କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ ଆତ୍ମୀୟ ହୋଇଯାଏ ଏବଂ ତା’ର ଗ୍ରହୀତା ଗଭୀର ଆତ୍ମଶ୍ଳାଘା ଅନୁଭବ କରନ୍ତି ତଥା କର୍ତ୍ତାଙ୍କର ଅଭୀଷ୍ଟ ସିଦ୍ଧି ହୁଏ। ଆମର ସାମାଜିକ ଓ ପାରିବାରିକ ଜୀବନରେ ଅନେକ ଭାବାବେଗ ସହିତ ଜଡିତ ଏହି ଶବ୍ଦଟି ଏବେ ପ୍ରାୟ ଲୋପ ପାଇଗଲାଣି। ଆଜିକାଲି କେହି କାହାକୁ ଏପରି କହୁନାହାନ୍ତି କି କହିବାକୁ ପସନ୍ଦ କରୁନାହାନ୍ତି। ଏବେ ଯିଏ ଯାହା ହାତରେ ଚଉଦପାଆ। ସାଆନ୍ତାଣୀ ଶବ୍ଦଟି (ଏବଂ ତତ୍ତୁଲ୍ୟ ଶବ୍ଦ ଯଥା ମହାତ୍ମାଣୀ, ଗୋସାମଣୀ, ମାଲିକାଣୀ, ଗୋସେଇଁମା, ନାନୀ ଗୋସେଇଁ, ବଡଘରବୋହୂ ଇତ୍ୟାଦି) ଏକ ସାମନ୍ତବାଦୀ ଚିନ୍ତାଧାରାର ପରିଚାୟକ, ଯାହା ଦିନେ ମଧ୍ୟଯୁଗୀୟ ସଂସ୍କୃତିର ନିଦର୍ଶନ ଓ ଖାନ୍‌ଦାନୀର ପରିଚୟ ଥିଲା । ଆଗେ ଜମିଦାର, ରାଜ କର୍ମଚାରୀ, ସର୍ବରାକାର, ଗ୍ରାମ ଓ ସାହିର ମୁଖ୍ୟ, ଉଚ୍ଚ ଶ୍ରେଣୀୟ ତଥା ବିତ୍ତଶାଳୀ ପରିବାରର ଗୃହିଣୀ, ଝିଅ ଓ ବୋହୂମାନଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦଟିର ବ୍ୟବହାର ପ୍ରଚଳିତ ଥିଲା। ସେ ସବୁ ପରିବାରରେ ରହୁଥିବା, ଆଶ୍ରା ପାଇଥିବା କିମ୍ବା କାମ କରୁଥିବା ନିରାଶ୍ରୟା, ପୋଇଲି, ପରିବାରୀ, ସେବକ, ହଳିଆ, ମୂଲିଆ, କୋଠିଆ, ବାରମାସିଆ, ବେଠିଆ, ବେଗାରିଆ, ଚାକିରିଆ, ବୋଲକରା, ମଜୁରିଆ ଇତ୍ୟାଦି ଶ୍ରେଣୀର ପୁରୁଷ ଓ ନାରୀ ସମ୍ପୃକ୍ତ ଘରର ମହିଳାମାନଙ୍କୁ ସମ୍ମାନର ପ୍ରତୀକ ସ୍ବରୂପ ଏହି ଭାଷାରେ ସମ୍ବୋଧନ କରୁଥିଲେ। ତା’ଛଡା ଦରିଦ୍ର ଏବଂ ଅନ୍ୟ ଶ୍ରେଣୀୟ ସହବାସିନ୍ଦା, ଯୋଗୀ, ଭିକାରି, ପଥଚାରୀ, ଅଜଣା ଲୋକ,କେଳା,ସବାଖିଆ, ଅଣଓଡିଆ ଚୁଡ଼ିବାଲା, ପସରାରେ ବିଭିନ୍ନ ପଣ୍ୟ ଦ୍ରବ୍ୟ ମୁଣ୍ଡେଇ ବା କାଖେଇ ସାହି, ଗଳି, କନ୍ଦିରେ ବୁଲି ବିକ୍ରି କରୁଥିବା ସ୍ତ୍ରୀ ଲୋକମାନେ ଘରେ ଘରେ ଏହି ଡାକରେ ଡାକୁଥିଲେ।
