ଜଳବାୟୁ ପ୍ରଦୂଷଣର ସମାଧାନ ପାଇଁ ଜିଲାପାଳଙ୍କୁ ଗୁହାରି ଜଣାଇଲେ ଗ୍ରାମବାସୀ

 କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଧୀନ ପଟୁଆକୁଦର ଗ୍ରାମବାସୀ ଜଳବାୟୁ ପ୍ରଦୂଷଣକୁ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦ୍ୱାରସ୍ଥ ହୋଇ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବି କରିଛନ୍ତି। ଗ୍ରାମ ନିକଟରେ ଥିବା ବସନ୍ତପୁରର ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରୁ ନିର୍ଗତ ମଇଳା, ଆବର୍ଜନା, ଧୂଳି, ଧୂଆଁ ଯୋଗୁ ଜଳବାୟୁ ପ୍ରଦୂଷଣ ହେଉଛି। ଫଳରେ ଜନସାଧାରଣଙ୍କ ସହ ଜୀବଜନ୍ତୁ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି।
କାରଖାନାର ପ୍ରଦୂଷଣ ଯୋଗୁ ଗାଁ ପରିବେଶ ଉପରେ କୁପ୍ରଭାବ ପଡୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ କୌଣସି ସମାଧାନ କରୁନାହାନ୍ତି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଜିଲାପାଳଙ୍କ ପାଖକୁ ଆସି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
ବିଶେଷ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ସହ ଆବଶ୍ୟକ ଉପକରଣ ବ୍ୟବହାର କରାଯାଉ ନ ଥିବାରୁ ରାତିରେ କାରଖାନାରୁ ଧୂଳି, ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପି ପରିବେଶ ପ୍ରଦୂଷିତ ହେଉଛି।
ଏପରିକି ଗଛର ପତ୍ର, ଘରବାଡି, ଜଳାଶୟରେ ଧୂଳିର ଆସ୍ତରଣ ଜମି ରହୁଛି। ଫଳରେ ଚାଷକାର୍ଯ୍ୟ ପ୍ରଭାବିତ ହେବା ସହ ଜଳାଶୟର ପାଣି ବ୍ୟବହାର ଉପଯୋଗ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଧୂଳି, ଧୂଆଁ ଯୋଗୁ ଲୋକେ ନିଃଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା  ଗ୍ରାମବାସୀ କହିଛନ୍ତି।
କାରଖାନା ଆରମ୍ଭ ସମୟରେ ସ୍ଥାନୀୟ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କହି ଲୋକଙ୍କଠାରୁ ଜମିବାଡି ନିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ତାଗିଦ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜମିବାଡି ଗଲା, କାମ ମିଳିଲା ନାହିଁ । ଏଣୁ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଥିବା କହିଛନ୍ତି।  ଯେଉଁ କେତେକ ଲୋକଙ୍କୁ କାମ ମିଳିଛି, ସେମାନଙ୍କୁ ବିଭିନ୍ନ ଦୋଷ ଦେଖାଇ ବାହାର କରିଦିଆଯାଉଛି। ପ୍ରତିବାଦ କଲେ ପୋଲିସ ଭୟ ଦେଖାଯାଉଛି।
ଏପରିକି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। ଫଳରେ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ା ନିକଟରେ ବୋହି ଯାଉଥିବା ବୈତରଣୀ ନଦୀରୁ ଅନ୍ୟ ଏକ କମ୍ପାନୀ ପାଣି ଶୋଷି ନେଉଥିବାରୁ ଜଳାଭାବ ଦେଖାଦେଉଛି।
ସେହିପରି କମ୍ପାନୀର ମଇଳା ଆବର୍ଜନାକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ଦୂଷିତ ହେଉଛି। ଲୋକେ ଏହାକୁ ବ୍ୟବହାର କରି ନାନା ରୋଗରେ ଆକ୍ରାନ୍ତ ହେବା ସହ ଗୃହପାଳିତ ପଶୁ, ପକ୍ଷୀ, ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି।
ଏଣୁ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଯୋଗ୍ୟତା ଅନୁସାରେ କମ୍ପାନୀରେ ନିଯୁକ୍ତି, କାରଖାନା ପକ୍ଷରୁ ଶିକ୍ଷକ ନିଯୁକ୍ତି, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା, ସାହି ରାସ୍ତା ନିର୍ମାଣ, ଗ୍ରାମର ଧର୍ମାନୁଷ୍ଠାନକୁ ସହାୟତା, ପ୍ରଦୂଷଣ ରୋକିବା ସହ ପ୍ରତ୍ୟେକ ପରିବାକୁ ସହଯୋଗ ଭତ୍ତା ପ୍ରଦାନ ଆଦି ୭ ଦଫା ଦାବି ନେଇ ଉଗ୍ରସେନ ନାଏକ, ପର୍ଣ୍ଣଚନ୍ଦ୍ର ନାଏକଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ କରି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri