଙ୍କୁ ଚାପମୁକ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନାନା ପଦକ୍ଷେପ ନିଆଯାଉଛି। ‘ଶିକ୍ଷା ଦର୍ପଣ’ ବଣ୍ଟନ କରାଯାଇଥିବା ବେଳେ ବିଷୟଗୁଡ଼ିକର ନମ୍ବର ୧୦୦ରୁ ୮୦କୁ ହ୍ରାସ କରାଯାଇଛି। ତେବେ ଶିକ୍ଷାଗ୍ରହଣରେ ଅନୁଗୋଳ ଜିଲାର ୨୪୮ ବିଦ୍ୟାଳୟର ୬୯୮୫ ଛାତ୍ରୀଛାତ୍ର ପଛରେ ପଡ଼ିଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଏହି ପିଲାମାନଙ୍କୁ ସ୍ବତନ୍ତ୍ର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ଲୋ-ଆଚିଭର କ୍ଲାସ୍‌ ଆରମ୍ଭ ହୋଇଛି। ବିଶେଷକରି ଇଂଲିଶ, ବିଜ୍ଞାନ ଓ ଗଣିତ ବିଷୟ ପଢ଼ାଯାଉଛି। ଆବଶ୍ୟକସ୍ଥଳେ ସାହିତ୍ୟ, ସଂସ୍କୃତ/ହିନ୍ଦୀ, ଭୂଗୋଳ ଓ ଇତିହାସ ବିଷୟରେ ଶିକ୍ଷାଦାନ କରାଯାଉଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପଢ଼ିବା ପରେ ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ପୁନର୍ବାର ଅନ୍ୟମାନଙ୍କ ସହ ଶ୍ରେଣୀରେ ଯୋଗ ଦେଉଛନ୍ତି। ପରୀକ୍ଷାରେ ପ୍ରତ୍ୟେକ ଛାତ୍ରୀଛାତ୍ର ଯେପରି ଭଲ କରିବେ ଓ ଫଳାଫଳରେ ଜିଲା ନୂଆ ରେକର୍ଡ କରିବ ତାହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ପ୍ରୟାସ କରାଯାଉଛି। ଗତ ଫେବୃୟାରୀ ୧୫ରୁ ଆରମ୍ଭ ହୋଇଥିବା ଏହି ଲୋ-ଆଚିଭର କ୍ଲାସ୍‌ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଫଳ ନିଶ୍ଚିତ ଭଲ ମିଳିବ
ଚଳିତବର୍ଷ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାରେ ଅନୁଗୋଳ ଜିଲାରେ ରେଜଲ୍ଟ ବୃଦ୍ଧି କରିବାକୁ ଲୋ-ଆଚିଭର କ୍ଲାସ୍‌ କରାଯାଉଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦଶମଶ୍ରେଣୀର ଶିକ୍ଷାରେ ଦୁର୍ବଳ ଥିବା ପିଲାମାନଙ୍କୁ ଚୟନ କରାଯାଇ ସ୍ବତନ୍ତ୍ର ଭାବେ ଶିକ୍ଷାଦାନ କରାଯାଉଛି। କେଉଁ ବିଷୟରେ ଏପରି ପିଲାମାନଙ୍କୁ ପଢ଼ାଯିବ ସେ ନେଇ ପ୍ରଧାନଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅବଗତ କରାଯାଉଛି। ଏହି ଉଦ୍ୟମ ନିଶ୍ଚିତ ଫଳପ୍ରଦ ହେବ ଓ ପରୀକ୍ଷାଫଳରେ ଜିଲା ପୂର୍ବ ସଫଳତାକୁ ଟପିଯିବ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ
ଏହି କ୍ଳାସ ଭିଟାମିନ୍‌ ଭଳି କାର୍ଯ୍ୟ କରିବ
