ଆଇପିଏଲ୍‌-୧୪: ଗୁରୁ- ଶିଷ୍ୟ ଲଢ଼େଇ

ମୁମ୍ବାଇ,୧୦।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ପରସ୍ପରକୁ ଭେଟିବେ। ଉଭୟ ଦଳ ବିଜୟରୁ ଏଥର ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଦିଲ୍ଲୀ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ଏଥର ଆଉ ଗୋଟିଏ ପାଦ ଆଗକୁ ଯାଇ ଦିଲ୍ଲୀ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଇଞ୍ଜୁରି କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବା ଫଳରେ ତାରକା କିପର- ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦିଲ୍ଲୀର ନେତୃତ୍ୱ ପ୍ରଦାନ କରାଯାଇଛି। ଧୋନୀଙ୍କଠାରୁ ଯାହା ଶିକ୍ଷା କରିଛି ପ୍ରଥମ ମ୍ୟାଚ୍‌ରେ ଲାଗୁ କରିବାକୁ ପ୍ରୟାସ କରିବେ ବୋଲି ପନ୍ତ କିଛିଦିନ ତଳେ କହିଥିଲେ। ମାହି ଭାଇଙ୍କ ବିରୋଧରେ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଖେଳିବି। ଏହା ମୋ ପାଇଁ ଏକ ସ୍ବତନ୍ତ୍ର ତଥା ଭଲ ଅଭିଜ୍ଞତା ରହିବ। ତାଙ୍କଠାରୁ ବହୁତ କିଛି ଶିକ୍ଷା କରିଛି। ତାଙ୍କଠାରୁ ଯାହା କିଛି ବି ଶିଖିଛି ଓ ନିଜର ଅଭିଜ୍ଞତାକୁ ଏହି ମ୍ୟାଚ୍‌ରେ ପ୍ରୟୋଗ କରିବି ବୋଲି ସେ କହିଛନ୍ତି। ଅଭିଜ୍ଞ ଓପନର ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଷ୍ଟିଭ୍‌ ସ୍ମିଥ୍‌ ଓ ପନ୍ତଙ୍କୁ ନେଇ ଦିଲ୍ଲୀ ବ୍ୟାଟିଂ ଲାଇନ ବେଶ୍‌ ଦୃଢ଼ ରହିଛି। ପୁଣି ପ୍ରଥମ ମ୍ୟାଚ୍‌ରୁ ହିଁ ପନ୍ତ ନିଜର ସ୍ବାଭାବିକ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଗତ ସଂସ୍କରଣରେ ଧାଓ୍ବନ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ୬୧୮ ରନ ସଂଗ୍ରହ କରିଥିଲେ। କିଛିଦିନ ତଳେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଦମ୍‌ଦାର ପ୍ରଦର୍ଶନ କରି ଭଲ ଫର୍ମରେ ରହିଛନ୍ତି। ଏଥର ଆଇପିଏଲ୍‌ରେ ସେ ପୁଣି ଭଲ ପ୍ରଦର୍ଶନ କରିବେ। ସେହିପିର ବିଜୟ ହଜାରେ ଟ୍ରଫିରେ ରେକର୍ଡ ୮୨୭ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଧାଓ୍ବନ ଓ ପୃଥ୍ବୀ ଓପନିଂ କରିବେ। ଜଣେ ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ରୂପେ ଜଣାଥିବା ଅଧିନାୟକ ପନ୍ତ ଗତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜରେ ମ୍ୟାଚ୍‌ ଓ୍ବିନର ବିବେଚିତ ହୋଇଥିଲେ। ଏହି ଜବରଦସ୍ତ ଫର୍ମକୁ ସେ ବଜାୟ ରଖିବାକୁ ଚାହିଁବେ। ଦିଲ୍ଲୀ ଦଳରେ ମଧ୍ୟ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌, ଶିମରନ ହେଟମେୟର ଓ ସାମ ବିଲିଙ୍ଗ୍ସଙ୍କ ଭଳି ମ୍ୟାଚ୍‌ ଓ୍ବିନର