ଏମ୍.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି। ମୃତକ ଜଣକ ସୁନ୍ଦର ପାତ୍ର (୨୩) ବୋଲି ତାଙ୍କ ସମ୍ପର୍କୀୟ ଭାଇମାନେ ଚିହ୍ନଟ କରିଛନ୍ତି।
ସୂଚନା ଅନୁଯାୟୀ, ସୁନ୍ଦର କିଛିଦିନ ହେଲା ନିଖୋଜ ଥିବା ନେି ପରିବାର ଲୋକେ ମ. ରାମପୁର ଥାନାରେ ଅଭିଯୋଗ କରିଥିଲେ। ରବିବାର ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା କେତେଜଣ ବ୍ୟକ୍ତି ପାହାଡ଼ ଉପରେ ଏକ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମ.ରାମପୁର ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