କରୋନା ପରବର୍ତ୍ତୀ ପରିସ୍ଥିତିରେ ଦଶମ ଶ୍ରେଣୀର ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀ କକ୍ଷରେ ସ୍ବତନ୍ତ୍ର ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନଙ୍କୁ ନୂତନ ପରୀକ୍ଷା ପଦ୍ଧତି ସମ୍ପର୍କରେ ପରିଚିତ କରିବା ସହ ପାଠ୍ୟଖସଡ଼ାକୁ ସହଜରେ ଆୟତ୍ତ କରିବାକୁ ଶିକ୍ଷକମାନେ ଆଶାବାଦୀ ଅଛନ୍ତି। ଏଥିପାଇଁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହି କ୍ଲାସ ପିଲାଙ୍କ ପାଇଁ ଭିଟାମିନ୍‌ ଭଳି କାର୍ଯ୍ୟ କରିବ।
-ସଂଗ୍ରାମ କେଶରୀ ପୃଷ୍ଟି, ଶିକ୍ଷକ, କିଶୋରନଗର ହାଇସ୍କୁଲ
ପରୀକ୍ଷା ଭଲ ହେବା ନେଇ ଆଶାବାଦୀ
ସ୍କୁଲ ଖୋଲିବା ପରେ ପାଠରେ ଥିବା ସନ୍ଦେହ ଦୂର କରୁଛୁ। ସକାଳୁ ସ୍କୁଲରେ ଦୁଇ ଘଣ୍ଟା ଅଧିକ ପଢ଼ାଯାଉଛି। କିଭଳି ପରୀକ୍ଷାରେ ଓଏମ୍‌ଆର୍‌ସିଟ୍‌ରେ ଉତ୍ତର ଦିଆଯିବ ତାହା ମଧ୍ୟ ଶିଖାଯାଉଛି। ଏହି ଅତିରିକ୍ତ କ୍ଲାସରେ ଶିକ୍ଷକମାନେ ଭଲଭାବେ ଶିକ୍ଷାଦାନ କରୁଥିବାରୁ ପରୀକ୍ଷା ଭଲ ହେବ ବୋଲି ଆଶାବାଦୀ ଅଛି।
-ଆଶିଷ କୁମାର ଦାସ, ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାପୀଠ, ଶଙ୍ଖମୁର
ଶିକ୍ଷକମାନେ ଭଲଭାବେ ବୁଝାଉଛନ୍ତି
ପରୀକ୍ଷାରେ ପିଲାମାନେ ଯେପରି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ଶିକ୍ଷକମାନେ ଉଦ୍ୟମ କରୁଛନ୍ତି। ପ୍ରତ୍ୟେକ ଦିନ ୭ଟାରୁ ୯ଟା ଯାଏ ଅତିରିକ୍ତ କ୍ଲାସ୍‌ କରାଯାଉଛି। ଖାସ୍‌କରି ଶିକ୍ଷା ଦର୍ପଣରେ ଥିବା ପାଠ୍ୟ ଖସଡ଼ାକୁ ଅଧିକ ଧ୍ୟାନ ଦେବାକୁ କୁହାଯାଉଛି। ତେଣୁ ଆଗାମୀ ବୋର୍ଡ ପରୀକ୍ଷାରେ ନିଶ୍ଚିତ ଭଲ ନମ୍ବର ରହିବ।
-ମହେନ୍ଦ୍ର କୁମାର ସାହୁ, ଛାତ୍ର, ବଣେଶ୍ୱର ଉଚ୍ଚ ବିଦ୍ୟାଳୟ, ଖମାର

ପଢ଼ାରେ ବହୁ ସୁବିଧା ହେଉଛି
ଘରେ ବସି ଅନ୍‌ଲାଇନ୍‌ରେ ପଢ଼ିବା ସହଜ ନ ଥିଲା। ସରକାର ସ୍କୁଲ ଖୋଲିବା ଓ ପ୍ରଶାସନ ଲୋ-ଆଚିଭର କ୍ଲାସ୍‌ ପାଇଁ ବ୍ୟବସ୍ଥା କରିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ବହୁ ସୁବିଧା ହୋଇଛି। ଏକ୍ସଟ୍ରା କ୍ଲାସ୍‌ରେ ଆମମାନଙ୍କ ସମସ୍ୟା ସମ୍ପର୍କରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଭଲ ଭାବେ ଶୁଣୁଛନ୍ତି। ଏପରି ପାଠପଢ଼ା ନିଶ୍ଚିତ ଭାବେ ଆସନ୍ତା ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଭଲ ଫଳାଫଳ ଦେବ।
-ସ୍ବାତୀ ସାଗରିକା ଆଚାର୍ଯ୍ୟ,
ପିଟିସି ନୋଡାଲ ହାଇସ୍କୁଲ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?