ରହିଛନ୍ତି। ତେବେ ଅନ୍ତିମ ଏକାଦଶରେ କେବଳ ୪ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିବେ ଓ ଏହା ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବ। ଦ୍ରୁତ ବୋଲିଂରେ ଦିଲ୍ଲୀ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ରହିଛି। ଈଶାନ୍ତ ଶର୍ମା, କାଗିସୋ ରାବାଡ଼ା, ଉମେଶ ଯାଦବ, କ୍ରିସ୍‌ ଓ୍ବକ୍ସ, ଅନରିଚ ନର୍ଜେଙ୍କ ଭଳି ଦ୍ରୁତ ବୋଲର ଦଳରେ ରହିଛନ୍ତି। ରାବାଡ଼ା ଓ ନର୍ଜେ ପ୍ରଥମ ମ୍ୟାଚ୍‌ ନ ଖେଳିଲେ ମଧ୍ୟ ଦିଲ୍ଲୀ ପାଇଁ ସମସ୍ୟା ନାହିଁ। ସେହିପରି ଓ୍ବାଙ୍ଖଡେ ଟ୍ରାକ୍‌ରେ ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ। ଗତ ଶନିବାର କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡିବା ପରେ ଅକ୍ଷର ପଟେଲ ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ।
ଅପରପକ୍ଷରେ ଚେନ୍ନାଇ ମଧ୍ୟ କୌଣସି ଦୃଷ୍ଟିକୋଣରୁ ପଛରେ ପଡିନାହିଁ। ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ପ୍ରତ୍ୟାବର୍ତ୍ତନ କରିବା ପରେ ଦଳ ଆହୁରି ଦୃଢ଼ ହୋଇଛି। ରାଇନା ୫,୩୬୮ ରନ ସଂଗ୍ରହ କରି ଆଇପିଏଲ୍‌ର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ରାଇନା ଫେରିବା ପରେ ଚେନ୍ନାଇ ଟପ୍‌ ଅର୍ଡର ଆହୁରି ଶକ୍ତିଶାଳୀ ହେବ। ଟପ୍‌ ଅର୍ଡରରେ ଋତୁରାଜ ଗାଏକ୍ୱାଡ, ଫାଫ୍‌ ଡୁପ୍ଲେସି ଓ ଅମ୍ବାତି ରାୟୁଡୁ ଟପ୍‌ ଅର୍ଡରରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଭାରତ ବିପକ୍ଷ ଅନ୍ତିମ ଦିନିକିଆରେ ସାମ କୁରାନ ଜବରଦସ୍ତ ବ୍ୟାଟିଂ କରି ଦଳକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲେ। ତେଣୁ କୁରାନ, ଅଲରାଉଣ୍ଡର ମୋଇନ ଅଲି ଓ ସର୍ବଶ୍ରେଷ୍ଠ ଫିନିଶର ବିବେଚିତ ହେଉଥିବା ଧୋନୀ ମିଡ୍‌ଲ ଅର୍ଡରରେ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଚେନ୍ନାଇ ବୋଲିଂ ବିଭାଗର ନେତୃତ୍ୱ ନେବେ। ଶାର୍ଦ୍ଦୁଳ ମଧ୍ୟ ବ୍ୟାଟିଂ କରିବା ଦକ୍ଷତା ରଖନ୍ତି। ମିଡିୟମ ପେସର ଦୀପକ ଚହର ତାଙ୍କୁ ସହାୟତା ପ୍ରଦାନ କରିବେ। ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହେବେ। ବିନା ଦର୍ଶକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପନ୍ତ ଗୁରୁ ଧୋନୀଙ୍କୁ ଚକ୍‌ମା ଦେଉଛନ୍ତି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ:
ରିଷଭ ପନ୍ତ (ଅଧିନାୟକ/ ଉଇକେଟ କିପର), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ୍‌. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri