ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଭଲ ଖବର ଆସିଛି । ଦେଶର ଅଧିକାଂଶ ବଡ଼ ସହରରେ ସୁନା ଦରରେ ହ୍ରାସ ଦେଖାଯାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ପ୍ରାୟ ସ୍ଥିର ରହିଛି ।

ଗତ ସପ୍ତାହରେ ମଧ୍ୟ ସୁନା ଦର ହ୍ରାସ ପାଇଥିଲା। ୨୪ କ୍ୟାରେଟ୍‌ ସୁନା ପ୍ରାୟ ୨୨୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଥିଲା। ସେପ୍ଟେମ୍ବର ୧୪ରେ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୫୪,୭୨୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦର ୧,୪୧,୮୪୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି।

ଅନ୍ୟ ସହରଗୁଡ଼ିକରେ ମଧ୍ୟ ସୁନା ଦରରେ ହ୍ରାସ ଦେଖାଯାଇଛି। ମୁମ୍ବାଇ ଓ କୋଲକାତାରେ ୨୪ କ୍ୟାରେଟ୍‌ ସୁନା ୧,୫୪,୫୭୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ୧,୪୧,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଚେନ୍ନାଇରେ ମଧ୍ୟ ସମାନ ଦର ରହିଛି। ଯଦି ଭୁବନେଶ୍ବରରେ ସୁନା ଦର ଦେଖିବା ତାହେଲେ ୨୪ କ୍ୟାରେଟ୍‌ ସୁନା ୧୫୪୦୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନା ୧୪୧୨୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି।

ସୁନା ସହ ରୁପା ଦରରେ ମଧ୍ୟ ହ୍ରାସ ଦେଖାଯାଇଛି। ସେପ୍ଟେମ୍ବର ୧୪ ସକାଳେ ରୁପା ଦର କମି ପ୍ରାୟ ୨,୪୪,୯୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଗତ ସପ୍ତାହରେ ରୁପା ଦରରେ ପ୍ରାୟ ୫,୦୦୦ ଟଙ୍କାର ହ୍ରାସ ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ରୁପା ଦର ୨ଲକ୍ଷ ୫୦ ହଜାର ଟଙ୍କା ରହିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୁପା ଦର ହ୍ରାସ ପାଇଛି। ରିପୋର୍ଟ ଅନୁସାରେ, ସ୍ପଟ୍‌ ସିଲଭର ପ୍ରାୟ ୬୪.୫୪ ଡଲାର ପ୍ରତି ଆଉନ୍ସରେ କାରବାର କରୁଛି। ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ୁଛି।ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ଦର ଉପରେ ଆମେରିକୀୟ ଫେଡେରାଲ୍‌ ରିଜର୍ଭର ନୀତି, ଅଶୋଧିତ ତୈଳ ଦର, ଡଲାରର ଗତି, ମୁଦ୍ରାସ୍ଫୀତି ଆଶା ଏବଂ ବିଶ୍ୱସ୍ତରୀୟ ତଣାପୋଡ଼ର ପ୍ରଭାବ ପଡ଼ିବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?