ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ରେ ଥିବା ଝିଆରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଗଞ୍ଜାମ ଜିଲା ଭଞ୍ଜନଗର-ଦୁର୍ଗାପ୍ରସାଦ ମୁଖ୍ୟ ରାସ୍ତାର ଲାଲସିଂ ସ୍ଥିତ ସ୍ଥାୟୀ ନର୍ସରୀ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ମୁଜାଗଡ଼ର ଜିତେନ୍ଦ୍ର ନାୟକ (୨୭)। ତାଙ୍କ ଭଉଣୀ ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ସାମାନ୍ୟ ଆହତ ହୋଇଥିବା ଝିଆରୀ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଥିବାରୁ ଜିତେନ୍ଦ୍ର ତାଙ୍କ ଭଉଣୀ ଓ ଝିଆରୀଙ୍କୁ ବାଇକ୍‌ରେ ବସାଇ ଭଞ୍ଜନଗର ବନ ଉନ୍ନୟନ ନିଗମ ଡିପୋ ପରିସରରେ ଥିବା ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ଲାଲସିଂ ନର୍ସରୀ ସମ୍ମୁଖରେ ଚକାଡୋଳା ରିସର୍ଟ ଆଡ଼ୁ ହଠାତ୍ ଅନ୍ୟ ଏକ ଗାଡ଼ି ଚାଲି ଆସିଥିଲା। ଏହାକୁ ଦେଖି ଜିତେନ୍ଦ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ସୋଲାର ଲାଇଟ୍ ଖୁଣ୍ଟରେ ବାଇକ୍‌କୁ ପିଟି ଦେଇଥିଲେ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଜିତେନ୍ଦ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୋମବାର ଅପରାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?