ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌ ରୋବୋ ଗେମ୍ସର ଦ୍ୱିତୀୟ ସଂସ୍କରଣ ଦେଖିବା ପରେ ଏହି ଲେଖକ ଭଳି ଅନେକ ଭାରତୀୟଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଏହି ହ୍ୟୁମାନଏଡ୍‌ ରୋବୋ ଗେମ୍ସ ବର୍ତ୍ତମାନ ସମଗ୍ର ବିଶ୍ୱରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଆଲୋଡ଼ନ ସୃଷ୍ଟି କରିଛି, ଯେଉଁଠାରେ ଚାଇନା ନିଜର ଅସାଧାରଣ ସଫଳତା ବଳରେ ସବୁଠାରୁ ଆଗରେ ରହିଛି। ମଣିଷ ଭଳି ଦେଖାଯାଉଥିବା ଏବଂ କାର୍ଯ୍ୟ କରୁଥିବା ହ୍ୟୁମାନଏଡ୍‌ ରୋବୋମାନଙ୍କୁ ନେଇ ଆୟୋଜିତ ଏହି ଅଲିମ୍ପିକ୍ସ ଭଳି ମହାକୁମ୍ଭରେ ଚାଇନାର ରୋବୋମାନେ ମାନବୀୟ ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ୱର ପ୍ରଥମ ବୃହତ୍‌ ଆକାରର ହ୍ୟୁମାନଏଡ୍‌ ରୋବୋ କ୍ରୀଡ଼ା ପ୍ରତିଯୋଗିତା, ଯାହାର ପ୍ରଥମ ସଂସ୍କରଣ ଅଗଷ୍ଟ ୨୦୨୫ରେ ବେଜିଂଠାରେ ଆରମ୍ଭ ହୋଇଥିଲା। ୨୦୨୬ ଅଗଷ୍ଟ ମାସରେ ଏହାର ଦ୍ୱିତୀୟ ସଂସ୍କରଣ ବେଜିଂର ପ୍ରସିଦ୍ଧ ‘ନ୍ୟାଶନାଲ ସ୍ପିଡ୍‌ ସ୍କେଟିଂ ଓଭାଲ’ଠାରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶରୁ ଦୁଇ ହଜାରରୁ ଅଧିକ ରୋବୋ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଦୌଡ଼, ହାଇଜମ୍ପ, ଫୁଟ୍‌ବଲ, ଟେବୁଲ୍‌ ଟେନିସ୍‌, ଭାରୋତ୍ତୋଳନ ଏବଂ କିକ୍‌ବକ୍ସିଂ ଭଳି ପ୍ରାୟ ୫୧ଟି କ୍ରୀଡ଼ା ଇଭେଣ୍ଟ ସାମିଲ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ସ୍ତରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସର କ୍ଷମତା ପରଖିବା। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଚାଇନାର ରୋବୋମାନେ ବିଶ୍ୱର ଦ୍ରୁତତମ ମାନବ ଉସେନ୍‌ ବୋଲ୍ଟଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ଆମେରିକା ଏବଂ ଚାଇନା ମଧ୍ୟରେ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ନେଇ ଚାଲିଥିବା ପ୍ରତିଯୋଗିତାରେ ଚାଇନା ନିଜକୁ ଆଗୁଆ ପ୍ରମାଣିତ କରିଛି। ଚାଇନା ସରକାର ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ରୋବୋଟିକ୍ସ କ୍ଷେତ୍ରରେ ପ୍ରାୟ ୧୩୮ ବିଲିୟନ ଡଲାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।
ବିଶ୍ୱର ସବୁଠାରୁ ବଡ଼ ରୋବୋ ବଜାର ଭାବେ ଚାଇନା ବର୍ତ୍ତମାନ ବିଶ୍ୱର ସର୍ବାଧିକ ହ୍ୟୁମାନଏଡ୍‌ ରୋବୋ ଉତ୍ପାଦନ କରୁଛି। ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ଚାଇନା ଅନେକ ଲକ୍ଷ ରୋବୋ ସୈନ୍ୟ ମୁତୟନ କରିବ ବୋଲି ସୂଚନା ମିଳିଲାଣି।
ଯଦି ଭାରତ ଓ ଚାଇନା ମଧ୍ୟରେ ତୁଳନାତ୍ମକ ବିକାଶକୁ ଦେଖାଯାଏ ତେବେ ଭାରତ ଚାଇନାଠାରୁ ୨୦ ବର୍ଷ ପଛରେ ରହିଥିବା ଭଳି ପ୍ରତୀୟ ହୁଏ। ଭାରତ ବିକାଶର ପିଛା କରୁଥିଲା ବେଳେ ବିକାଶ ଚାଇନାର ପିଛା କରୁଛି। ଚାଇନାକୁ ବିଶ୍ୱର ଏକ ପ୍ରମୁଖ ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟାର ମହାଶକ୍ତି ଭାବେ ଗଢ଼ିତୋଳିବାରେ ବିଗତ ଅଶି ଓ ନବେ ଦଶକରେ ଆରମ୍ଭ ହୋଇଥିବା ଦୁଇଟି ସରକାରୀ ଯୋଜନା – ‘ପ୍ରୋଜେକ୍ଟ ୨୧୧’ ଏବଂ ‘ପ୍ରୋଜେକ୍ଟ ୯୮୫’ର ସବୁଠାରୁ ବଡ଼ ହାତ ରହିଛି। ୧୯୮୫ରେ ଡେଙ୍ଗ୍‌ ଜିଓପିଙ୍ଗ୍‌ଙ୍କ ନେତୃତ୍ୱରେ ଏହି ଦୁଇଟି ପ୍ରକଳ୍ପ ଆରମ୍ଭ ହୋଇଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ଥିଲା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଚାଇନାକୁ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ତୋଳିବା, କୃଷି, ଶିଳ୍ପ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା। ଏକବିଂଶ ଶତାଦ୍ଦୀ ପାଇଁ ପ୍ରୋଜେକ୍ଟ ୨୧୧ ମାଧ୍ୟମରେ ପ୍ରାରମ୍ଭିକ ସ୍ତରରେ ୧୧୨ଟି ବିଶ୍ୱବିଦ୍ୟାଳୟକୁ ଚିହ୍ନଟ କରାଯାଇ ସେଗୁଡ଼ିକର ଶିକ୍ଷାଗତ ମାନଦଣ୍ଡ ଓ ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ସ୍ତରକୁ ଆଣିବାକୁ ଉଦ୍ୟମ କରାଗଲା ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଗଲା। ଉତ୍କୃଷ୍ଟ ବିଜ୍ଞାନଗାର ପ୍ରତିଷ୍ଠା, ଗବେଷଣା ଓ ପରୀକ୍ଷା ନିରୀକ୍ଷା ପାଇଁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଗଲା। ଏହି ପ୍ରକଳ୍ପ ଦ୍ୱାରା ଚାଇନାରେ ପିଏଚ୍‌.ଡି.ଏବଂ ଗବେଷକ ପ୍ରସ୍ତୁତ କରିବା ପାଇଁ ଏକ ଶକ୍ତିଶାଳୀ ଆଧାର ପ୍ରସ୍ତୁତ ହେଲା। ଏହାପରେ ୧୯୯୮ ମେ’ରେ ଆରମ୍ଭ ହେଲା ପ୍ରୋଜେକ୍ଟ ୯୮୫। ଏହାର ଲକ୍ଷ୍ୟ ଥିଲା ପ୍ରୋଜେକ୍ଟ ୨୧୧ରେ ଚିହ୍ନଟ ହୋଇଥିବା ୧୧୨ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ୩୯ଟି ବିଶ୍ୱବିଦ୍ୟାଳୟକୁ ବାଛି ସେଗୁଡ଼ିକୁ ‘ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର’ ଭାବେ ଗଢ଼ିବା। ଏହି ୩୯ଟି ମଧ୍ୟରୁ ଶୀର୍ଷ ୯ଟି ବିଶ୍ୱବିଦ୍ୟାଳୟ (ଯେପରି କି ପେକିଙ୍ଗ୍‌ ଏବଂ ସିଂହୁଆ ବିଶ୍ୱବିଦ୍ୟାଳୟ)କୁ ନେଇ ‘ସି-୯ ଲିଗ୍‌’ ଗଠନ କରାଗଲା, ଯାହାକୁ ଆମେରିକାର ‘ଆଇଭି ଲିଗ୍‌’ର ସମକକ୍ଷ ବୋଲି କୁହାଯାଏ। ଏହାର ଫଳସ୍ବରୂପ ଆଜି ବିଶ୍ୱର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଚାଇନାର ଚାରିଗୋଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ପ୍ରକାଶଯୋଗ୍ୟ ଯେ ଚାଇନା ସରକାର ନିଜର ଗବେଷଣା ବଜେଟର ପ୍ରାୟ ୭୦% ଅଂଶ କେବଳ ଏହି କେତେକ ଉଚ୍ଚକୋଟୀର ବିଶ୍ୱବିଦ୍ୟାଳୟରେ ବିନିଯୋଗ କଲେ। ବିଦେଶରେ (ବିଶେଷକରି ଆମେରିକା ଓ ୟୁରୋପରେ) କାମ କରୁଥିବା ଶୀର୍ଷ ଚାଇନା ବୈଜ୍ଞାନିକଙ୍କୁ ବିପୁଳ ଦରମା ଓ ବିଶ୍ୱସ୍ତରୀୟ ଲ୍ୟାବ୍‌ ଯୋଗାଇଦେଇ ନିଜ ଦେଶକୁ ଫେରାଇ ଅଣାଗଲା। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ କମ୍ପ୍ୟୁଟିଂ, ସୁପର କମ୍ପ୍ୟୁଟିଂ ଏବଂ ଗ୍ରୀନ୍‌ ଏନର୍ଜି କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଅଧିକ ଗବେଷଣାପତ୍ର ପ୍ରକାଶ କରିବା ଆରମ୍ଭ କଲେ। ଚାଇନା ପ୍ରମାଣ କରି ଦେଖାଇଦେଲା ଯେ ବିକାଶ କରିବାକୁ ହେଲେ ପ୍ରଥମେ ଶିକ୍ଷା ଓ ଗବେଷଣା ବ୍ୟବସ୍ଥାରେ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ପଡିବ। ଶିକ୍ଷାନୁଷ୍ଠାନ ତଥା ଗବେଷଣା ପ୍ରତିଷ୍ଠାନଗୁଡିକୁ ଅତି ଉନ୍ନତ କରିବା ସହ ମେଧାକୁ ପ୍ରୋତ୍ସାହନ ନ ଦେଲେ କୌଣସି ରାଷ୍ଟ୍ର ଅସଲ ବିକାଶ କରିପାରିବ ନାହିଁ। ଆଜି ଏମ୍‌ଆଇଟି, ଷ୍ଟାନ୍‌ଫୋର୍ଡ, ଅକ୍ସଫୋର୍ଡ, କେମ୍ବ୍ରିଜ ଆଦି ବିଶ୍ବବିଦ୍ୟାଳୟ ଭଳି ବିଶ୍ବର ପ୍ରମୁଖ ବିଶ୍ବବିଦ୍ୟାଳୟ ସମକକ୍ଷ ହୋଇପାରିଛି ଚାଇନାର ଅନେକ ବିଶ୍ୱବିଦ୍ୟାଳୟ।
ବୈଜ୍ଞାନିକ ଗବେଷଣା ଏବଂ ବିକାଶ (ରିସର୍ଚ୍ଚ ଏଣ୍ଡ ଡେଭଲପ୍‌ମେଣ୍ଟ) କ୍ଷେତ୍ରରେ ଭାରତ ଚାଇନାଠାରୁ ପଛରେ ରହିବାର ପ୍ରମୁଖ କାରଣଗୁଡ଼ିକ ହେଲା ଭାରତରେ ଏ କ୍ଷେତ୍ରରେ ବହୁତ କମ୍‌ ପାଣ୍ଠି ବିନିଯୋଗ। ଚାଇନା ନିଜ ଜିଡିପିର ପ୍ରାୟ ୨.୪%ରୁ ଅଧିକ ଅଂଶ କେବଳ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଖର୍ଚ୍ଚ କରୁଥିଲା ବେଳେ ଭାରତ ନିଜ ଜିଡିପିର ମାତ୍ର ୦.୬% ରୁ ୦.୭% ଅଂଶ ଏଥିରେ ବିନିଯୋଗ କରିଥାଏ, ଯାହା ଆବଶ୍ୟକତା ତୁଳନାରେ ବହୁତ କମ୍‌। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ବଜେଟ ୨୦୦୦ କୋଟି ଟଙ୍କା ହୋଇଥିଲା ବେଳେ ଚାଇନାର ସିଂହୁଆ ବିଶ୍ୱବିଦ୍ୟାଳୟର ବଜେଟ ୪୭୦୦୦ କୋଟି ଟଙ୍କା। ଏଥିରୁ ଅନୁମାନ କରିହୁଏ ବୈଜ୍ଞାନିକ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଚାଇନା କେତେ ତତ୍ପର। ଚାଇନାରେ ହୁଆୱେ, ଆଲିବାବା ଓ ଟେନସେଣ୍ଟ ଭଳି ବୃହତ ବେସରକାରୀ କମ୍ପାନୀଗୁଡ଼ିକ ଗବେଷଣା ପାଇଁ ଅତ୍ୟଧିକ ଖର୍ଚ୍ଚ କରନ୍ତି। ଭାରତରେ ଗବେଷଣା ଏବଂ ବିକାଶ ମୁଖ୍ୟତଃ ସରକାରୀ ପାଣ୍ଠି ଉପରେ ନିର୍ଭରଶୀଳ। ଭାରତୀୟ ବେସରକାରୀ କମ୍ପାନୀଗୁଡ଼ିକ ଗବେଷଣା ଅପେକ୍ଷା ସେବା (ସର୍ଭିସ) କିମ୍ବା ଆଇଟି( ସୂଚନା ପ୍ରଯୁକ୍ତି) ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଭାରତର ଆଇଆଇଟି କିମ୍ବା ଆଇଆଇଏସ୍‌ସିରୁ ଉତ୍ତୀର୍ଣ୍ଣ ହେଉଥିବା ସର୍ବଶ୍ରେଷ୍ଠ ପ୍ରତିଭାମାନେ ଉଚ୍ଚଶିକ୍ଷା ଏବଂ ଉତ୍ତମ ଚାକିରି ଆଶାରେ ଆମେରିକା କିମ୍ବା ୟୁରୋପ ଚାଲିଯାଆନ୍ତି। ଭାରତ ସେମାନଙ୍କୁ ଦେଶରେ ରଖିବା ପାଇଁ ଚାଇନା ଭଳି ଉଚ୍ଚ ସୁବିଧାସୁଯୋଗ କିମ୍ବା ବିପୁଳ ପାଣ୍ଠି ଯୋଗାଇ ପାରେ ନାହିଁ । ଅନେକ ସମୟରେ ଭାରତରେ ଆଧୁନିକ ବିଜ୍ଞାନାଗାର ଏବଂ ଗବେଷଣା ଉପକରଣ ମିଳିପାରେ ନାହିଁ। ଭାରତରେ କେବଳ ଆଇଆଇଟି, ଆଇଆଇଏସ୍‌ଇଆର କିମ୍ବା କେତେକ କେନ୍ଦ୍ରୀୟ ଅନୁଷ୍ଠାନରେ ଭଲ ବିଜ୍ଞାନାଗାର ଅଛି। ମାତ୍ର ଦେଶର ଶହ ଶହ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଆଧୁନିକ ଗବେଷଣାଗାରର ଅଭାବ ରହିଛି। ସେଥିପାଇଁ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇପାରୁନାହିଁ। ସଂକ୍ଷେପରେ କହିବାକୁ ଗଲେ, ଚାଇନା ୩୦ ବର୍ଷ ପୂର୍ବରୁ ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ପ୍ରୋଜେକ୍ଟ ୨୧୧ ଓ ୯୮୫ ପ୍ରସ୍ତୁତ କରି ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଗବେଷଣାରେ ପ୍ରଚୁର ଅର୍ଥ ବିନିଯୋଗ କରିଥିଲା। ଭାରତ ବର୍ତ୍ତମାନ ‘ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ’ ଏବଂ ‘ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ ଏମିନେନ୍ସ’ ଯୋଜନା ମାଧ୍ୟମରେ ଏହି ଦିଗରେ ପଦକ୍ଷେପ ନେଉଛି। କିନ୍ତୁ ଚାଇନା ସହ ସମକକ୍ଷ ହେବାକୁ ହେଲେ ଭାରତକୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିଜର ଆର୍ଥିକ ବିନିଯୋଗ ଏବଂ ଭିତ୍ତିଭୂମିରେ ବ୍ୟାପକ ସୁଧାର ଆଣିବାକୁ ହେବ।

ପ୍ରକାଶ ତ୍ରିପାଠୀ

ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?