ଆଉଟିକେ ପଛକୁ ଫେରି ଚାହିଁଲେ ସାଆନ୍ତାଣୀ ଶବ୍ଦର ଯେଉଁ ବାସ୍ତବତା ମାନସ ଚକ୍ଷୁରେ ଭାସି ଉଠେ ତାହା ହେଉଛି ଶାନ୍ତ, ନିରୀହ, ଧାର୍ମିକ, ସହାନୁଭୂତିଶୀଳ, ପର ଦୁଃଖରେ ଦୁଃଖୀ, ଦୟାଳୁ ଆଦି ସୂକ୍ଷ୍ମ ଚରିତ୍ରର ବାଙ୍ମୟ ପ୍ରତିମାଟିଏ ଯିଏ ଯୁଗେ ଯୁଗେ ମଣିଷର ହୃଦୟକୁ ବିଗଳିତ କରି ଆସିଅଛି। ସେମିତି ଏକ ଚରିତ୍ର ଥିଲେ ମହାରାଜା ଦଶରଥଙ୍କର ପାଟରାଣୀ କୌଶଲ୍ୟା, ଯିଏ ଆପଣାର ପତି, ପୁତ୍ର ଓ ସପତଣୀ ସମସ୍ତଙ୍କର ଦୁଃଖଦ ବିଚାରଧାରାକୁ ମୁଣ୍ଡପାତି ସହି ନେଇଥିଲେ, ଯୁବରାଣୀ ଭାନୁମତୀ ଯିଏ ଅହଙ୍କାରୀ ଯୁବରାଜ ଦୁର୍ଯ୍ୟୋଧନର ସମସ୍ତ କୁକର୍ମର ନୀରବଦ୍ରଷ୍ଟା ଥିଲେ, ମହାରାଣୀ କୁନ୍ତୀ ଯିଏ ନିଜ ଜ୍ୟେଷ୍ଠପୁତ୍ର ଯୁଧିଷ୍ଠିରଙ୍କର ଅବିମୃଶ୍ୟକାରିତା ଓ ଦେଢଶୁର ଧୃତରାଷ୍ଟ୍ରଙ୍କର ଅନ୍ୟାୟ ଦେଖି ବି ଚୁପ୍‌ ରହିଥିଲେ ଇତ୍ୟାଦି । ଯେତେ ଦୁଃଖ କଷ୍ଟ ଭୋଗିଲେ ବି କେବେ ମୁହଁ ନ ଖୋଲିବା ଏମାନଙ୍କ ସ୍ବଭାବର ବିଶେଷତ୍ୱ ଥିଲା। ଅନ୍ୟାୟ ନିଷ୍ପତ୍ତିରୁ ବିରତ ହେବା ପାଇଁ ନିଜ ପତିଙ୍କୁ ବାରମ୍ବାର ପରାମର୍ଶ ଦେଉଥିବା ସୁଜ୍ଞାନୀ ମହିଳାଙ୍କ ଭିତରେ ମନ୍ଦୋଦରୀ ଓ ତାରା ଅଗ୍ରଗଣ୍ୟା ।
ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଦୃଢ ପ୍ରତିବାଦ ଜାରି ରଖି ଆତ୍ମବଳୀ ଦେଇଥିବା ମହୀୟସୀ ମହିଳା ଭାବରେ ଲକ୍ଷ୍ମୀବାଈ, ଦୁର୍ଗାବତୀ, ଅହଲ୍ୟା ବାଈ, ଶୁକଦେଈ ଇତ୍ୟାଦିଙ୍କ ନାମ ତ ଅମର ହୋଇ ରହିଛି।
ଦିନେ ସାଆନ୍ତାଣୀ ଶବ୍ଦଟି ଏତେ ଲୋକପ୍ରିୟ ଥିଲା ଯେ ତତ୍କାଳୀନ ଭାଷା ଓ ସାହିତ୍ୟକୁ ଏହା ଅନେକାଂଶରେ ପ୍ରଭାବିତ କରିଥିଲା ଯେପରି ଘରେ ଘରେ ପରିଚିତ ଲକ୍ଷ୍ମୀ ପୁରାଣ ଓ ସୁଦଶା ବ୍ରତ ବହିରେ ସ୍ବୟଂ ଲକ୍ଷ୍ମୀଙ୍କଠାରୁ ସାଧବାଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ଶବ୍ଦଟି ଏକାଧିକ ବାର ବ୍ୟବହୃତ ହୋଇଛି। ଆଧୁନିକ ଓଡ଼ିଆ ସାହିତ୍ୟ ତ ସାଆନ୍ତାଣୀ ଶବ୍ଦ ପାଇଁ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛି। ସାଧାରଣତଃ ହୃଦୟହୀନ, ନିର୍ଦ୍ଦୟ ଓ ନିଷ୍ଠୁର ଜମିଦାରଙ୍କ ପତ୍ନୀ ହୋଇଥିଲେ ବି ସାଆନ୍ତାଣୀ ଭାବରେ ଜଣାଶୁଣା ଏଭଳି ମହିଳାମାନେ ସ୍ବଭାବତଃ ବିପରୀତ ଚରିତ୍ରର ଅଧିକାରିଣୀ। ସେମାନେ ନିଜ ଓ ପର ସମସ୍ତଙ୍କର ମଙ୍ଗଳ କାମନା କରନ୍ତି, ଭୋକୀ ଶୋଷୀଙ୍କୁ ଅନ୍ନଜଳ ଦିଅନ୍ତି, ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରନ୍ତି ଏବଂ ଅନ୍ୟ ପାଇଁ ସର୍ବଦା ସେମାନଙ୍କର ହୃଦୟ କାନ୍ଦେ। ଏହାର କେତେକ ଲୋକପ୍ରିୟ ଦୃଷ୍ଟାନ୍ତ ହେଉଛି କଥା ସମ୍ରାଟ ଫକୀର ମୋହନଙ୍କ ଅନବଦ୍ୟ କୃତି ‘ଛଅ ମାଣ ଆଠଗୁଣ୍ଠ’ର ସାଆନ୍ତାଣୀ ଚରିତ୍ର ଓ ସାଆନ୍ତାଣୀ ଡାକ ଶୁଣିବା ପାଇଁ ଖଳନାୟିକା ଚମ୍ପାର ଅବସୋସ। ତାଙ୍କ ରଚିତ ଗଳ୍ପ ‘ପେଟେଣ୍ଟ୍‌ ମେଡିସିନ୍‌’ ରେ ପତି ସୋହାଗିନୀ ଶାନ୍ତ ସରଳ ପତ୍ନୀଟିଏ ଆବଶ୍ୟକ ପଡିଲେ କିପରି କଠୋର ହୋଇପାରେ ତା’ର ଉଦାହରଣ ହୋଇ ରହିଯାଇଛନ୍ତି ସାଆନ୍ତାଣୀ ସୁଲୋଚନା। ଔପନ୍ୟାସିକ କାହ୍ନୁ ଚରଣଙ୍କ ‘ଶାସ୍ତି’ ରେ ଧୋବୀବୋଉ ଆଜ୍ଞାବହ ସାଆନ୍ତାଣୀ ଭୂମିକାର ଏକ ନୀରବ ବାର୍ତ୍ତାବହ। ସାଆନ୍ତାଣୀ ଚରିତ୍ରର ଏକ ନିଚ୍ଛକ ଚିତ୍ରଣ ପଲ୍ଲୀକବି ନନ୍ଦ କିଶୋରଙ୍କ ଲୋକପ୍ରିୟ କାବ୍ୟ ପଲ୍ଲୀଚିତ୍ରରେ ମିଳେ ଏବଂ ତାହା ହେଲା ଏହିପରି, ”ସାଆନ୍ତାଣୀ ସଦା ଭକ୍ତିମତୀ, ଭୋକୀ ଶୋଷୀ ରୋଗୀଙ୍କୁ ଲୋଡନ୍ତି, ପାଆନ୍ତି ଜଳ ତୁଳସୀ, ଭାଗବତ ଘରେ ବସି, ଶୁଣନ୍ତି ଭାରତ ରାମାୟଣ ଭାଗବତ, ପରିବାର ମଙ୍ଗଳରେ ଅହୋରାତ୍ର ରତ“।
ମାତ୍ର ପରିତାପର ବିଷୟ ଏବେ ଆଉ ସାଆନ୍ତାଣୀ ନାହାନ୍ତି। ସାଆନ୍ତାଣୀ ବା ତତ୍ତୁଲ୍ୟ ଶବ୍ଦ ତା’ର ପାରମ୍ପରିକତା ହରେଇ ଏକ ପାରିବାରିକ ଲଘୁ ମନ୍ତବ୍ୟ ରୂପରେ କାଁଭାଁ ତିଷ୍ଠି ରହିଛି ଯେପରି ଅଳସୀ ଝିଅ, ବୋହୂ, କାମରେ ହେଳା କରୁଥିବା କାମବାଲି, ବୋଲ ମାନୁ ନ ଥିବା ସନ୍ତତି, ଡେରିରେ ଉଠୁଥିବା ଗୃହିଣୀ, ବିଳମ୍ବରେ ବୁଝୁଥିବା ମହିଳା ଇତ୍ୟାଦିଙ୍କୁ ଥଟ୍ଟା, ତାମସା, ତାଚ୍ଛଲ୍ୟ, ଟିପ୍ପଣୀ, ଉଦାସୀନତା ଅର୍ଥରେ ‘ମା ସାଆନ୍ତାଣୀ’, ‘ଗୋସାମଣୀ’,‘ମହାରାଣୀ’ ଇତ୍ୟାଦି କୁହଯାଏ।
ଅଲେଖ ଚନ୍ଦ୍ର ମିଶ୍ର
ସାରଦାଶ୍ରୀ ୯୦୪, ଶାସ୍ତ୍ରୀ ନଗର, ୟୁନିଟ୍‌ ୪, ଭୁବନେଶ୍‌ର
ମୋ:୯୪୩୮୬୭୩୮୯୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?