Posted inଖେଳ

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଖବର ଆସୁଛି ଯେ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ଖେଳାଳିଙ୍କ ଅଦଳବଦଳ କରିପାରନ୍ତି। ଏହି ମଧ୍ୟରେ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେଡ ହେବାର ସମ୍ଭାବନା ଉପରେ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଆଗାମୀ ଦୁଇଟି ସାଇକେଲ ପର୍ଯ୍ୟନ୍ତ ବୈଭବ ରାଜସ୍ଥାନ ରୟାଲ୍ସ ଛାଡ଼ିବେ ବୋଲି ଲାଗୁନାହିଁ।

ସୋସିଆଲ ମିଡିଆରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଜଣେ ଖବରଦାତାଙ୍କ ସହ ବୈଭବ ସୂର୍ଯ୍ୟବଂଶୀଙ୍କ IPL ଟ୍ରେଡ ସମ୍ଭାବନା ଉପରେ ଆଲୋଚନା କରୁଛନ୍ତି। ଅଶ୍ୱିନ କହିଛନ୍ତି ଯେ, ଯଦି ରାଜସ୍ଥାନ ରୟାଲ୍ସ ବୈଭବଙ୍କୁ ଛାଡ଼ିଦିଏ କିମ୍ବା ତାଙ୍କୁ ଟ୍ରେଡ କରେ, ତେବେ ଏହା ଉପରେ ସେ କ’ଣ କହିବେ ତାହା ଜାଣିପାରୁନାହାନ୍ତି।

ଅଶ୍ୱିନ କହିଛନ୍ତି, ମୋତେ ଲାଗୁନାହିଁ ଯେ ଆଗାମୀ ଦୁଇଟି ସାଇକେଲ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ କେଉଁଆଡ଼େ ଯିବେ। ଯଦି ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡ଼ିଦିଏ, ତେବେ ମୁଁ କ’ଣ କହିବି ଜାଣିନାହିଁ। ଯଦି ତାଙ୍କୁ ଟ୍ରେଡ ମଧ୍ୟ କରାଯାଏ, ତଥାପି ମୋ ପାଖରେ କହିବାକୁ କିଛି ନାହିଁ। ଏତେ ବର୍ଷ ପରେ ଏଭଳି ଜଣେ ଖେଳାଳି ମିଳିଛନ୍ତି, ଯାହାଙ୍କ ଖେଳ ଦେଖିବା ପାଇଁ ଲୋକମାନେ ଷ୍ଟାଡିୟମକୁ ଆସୁଛନ୍ତି।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ନିଜର ପ୍ରଥମ ସିଜିନ (୨୦୨୫)ରେ ହିଁ ସେ IPL ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଦ୍ୱିତୀୟ ଖେଳାଳି ଏବଂ ପ୍ରଥମ ଭାରତୀୟ ହୋଇଥିଲେ। ଦ୍ୱିତୀୟ ସିଜିନ (୨୦୨୬)ରେ ତାଙ୍କ ପ୍ରଦର୍ଶନ ଆହୁରି ଚମତ୍କାର ରହିଥିଲା। ସେ ‘ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ’ ସମେତ ପ୍ରାୟ ସମସ୍ତ ପୁରସ୍କାର ଜିତିଥିଲେ।

ଏଭଳି ସ୍ଥିତିରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡ଼ିବାର ସମ୍ଭାବନା ନଗଣ୍ୟ ବୋଲି କୁହାଯାଉଛି। ଏଥିପାଇଁ ଫ୍ରାଞ୍ଚାଇଜିକୁ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ସେମାନେ ବୈଭବଙ୍କୁ ନିଜ ପାଖରେ ରଖିବାକୁ ଚାହିଁବେ। କାରଣ ବୈଭବ ଏବେ କେବଳ ଜଣେ ଖେଳାଳି ନୁହନ୍ତି, ସେ ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇସାରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା: ଭାରତୀୟ ଦଳକୁ ଫେରିଲେ ୨ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୯।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?