ଜମିକୁ ନିଅଣ୍ଟ ଜଳ

ଅନୁଗୋଳ ଅଫିସ, ୨୯।୧୨: ‘ଚାଷ ଅଛି ଯାହାର କେତେ ସୁଖ ତାହାର’। ଏହି ପ୍ରଚଳିତ ଆପ୍ତବାକ୍ୟ ଚାଷୀ-ଚାଷ ଭିତରେ ଥିବା ସମ୍ପର୍କ ସହିତ ଫସଲ ଉତ୍ପାଦନର ମହତ୍ତ୍ୱ ବଖାଣେ। ହେଲେ ଖଣିଖାଦାନ ଭରା ଅନୁଗୋଳ ଜିଲାରେ ଶିଳ୍ପ ପାଣି ଶୋଷୁଥିବାବେଳେ ଜମିକୁ ନିଅଣ୍ଟ ହେଉଛି ଜଳ। କାର୍ଯ୍ୟକାରୀ ଉଠାଜଳସେଚନ ବ୍ୟବସ୍ଥା ସ୍ଥାଣୁ ପାଲଟିଛି। ସମସ୍ୟା ପାଇଁ ବିଭାଗୀୟ ଅଧିକାରୀ ଅସଜଡ଼ା ବିଦ୍ୟୁତ୍‌ ବ୍ୟବସ୍ଥା ଉପରେ ଦୋଷ ଲଦୁଥିବାବେଳେ ସଂଘର୍ଷ କରୁଛି ଚାଷୀ।
ଶିଳ୍ପକୁ ନେଇ ସମୃଦ୍ଧ ଅନୁଗୋଳ। ତଥାପି ଚାଷ ପାଇଁ ଜିଲାର ଚାଷୀଙ୍କ ମଧ୍ୟରେ ରହିଛି ଉତ୍ସାହ। ନଦନଦୀ, ଡ୍ୟାମ୍‌ରେ ଭରା ଅନୁଗୋଳର କୃଷିକ୍ଷେତ୍ରର ବିକାଶ ଲାଗି ଜଳ ଉତ୍ସ, ଭୂତଳ ଜଳକୁ ବ୍ୟବହାର କରି କାର୍ଯ୍ୟକାରୀ ହୋଇଛି ଉଠାଜଳସେଚନ ପ୍ରକଳ୍ପ। ଏହାଦ୍ୱାରା ଜିଲାର ୨୨ ହଜାର ୧୪୬ ହେକ୍ଟର ଜମିକୁ ପାଣି ମାଡ଼ିବା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ପରିଚାଳନାଗତ ଅବ୍ୟବସ୍ଥା, ବିଭାଗୀୟ ଅବହେଳା କାରଣରୁ ୮୯୭ ପ୍ରକଳ୍ପ ଭିତରୁ ୨୦୫ଟି ଅଚଳ ହୋଇପଡ଼ିଛି। ସ୍ଥାଣୁ ପାଲଟିଥିବା ପ୍ରକଳ୍ପ ଯୋଗୁ ୫ ହଜାର ୬୫୮ ହେକ୍ଟର ଜମି ଜଳସେଚନ ସୁବିଧାରୁ ବଞ୍ଚତ୍ତ ହୋଇରହିଛି। କାର୍ଯ୍ୟକ୍ଷମ ୬୯୨ଟି ପ୍ରକଳ୍ପ ସହାୟତାରେ ୧୬, ୪୮୮ ହେକ୍ଟର ଚାଷଜମିକୁ ପାଣି ମାଡ଼ୁଛି।
ପ୍ରକଳ୍ପ ଅଚଳ ହେବା ପଛର ପ୍ରମୁଖ କାରଣ ଅବ୍ୟବସ୍ଥିତ ବିଦ୍ୟୁତ୍‌ ଭିତ୍ତିଭୂମି ବୋଲି କୁହାଯାଉଛି। ଦୈବୀଦୁର୍ବିପାକ ଏବଂ ବୈଷୟିକ ତ୍ରୁଟିରୁ କେତେକ ସ୍ଥାନରେ ଜଳସେଚନ ପଏଣ୍ଟ ସହିତ ସଂଯୁକ୍ତ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଅନ୍ୟ କେତେକ ସ୍ଥାନରେ ବିଦ୍ୟୁତ୍‌ ତାର ଚୋରି ହୋଇଯାଇଛି। ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏ ସମ୍ପର୍କରେ ଉଠା ଜଳସେଚନ ବିଭାଗ ନିକଟରେ ଅଭିଯୋଗ କଲେ ବିଭାଗୀୟ ଅଧିକାରୀ ନିଜର ଅସହାୟତା ପ୍ରକାଶ କରି ହାତ ଟେକି ଦେଉଛନ୍ତି। ଦୁଇ ବିଭାଗର ଅସହଯୋଗରେ ଚାଷୀ ସନ୍ତୁଳି ହେଉଥିବାବେଳେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଜିଲାରେ ଉଠାଜଳସେଚନ ପ୍ରକଳ୍ପ ଲାଗି ୨ ପ୍ରକାର ବ୍ୟବସ୍ଥା କରାଯାଇଛି। ଚାଷୀମାନେ ନିଜସ୍ବ ଉଦ୍ୟମରେ ଡିପ୍‌ ବୋରଓ୍ବେଲ ଖୋଳିପାରିବେ। ଏଥିଲାଗି ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀ ବିପିଏଲ୍‌ ବର୍ଗର ହୋଇଥିଲେ ୧୦ ହଜାର ଏବଂ ସାଧାରଣ ବର୍ଗର ଚାଷୀଙ୍କୁ ୨୦ ହଜାର ଟଙ୍କା ବିଭାଗ ନିକଟରେ ଜମା କରିବାକୁ ପଡ଼ିଥାଏ। ସେହିପରି ଜଣେ ଚାଷୀଙ୍କ ସର୍ବନିମ୍ନ ୧ ଏକର ଜମି ଏବଂ ଅନ୍ୟ ୪ ଜଣ ଚାଷୀଙ୍କ ସମାନ ଭୂମି ରହିଥିଲେ ପାଣି ପଞ୍ଚାୟତ କରି କୌଣସି ଜଳଉତ୍ସରୁ ସେମାନେ ଚାଷଜମିକୁ ପାଣି ନେଇପାରିବେ। ବିଭାଗ ପକ୍ଷରୁ ଏଥିଲାଗି ମୋଟର, ବିଦ୍ୟୁତ୍‌ ବ୍ୟବସ୍ଥା ସହ ପାଇପ୍‌ ବିଛାଇବା ଲାଗି ଆବଶ୍ୟକ ସୁବିଧା କରାଯାଇଥାଏ। ଏସବୁ ସତ୍ତ୍ୱେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଚାଷୀମାନେ ଅଡୁଆରେ ପଡୁଛନ୍ତି। ହରିବେରେଣୀ ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଉଠାଜଳସେଚନ ପ୍ରକଳ୍ପର ସୁବିଧା ପାଉଥିବା ଚାଷୀ ପରିବାର ବିଦ୍ୟୁତ୍‌ ବିଲ୍‌ ପୈଠ କରୁଛନ୍ତି। କିନ୍ତୁ ବର୍ଷାଦିନେ ପ୍ରକଳ୍ପର ସୁଫଳ ମିଳୁ ନ ଥିଲେ ମଧ୍ୟ ବିଦ୍ୟୁତ୍‌ ଦେୟ ଛାଡ଼ କରାଯାଉନାହିଁ। ଏହାକୁ ନେଇ ଅଞ୍ଚଳର ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଅନେକ ସ୍ଥାନରେ ବିଦ୍ୟୁତ୍‌ ବିଭାଗର ମନମୁଖି କାର୍ଯ୍ୟ ପାଇଁ ସେଚପ୍ରକଳ୍ପ ଅଚଳ ହେବାକୁ ବସିଛି। ସମସ୍ୟାକୁ ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ, ବିଦ୍ୟୁତ୍‌ ବିଭାଗ ଗୁରୁତ୍ୱର ସହ ବିଚାର କରିବାକୁ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।
ଏ ନେଇ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମିଶ୍ର କୁହନ୍ତି, ବିଦ୍ୟୁତ୍‌ ବିଭାଗର ଅସହଯୋଗ ପାଇଁ ପ୍ରକଳ୍ପ ଅଚଳ ହେଉଛି। ବିଦ୍ୟୁତ୍‌ ବିଭାଗ ଘରୋଇକରଣ ପରେ ସମସ୍ୟା ବଢ଼ିଛି। ବିଦ୍ୟୁତ୍‌ ତାର ଚୋରି ହେଉଛି। ଟ୍ରାନ୍ସଫର୍ମର ପୋଡ଼ିଗଲେ ମରାମତି କରାଯାଉନାହିଁ। ଆମେ ନିରୁପାୟ।

