ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ (ଡେ) ଏବଂ ରେଜିନଗରରୁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି।

ରବିବାର TMC ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଅଧିକାରିକ ଘୋଷଣା କରାଯାଇଛି । ଦଳ କହିଛି, ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଆଗାମୀ ନନ୍ଦିଗ୍ରାମ ଏବଂ ରେଜିନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ଦଳ ଖୁସି । TMC ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଛି ଯେ ସେମାନେ ଦୃଢ଼ତା ଓ ସଙ୍କଳ୍ପର ସହ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ଆଗକୁ ନେବେ ବୋଲି ଦଳ ଆଶା କରୁଛି।

TMC ପୂର୍ବରୁ ଗତ ଶୁକ୍ରବାର ଦିନ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗ ଉପନିର୍ବାଚନ ପାଇଁ ଦୁଇ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା।କଂଗ୍ରେସ ନନ୍ଦିଗ୍ରାମରୁ ମିଲନ ପ୍ରଧାନଙ୍କୁ ଏବଂ ରେଜିନଗରରୁ ମହମ୍ମଦ ଅବଦୁଲ୍ଲାହିଲ କାଫିଙ୍କୁ ପ୍ରାର୍ଥୀ କରିଛି । ମଲ୍ଲିକାର୍ଜୁନ ଖାର୍ଗେ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏବେ ଉଭୟ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ନନ୍ଦିଗ୍ରାମ ଓ ରେଜିନଗର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ…

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।…

ନ୍ୟୁଜିଲାଣ୍ଡ ୨୬, ଭାରତ ମାତ୍ର ୧୪! କିୱି ମାଟିରେ ଟିମ୍‌ ଇଣ୍ଡିଆର ରେକର୍ଡ ନିରାଶାଜନକ, ୭ ବର୍ଷ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍‌କୁ ୩-୨ରେ ଜିତିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ କିୱି ବୋଲରଙ୍କୁ ନାକେଦମ୍‌ କରିଥିବା ବେଳେ…

ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!

ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର…

ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ…

ସାମ୍ୱାଦିକାଙ୍କୁ ବିବାହ ପରେ ଓମାର ଅବଦୁଲ୍ଲାଙ୍କୁ ଆଉ ଏକ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ନୂଆଦିଲ୍ଲୀ,୩।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗର ଏମପି ଆଗା ସୟଦ ରୁହୁଲ୍ଲାହ ମେହେଦୀ ଆଜି ନ୍ୟାସନାଲ କନଫରେନ୍ସ (NC) ରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଦଳ ସହିତ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?