Posted inଖେଳ

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି। ଢାକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ୮ ଉଇକେଟ୍‌ ବାଂଲାଦେଶକୁ ପରାସ୍ତ କରିଥିଲା। ଅନ୍ୟପଟେ ସିଲହଟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ର’ ରହିଥିଲା। ତେବେ ଏହି ସିରିଜ ଶେଷ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ପଏଣ୍ଟ ଟେବୁଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ବାଂଲାଦେଶକୁ ବଡ଼ ଝଟକା ଲାଗିଥିବା ବେଳେ ଭାରତକୁ ଏହାର ଫାଇଦା ମିଳିଛି।

ପ୍ରଥମ ଟେଷ୍ଟରେ ବାଂଲାଦେଶର ପରାଜୟ ଯୋଗୁ ଭାରତକୁ ବଡ଼ ଫାଇଦା ମିଳିଥିଲା। WTC ପଏଣ୍ଟ ଟେବୁଲରେ ଟିମ ଇଣ୍ଡିଆ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରୁ ଚତୁର୍ଥ ସ୍ଥାନରେ ପହଞ୍ଚିଥିଲା। ଏହା ସହିତ ଫାଇନାଲରେ ପହଞ୍ଚିବା ପାଇଁ ଭାରତର ଆଶା ଆହୁରି ମଜବୁତ ହୋଇଥିଲା। ପୂର୍ବରୁ ବାଂଲାଦେଶ ଚତୁର୍ଥ ସ୍ଥାନରେ ରହିଥିଲା। ଗତ କିଛି ମାସ ଧରି ଦଳର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପରାଜୟ ଦଳକୁ ବଡ଼ ଝଟକା ଦେଇଛି। ସିଲହଟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବାଂଲାଦେଶର ପଏଣ୍ଟ ପ୍ରତିଶତ ୪୭.୬୨ ରହିଥିଲା। ସେହିପରି ୨୬.୯୨ ପ୍ରତିଶତ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ଅଷ୍ଟମ ସ୍ଥାନରେ ଥିଲା। ଯଦି ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ଜିତିଥାନ୍ତା, ତେବେ ଦଳକୁ ଫାଇଦା ମିଳିଥାନ୍ତା। କିନ୍ତୁ ମ୍ୟାଚ ଡ୍ର’ ହେବା ପରେ ବାଂଲାଦେଶର ପଏଣ୍ଟ ପ୍ରତିଶତ ଆହୁରି ହ୍ରାସ ପାଇଛି। ଏହାଦ୍ୱାରା WTC ଫାଇନାଲ୍ରେ ପହଞ୍ଚିବା ଆଶାକୁ ମଧ୍ୟ ଝଟକା ଲାଗିଛି।

ବାଂଲାଦେଶର ପଏଣ୍ଟ ପ୍ରତିଶତ ହ୍ରାସ ପାଇ ୪୫.୮୩ରେ ପହଞ୍ଚିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜର ପଏଣ୍ଟ ପ୍ରତିଶତ ବୃଦ୍ଧି ପାଇ ୨୭.୩୮ ହୋଇଛି। ଭାରତୀୟ ଦଳ ୫୧.୫୨ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଏବେ ବାଂଲାଦେଶ ଏବଂ ଟିମ ଇଣ୍ଡିଆ ମଧ୍ୟରେ ପଏଣ୍ଟ ପ୍ରତିଶତର ବ୍ୟବଧାନ ବଢ଼ିଯାଇଛି। ଏହାର ସିଧାସଳଖ ଫାଇଦା ଭାରତକୁ ମିଳିଛି। ସୂଚନାଯୋଗ୍ୟ, ୭୨.୨୨ ପ୍ରତିଶତ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି।

ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ ବାଂଲାଦେଶକୁ ଜିତିବା ପାଇଁ ୩୬୯ ରନର ଆବଶ୍ୟକତା ଥିଲା। ଦଳ ୫୯ ଓଭରରେ ୪ଟି ଉଇକେଟ୍‌ ହରାଇ ୧୮୪ ରନ କରିଥିଲା। କିନ୍ତୁ ଖରାପ ଆଲୋକ ଯୋଗୁ ମ୍ୟାଚକୁ ବନ୍ଦ କରିବାକୁ ପଡ଼ିଥିଲା। ପରେ ମ୍ୟାଚକୁ ଡ୍ର’ ଘୋଷଣା କରାଯାଇଥିଲା।

ଏହି ମ୍ୟାଚର ପ୍ରଥମ ଇନିଂସର ୱେଷ୍ଟଇଣ୍ଡିଜ ୩୫୬ ରନ କରିଥିଲା। ଜବାବରେ ବାଂଲାଦେଶ ୩୮୬ ରନ କରି ୩୦ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ୍ରେ ୬ ଉଇକେଟ୍‌ ହରାଇ ୩୯୮ ରନ କରି ପାଳି ଘୋଷଣା କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା: ଭାରତୀୟ ଦଳକୁ ଫେରିଲେ ୨ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୯।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?