ସମାଧାନ ଆରମ୍ଭ ହୋଇଛି
ଉଠା ଜଳସେଚନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଆରମ୍ଭ ହୋଇଛି। ବିଦ୍ୟୁତ୍‌ ମିଟର ଲଗାଇବା ଲାଗି ସର୍ଭେ ଚାଲିଛି। ଜମିଜମା ବିବାଦ କାରଣରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ଦେଇହେଉନାହିଁ। ବିଦ୍ୟୁତ୍‌ ବିଭାଗ ଉପରକୁ ଯେଉଁ ଦୋଷାରୋପ କରାଯାଉଛି ତାହା ଅମୂଳକ।
– ସୁବ୍ରତ ସାହୁ, ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ୍‌
ଶିଳ୍ପ ପାଇଁ ଚାଷୀ ହତାଦର
ଜିଲାରେ ଛୋଟ ବଡ଼ ନାଳ ଜଳକୁ ଉପଯୋଗ କରି ବହୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏବେ ସେଥିରୁ ଅନେକ ଅଚଳ ହୋଇଯାଇଛି। ଶିଳ୍ପ ଜିଲା ହୋଇଥିବାରୁ ପ୍ରଶାସନ ଚାଷୀଙ୍କୁ ହତାଦର କରୁଛି।
– ମାନସ କୁମାର ପାଳ, ଅନୁଗୋଳ
ସୁଧୁରୁନି ପରିଚାଳନାଗତ ତ୍ରୁଟି
ଉଠା ଜଳସେଚନ ବିଭାଗର ପରିଚାଳନାଗତ ତ୍ରୁଟି ସୁଧୁରୁନି। ସମସ୍ୟାକୁ ଠିକ୍‌ ଭାବେ ତଦାରଖ କରାଯାଉନାହିଁ। ଚାଷୀକୁ ସବ୍‌ସିଡି ମିଳୁ ନ ଥିବାରୁ ସମସ୍ୟା ପାଚେରି ଭଳି ଛିଡ଼ା ହୋଇଛି। ଅନ୍ୟ ଉପରେ ଦୋଷ ଲଦିବା ଆଗରୁ ପ୍ରଥମେ ନିଜକୁ ପରଖିବା ଆବଶ୍ୟକ।
– ରମଣୀ ରଞ୍ଜନ ପ୍ରଧାନ, କିଶୋରନଗର
ଚାଷୀ ଗୁରୁତ୍ୱ ହରାଉଛି
ପାଣିପଞ୍ଚାୟତ ଆଇନ ଆସିବା ପରେ ଉଠା ଜଳସେଚନ ଧ୍ୱଂସାଭିମୁଖୀ ହୋଇଛି। ଚାଷୀଙ୍କୁ ଦାୟିତ୍ୱ ଦେଇ ସରକାର, ପ୍ରଶାସନ ବସିପଡ଼ିଛନ୍ତି। ଜିଲାର ଅନେକ ପ୍ରକଳ୍ପ ରୁଗ୍‌ଣ ଅବସ୍ଥାରେ ରହିଛି। ଫଳରେ ଚାଷୀ ଏବଂ ଚାଷ ଗୁରୁତ୍ୱ ହରାଉଛି।
– ରଣଜିତ ପ୍ରଧାନ, ଛେଣ୍ଡିପଦା
କାହାରି ଆନ୍ତରିକତା ନାହିଁ
ବିଭାଗୀୟ ଅବହେଳାରୁ ଜଳଉତ୍ସ କାମରେ ଲାଗୁନାହିଁ। ଖଣି ପ୍ରତି ଦେଖାଯାଉଥିବା ଆନ୍ତରିକତା ଚାଷରେ ନାହିଁ। ଉଠା ଜଳସେଚନ ପ୍ରକଳ୍ପ ରହିଲେ ସରକାର କୌଣସି ସଂସ୍ଥା ସହ ଚୁକ୍ତି କରିପାରିବେ ନାହିଁ। ତେଣୁ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ।
– ସୁବାସ ପ୍ରଧାନ

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri