ଆଜିର ହୋମିଓପ୍ୟାଥି ଚିକିତ୍ସା

ଡା. ରାଜେନ୍ଦ୍ର କୁମାର ଦାଶ

ହୋମିଓପ୍ୟାଥି ଚିକିତ୍ସାର ସୃଷ୍ଟି ହୁଏ ୧୭୯୬ ମସିହାରେ ଡା. ସାମୁଏଲ୍‌ ହାନିମାନଙ୍କ ଦ୍ୱାରା। ଆଜି ହୋମିଓପ୍ୟାଥିର ଜନକ ମହାମତ୍ା ହାନିମାନଙ୍କ ୨୬୭ତମ ଜୟନ୍ତୀ। ଏହାକୁ ହୋମିଓପ୍ୟାଥି ଦିବସ ରୂପେ ପାଳନ କରାଯାଉଛି। ୧୭୫୫ ଏପ୍ରିଲ୍‌ ୧୦ରେ ଜର୍ମାନୀ ଦେଶର ସାକ୍ସୋନୀ ପ୍ରଦେଶର ମିଶେନ୍‌ ସହରରେ ପିତା ଗଟଫ୍ରେଡ୍‌ ହାନିମାନ ଓ ମାତା ଜୋହାନା କ୍ରିଷ୍ଟାନଙ୍କ ପରିବାରରେ ସେ ଜନ୍ମ ନେଇଥିଲେ। ୧୮୪୩ ଜୁଲାଇ ୨ରେ ସେ ଇହଲୀଳା ସମ୍ବରଣ କରିଥିଲେ। ୧୭୭୯ରେ ଭେଷଜ ବିଜ୍ଞାନରେ ଶିକ୍ଷା ସମାପ୍ତି ପରେ ସେ ରୋଗୀ ସେବାରେ ମନୋନିବେଶ କଲେ। ଡା. ହାନିମାନ ଜଣେ ତତ୍କାଳୀନ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଶିକ୍ଷାପ୍ରାପ୍ତ ଚିକିତ୍ସକ ଥିଲେ ମଧ୍ୟ ସେହି ଚିକିତ୍ସାର ଅସଫଳତା ଏବଂ କୁପ୍ରଭାବକୁ ନେଇ ସେ ସନ୍ତୁଷ୍ଟ ନ ଥିଲେ। ସେ ଥିଲେ ମାନବବାଦୀ, ସତ୍ୟନିଷ୍ଠ ତଥା ପ୍ରଗାଢ ଧୀସମ୍ପନ୍ନ ବ୍ୟକ୍ତିତ୍ୱ। ତାଙ୍କର ଅନେକ ଭାଷାରେ ପାରଦର୍ଶିତା ଥିଲା।
ଏହି ଚିକିତ୍ସା ପ୍ରତି ରହିଥିବା ଭ୍ରାନ୍ତ ଧାରଣାଗୁଡ଼ିକ ବିଷୟରେ ଆଲୋଚନା କରି ଜାଣିବା ପ୍ରକୃତରେ ତଥ୍ୟ କ’ଣ?
-ହୋମିଓପ୍ୟାଥି ଔଷଧ ଡେରିରେ କାମ କରେ: ଏହା ସତ୍ୟ ନୁହେଁ। ଔଷଧଟି କେତେ ଶୀଘ୍ର କାମ କରିବ ବା କେତେଦିନ ପରେ ରୋଗୀକୁ ଆରୋଗ୍ୟ କରିପାରିବ, ଏହା ଅନେକ ଗୁଡ଼ିଏ ଅବସ୍ଥା ଉପରେ ନିର୍ଭର କରିଥାଏ, ଯଥା ରୋଗର ଅବଧି, ରୋଗର ଗୁଣ-ଧର୍ମ ଔଷଧ ଚୟନର ସଠିକତା ଇତ୍ୟାଦି।
ସବୁ ଠିକ୍‌ଠାକ୍‌ ଥିଲେ, ହୋମିଓପ୍ୟାଥି ଔଷଧ ଅତିଶୀଘ୍ର କାମ କରିଥାଏ। ବିଭିନ୍ନ ପ୍ରକାରର ଯନ୍ତ୍ରଣା, କାଶ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଓ ବାନ୍ତି, ଅର୍ଶଜନିତ ରକ୍ତ କ୍ଷରଣ ଇତ୍ୟାଦି ପରି ଅନେକ ରୋଗରେ ଏହା ଅତିଶୀଘ୍ର କାମ କରିଥାଏ।
