ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍ଫେଡ୍ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓମ୍ଫେଡ୍ ବୋର୍ଡର ଅନୁମୋଦନ ପରେ ଆଇସକ୍ରିମ୍ ଓ ପାଣିକୁ ବଜାରରେ ଲଞ୍ଚ୍ କରାଯିବ । ଏହାଦ୍ୱାରା ଓମ୍ଫେଡ୍ର ଉତ୍ପାଦ ପରିସର ଆହୁରି ବ୍ୟାପକ ହେବା ସହ ଓଡ଼ିଶାର ଉପଭୋକ୍ତାଙ୍କ ପାଇଁ ନୂଆ ବିକଳ୍ପ ଉପଲବ୍ଧ ହେବ। ବର୍ତ୍ତମାନ ଓମ୍ଫେଡ୍ ମୁଖ୍ୟତଃ ଦୁଗ୍ଧ ଓ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀ ପାଇଁ ପରିଚିତ। ଆଇସକ୍ରିମ୍ ଓ ପାଣି ବଜାରକୁ ଆସିଲେ ଏହା ଓମ୍ଫେଡ୍ର ବ୍ୟବସାୟିକ ବିସ୍ତାରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ।
ବୋର୍ଡ ଅନୁମୋଦନ ପରେ ଉତ୍ପାଦ ଦୁଇଟି କେବେ ବଜାରକୁ ଆସିବ । ତେବେ କେବେ ଆସିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ରାଜ୍ୟରେ ଅପମିଶ୍ରଣ ଖାଦ୍ୟ ବୃଦ୍ଧି ପାଉଥିବା ବେଳେ ମନ୍ତ୍ରୀ କହିଛନ୍ତି, ଓମଫେଡ ତାର ମାନ ବଜାୟୀ ରଖିଛି । ତ୍ରିସ୍ତରୀୟ ଚେକିଂ ପରେ ଓମଫେଡ କ୍ଷୀର ମାର୍କେଟକୁ ଆସିଥାଏ । ଅପମିଶ୍ରଣ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