-ହୋମିଓପ୍ୟାଥି ଚିକିତ୍ସାରେ ପ୍ରଥମେ ରୋଗ ବଢ଼ିଯାଇଥାଏ : ଏହା ମଧ୍ୟ ଏକ ଭ୍ରାନ୍ତ ଧାରଣା। ନିର୍ଦ୍ଦିଷ୍ଟ ରୋଗକୁ ବଢ଼ାଇଦେବା କୌଣସି ଚିକିତ୍ସା ପଦ୍ଧତିର ଲକ୍ଷ୍ୟ ହୋଇ ନ ପାରେ । ମାତ୍ର କେତେକ କ୍ଷେତ୍ରରେ ଚାଲୁ ରହିଥିବା ଅନ୍ୟ କିଛି ଔଷଧ ଯଥା ଷ୍ଟିରଏଡ୍‌, ଯନ୍ତ୍ରଣା ଉପଶମକାରୀ ଔଷଧ, ଅମ୍ଳପାକ ରୋଗ ପାଇଁ ନିୟମିତ ସେବନ କରୁଥିବା ଔଷଧ ଇତ୍ୟାଦିକୁ ବନ୍ଦ କରିଦେବା ପରେ ରୋଗର ମାତ୍ରା ବଢ଼ିଯାଉଥିବାରୁ ତାହାକୁ ହୋମିଓପ୍ୟାଥିଜନିତ କାରଣରୁ ବୋଲି ଭାବି ନେଇଥାନ୍ତି। କିଛି କ୍ଷେତ୍ରରେ ପୂର୍ବ ଚିକିତ୍ସା କାରଣରୁ ଚପିଯାଇଥିବା ରୋଗର ପୁନଃପ୍ରକାଶ ହୋଇପାରେ; ଯାହା କି ବର୍ତ୍ତମାନର ହୋମିଓପ୍ୟାଥି ଔଷଧଜନିତ ନୁହେଁ। ଯଦି ବି କାହାର ସେପରି ଦେଖାଦିଏ, ତୁରନ୍ତ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।
-ହୋମିଓପ୍ୟାଥି ଚିକିତ୍ସା କେବଳ ପୁରାତନ ରୋଗ ପାଇଁ ଉଦ୍ଦିଷ୍ଟ : ଏହି ଚିିକିତ୍ସା ପଦ୍ଧତିରେ ପୁରାତନ ରୋଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ମଧ୍ୟ ନୂତନ ରୋଗ ନିମନ୍ତେ ଅନେକ ଉପାଦେୟ ଔଷଧର ସମ୍ଭାର ଭରି ରହିଛି। ନୂତନ ରୋଗର ଚିକିତ୍ସା, ଅପେକ୍ଷାକୃତ ଭାବରେ ପୁରାତନ ରୋଗ ଅପେକ୍ଷା ସହଜ ଓ ସରଳ। ଉଭୟ ନୂତନ ଓ ପୁରାତନ ରୋଗର ସଫଳ ଚିକିତ୍ସକଙ୍କର ଉଦ୍ଦେଶ୍ୟ ମଧ୍ୟ ନ ଥାଏ।
-ସବୁ ରୋଗୀଙ୍କୁ ଏକା ହୋମିଓପ୍ୟାଥି ଔଷଧ ଦିଆଯାଏ ବା ସବୁ ହୋମିଓପ୍ୟାଥି ଔଷଧ ଏକାପରି : ଏହି ଚିକିତ୍ସା ପଦ୍ଧତିରେ ପାଖାପାଖି ୩୦୦୦ ପ୍ରକାରର ଔଷଧ ରହିଛି। ସବୁ ଔଷଧ ଦେଖିବାକୁ ଏକା ପରି ହୋଇଥିଲେ ମଧ୍ୟ ବାସ୍ତବରେ ସେଗୁଡ଼ିକ ପୃଥକ ହିଁ ଅଟନ୍ତି। ତେଣୁ ସବୁ ଏକାପରି ଦିଶୁଥିବା ଔଷଧକୁ ସମାନ ଭାବିବା ଅନୁଚିତ।
-ଗୋଟିଏ ଔଷଧ ସବୁ ରୋଗରେ କାମକରେ : ଗୋଟିଏ ଔଷଧର ବିଭିନ୍ନ ପ୍ରକାରର ଲକ୍ଷଣ ଥିଲେ ମଧ୍ୟ ଏହା ସବୁ ରୋଗରେ ଉପଯୋଗୀ ହୋଇ ନ ଥାଏ। ନିର୍ଦ୍ଦିଷ୍ଟ ଔଷଧର ଏକାଧିକ ଉପଯୋଗିତା ଥାଇପାରେ, ମାତ୍ର ଏହାର ଅର୍ଥ ନୁହେଁ ଯେ, ସବୁ ରୋଗରେ ସେ ଔଷଧ କାମରେ ଆସିବ। ଗୋଟିଏ ଔଷଧ କେବେ ବି ସବୁ ରୋଗ ନିମନ୍ତେ ପ୍ରୟୋଗ କରାଯାଇ ନ ଥାଏ।
-ହୋମିଓପ୍ୟାଥି ଏକ ବିଜ୍ଞାନସମ୍ମତ ଚିକିତ୍ସା ପଦ୍ଧତି ନୁହେଁ; ଏହା ଏକ ବିଜ୍ଞାନସମ୍ମତ ଚିକିତ୍ସା ପଦ୍ଧତି। କାରଣ ଏଥିରେ ବ୍ୟବହୃତ ଔଷଧଗୁଡ଼ିକ ସୁସ୍ଥ ମାନବ ପ୍ରମାଣିତ ବିନା ପ୍ରମାଣରେ କୌଣସି ଔଷଧ ବ୍ୟବହାର କରାଯାଇ ନ ଥାଏ। ଏହାର ଏକ ସ୍ବତନ୍ତ୍ର ଔଷଧ ପ୍ରସ୍ତୁତି ପ୍ରଣାଳୀ ରହିଛି; ଯାହା କି ବୈଜ୍ଞାନିକ ମାନଦଣ୍ଡ ଆଧାରରେ ହିଁ ହୋଇଥାଏ।
ଔଷଧ ପ୍ରସ୍ତୁତି ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଏକ ସଂହିତା ରହିଛି, ଯାହାର ଅନୁପାଳନରେ ହିଁ ଔଷଧ ପ୍ରସ୍ତୁତ କରାଯାଇଥାଏ।
-ଏହି ଚିକିତ୍ସାରେ ଗବେଷଣା ହେଉନାହିଁ : ଏହି ଚିକିତ୍ସା ପଦ୍ଧତିରେ ନିରନ୍ତର ଗବେଷଣା ଚାଲୁ ରହିଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ହୋମିଓପ୍ୟାଥିକ ଗବେଷଣା ପରିଷଦ କାର୍ଯ୍ୟ କରୁଛି ଏବଂ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରେ ଏହାର ଗବେଷଣାକେନ୍ଦ୍ରମାନ ରହିଛି। ଏହାଛଡ଼ା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମଧ୍ୟ ଗବେଷଣା ଚାଲୁ ରଖିଛନ୍ତି। ବିଦେଶରେ ମଧ୍ୟ ଗବେଷଣା କାର୍ଯ୍ୟକ୍ରମ ଚାଲୁ ରହିଛି ।
-ହୋମିଓପ୍ୟାଥି ଔଷଧ ସେବନ ସମୟରେ ଅନେକ କିଛି ଖାଦ୍ୟ ଓ ପାନୀୟ ବାରଣ ଥାଏ : ଔଷଧ ସେବନ ସମୟରେ ନିର୍ଦ୍ଦିଷ୍ଟ କିଛି ଖାଦ୍ୟ ପଦାର୍ଥ ଯଥା- କଞ୍ଚା ପିଆଜ, କଞ୍ଚା ରସୁଣ, ହେଙ୍ଗୁ, କର୍ପୂର ଇତ୍ୟାଦି ବାରଣ କରାଯାଇଥାଏ। କାରଣ ଏଗୁଡ଼ିକ ତୀବ୍ର ଗନ୍ଧଯୁକ୍ତ ଖାଦ୍ୟ ହୋଇଥିବାରୁ ସୂକ୍ଷ୍ମମାତ୍ରାର ହୋମିଓପ୍ୟାଥି ଔଷଧ ଉପରେ ପ୍ରଭାବ ପକାଇଥାଏ। ଏହି ଔଷଧ ସେବନ ସମୟରେ ଆମିଷ ଖାଇବାରେ କିଛି ଅସୁବିଧା ନାହିଁ ଯଦି ରୋଗ ଦୃଷ୍ଟିରୁ ଏହାର ବାରଣ ନ ଥାଏ।
-ହୋମିଓପ୍ୟାଥି ଔଷଧ ସେବନ ସମୟରେ କିଛି ଔଷଧ ଖାଇ ହେବନି : ସେପରି କିଛି ଧରା ବନ୍ଧା ନିୟମ ନାହଁି। ମାତ୍ର ନିର୍ଦ୍ଦିଷ୍ଟ ରୋଗ ନିମନ୍ତେ ବିଭିନ୍ନ ଔଷଧ ଖାଇବା ଅନୁଚିତ । ନିର୍ଦ୍ଦିଷ୍ଟ କେତେକ ପ୍ରକାରର ହୋମିଓପ୍ୟାଥି ଔଷଧ ସେବନ ସମୟରେ ଅନ୍ୟ ଔଷଧ ଖାଇବା ବାରଣ, କାରଣ ତାହା ହୋମିଓ ଔଷଧର ସୁଫଳକୁ ନଷ୍ଟ କରିଦେବାର ଆଶଙ୍କା ରହିଥାଏ। ମାତ୍ର ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ନିୟମିତ ଖାଉଥିବା ଏଲୋପ୍ୟାଥି ଔଷଧ ସହିତ ହୋମିଓ ଔଷଧ ନିର୍ଦ୍ୱନ୍ଦ୍ୱରେ ଖାଇପାରିବେ, ମାତ୍ର ସେପରି କିଛି ଔଷଧ ଖାଉଥିଲେ ଡାକ୍ତରଙ୍କୁ ଜଣାଇ ତାଙ୍କର ମତାମତ ନେବା ଉଚିତ।
-ହୋମିଓପ୍ୟାଥି ଚିକିତ୍ସାରେ ସମସ୍ତ ରୋଗର ମୂଳୋପତ୍ାଟନ ହୋଇଥାଏ: ରୋଗଟି ସମ୍ପୂର୍ଣ୍ଣ ମୂଳୋପତ୍ାଟନଯୋଗ୍ୟ ହୋଇଥିଲେ ହିଁ ଏହା ସମ୍ଭବ ହୋଇଥାଏ। ରୋଗଟି ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ହୋଇ ନ ଥିଲେ ବା ରୋଗର ଆରୋଗ୍ୟ ଅବସ୍ଥା ଅତିକ୍ରାନ୍ତ ହୋଇଯାଇଥିଲେ, ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ସମ୍ଭବ ହୋଇ ନ ଥାଏ।
-ମଧୁମେହ ରୋଗୀ ହୋମିଓପାଥି ମିଠା ଗୁଲି ଔଷଧ ଖାଇପାରିବେନି : ହୋମିଓପ୍ୟାଥି ଔଷଧ ସାଧାରଣତଃ ଅତି ଅଳ୍ପ ସଂଖ୍ୟକ ଗୁଲିରେ ଖାଇବାକୁ ଦିଆଯାଇଥାଏ, ଯେଉଁଥିରେ କି ଶର୍କରାର ମାତ୍ରା ଅତ୍ୟନ୍ତ ନଗଣ୍ୟ। ରକ୍ତଶର୍କରାର ମାତ୍ରା ଉଦ୍‌ବେଗଜନକ ଭାବରେ ଅଧିକ ନ ଥିଲେ ଏହି ମିଠାଗୁଲି ଔଷଧ ନିର୍ଦ୍ଦିଷ୍ଟ ମାତ୍ରାରେ ଖାଇ ପାରିବେ।
ଏହି ଚିକିତ୍ସା ସମ୍ବନ୍ଧରେ କୌଣସି ଭ୍ରାନ୍ତ ଧାରଣାର ସମ୍ମୁଖୀନ ହେଲେ ତାହାକୁ ତତ୍‌କ୍ଷଣାତ ବିଶ୍ୱାସ ନ କରି ଶିକ୍ଷିତ ଓ ଦକ୍ଷ ହୋମିଓପ୍ୟାଥି ଚିକିତ୍ସକଙ୍କ ସହିତ ପରାମର୍ଶ କରି ଉପୁଜୁଥିବା ଆଶଙ୍କାର ସମାଧାନ କରି ପ୍ରକୃତ ତଥ୍ୟ ବିଷୟରେ ଅବଗତ ହେବାକୁ ଅନୁରୋଧ। ଉପଯୁକ୍ତ ଶିକ୍ଷାପ୍ରାପ୍ତ ହୋମିଓପ୍ୟାଥି ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କଲେ ନିଶ୍ଚିତ ଭାବରେ ଉପକୃତ ହେବେ।
ଅଧ୍ୟାପକ, ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌
ଖାରବେଳନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri