ନୂତନ ନିର୍ମାଣ ଦିଗରେ ନିଷ୍ଠା ନାହିଁ

ବଇଣ୍ଡା, ୩।୫ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନିମନ୍ତେ ତରବରିଆ ଉଚ୍ଛେଦ ହେଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳିଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ କୋଠା ଭାଙ୍ଗି ଦିଆଗଲା। ହେଲେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ କାର୍ଯ୍ୟାଳୟ ନୂଆକରି ନିର୍ମାଣ କରାଯାଉ ନାହିଁ। ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା ଅଭାବରୁ ଭାଙ୍ଗି ଦିଆଯାଇଥିବା ସରକାରୀ କୋଠା ନିର୍ମାଣ ହେଉ ନ ଥିବା ବଇଣ୍ଡାବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ବଇଣ୍ଡାବାସୀଙ୍କ କହିବା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ ପାଇଁ ବଇଣ୍ଡାଠାରେ ୨୦୧୮ ମେ ୧୭ରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ସମସ୍ତ କ୍ଷତିପୂରଣ ପଇଠ କରାଯାଇ ନ ଥିବା ସତ୍ତ୍ୱେ ତରବରିଆ ଭାବରେ ପ୍ରଶାସନ ଉଚ୍ଛେଦ କଲା। ବଇଣ୍ଡାରେ ଥିବା ଆର୍‌ଆଇ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସାଳୟ, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ବଇଣ୍ଡା ଛକରେ ଥିବା ଯାତ୍ରୀ ବିଶ୍ରାମାଗାର, ବଇଣ୍ଡା କଲେଜ ବିଶ୍ରାମାଗାର, ଲୁହାମୁଣ୍ଡା, ଡେବେରାପାଲି, ହଣ୍ଡପା, ବଇସିଣା, ନାକିଚି, ଫୁଲାମ୍ବା, ସରିଗିପାଲି, ଆମ୍ବପାଳ, ବାମୁର ଓ ଜାମ୍ବୁନାଳି ଯାତ୍ରୀ ବିଶ୍ରାମାଗାର ସହ ବଇସିଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ, ପାଗବନ୍ଧା ପ୍ରାଥମିକ ବିଦ୍ୟାଳୟ ପାଚେରି, ବାମୁର କ୍ଷୁଦ୍ରଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଥିଲା। ହେଲେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପୁନଃ ନିର୍ମାଣ କରାଯାଉ ନାହିଁ। କିଛି କାର୍ଯ୍ୟାଳୟ ଭଡ଼ା ଘରେ ଚାଲିଥିବା ବେଳେ ଆଉ କିଛି ଅନ୍ୟ କାର୍ଯ୍ୟାଳୟ ସହିତ ମିଶାଇ ଖୋଲାଯାଉଛି। କିନ୍ତୁ ଏହାଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରୁ ନାହିଁ। ବଇଣ୍ଡା ଠାରେ ପ୍ରାଣୀଧନ ଚିକିତ୍ସାଳୟ ପୁନଃ ନିର୍ମାଣ ହେଉ ନ ଥିବାରୁ ୪ଟି ପଞ୍ଚାୟତର ଚାଷୀ ୭ କିଲୋମିଟର ଦୂର ହଣ୍ଡପା ପ୍ରାଣୀଧନ ଚିକିତ୍ସାଳୟକୁ ନିଜ ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା ପାଇଁ ନେଉଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହେବା ସହିତ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ନିର୍ମାଣରେ ବିଳମ୍ବ ହେଉଛି। ବଇଣ୍ଡା ଫାଣ୍ଡି ପଛରେ ଥିବା ସରକାରୀ ଜମିରେ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବଇଣ୍ଡା ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କୁ ୧୫ ଜାନୁୟାରୀ ୨୦୨୧ରେ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଅନେକ ବିଶ୍ରାମାଗାର ସହ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବା ଦାୟିତ୍ୱ ଠିକାସଂସ୍ଥା ନେଇଥିବା ବେଳେ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ ନିର୍ମାଣରେ ବ୍ୟାପକ ବିଳମ୍ବ ଓ ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ବଇଣ୍ଡାଠାରେ ଡ୍ରେନ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ରାସ୍ତା ପାର୍ଶ୍ୱରେ ଥିବା ଲୋକଙ୍କ ଘରେ ପାଣି ପଶିଯାଉଛି। ବାମୁର ଓ ବଇଣ୍ଡା ଠାରେ ଓଭରବ୍ରିଜ୍‌ କାମ ୪୦ ପ୍ରତିଶତ ହୋଇଥିବା ବେଳେ ମନ୍ଥର ଗତିରେ କାମ ହେଉଥିବା ଯୋଗୁ ବ୍ୟବସାୟୀମାନେ ଥଇଥାନ ହେଇପାରୁନାହାନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

 

ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ଜାତୀୟ ରାଜପଥ ପାଇଁ ଯାତ୍ରୀ ବିଶ୍ରାମାଗାରଗୁଡ଼ିକ ଭାଙ୍ଗି ଦିଆଯାଇଛି। ହେଲେ ନୂତନ ନିର୍ମାଣ କରିବାରେ ଠିକା ସଂସ୍ଥା ଗୁରୁତ୍ୱ ଦେଉ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି l
-ଅନିରୁଦ୍ଧ ସାହୁ, ଗୁରୁଜାଙ୍ଗ
ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
୫୫ ନମ୍ବର ଜାତୀୟ ରାଜପଥ କଡରୁ ଉଚ୍ଛେଦ କରାଯାଇଥିବା ସରକାରୀ କାର୍ଯାଳୟଗୁଡିକ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ।
-ଗରକି ଦେଓ, ନାକିଚି
ଜିଲା ପ୍ରଶାସନ ପଦକ୍ଷେପ ନେଉ
ଭଙ୍ଗାଯାଇଥିବା ସରକାରୀ କାର୍ଯ୍ୟାଳୟ ପୁନଃ ନିର୍ମାଣ ହେଉନାହିଁ। ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ପ୍ରଶାସନ ପଦକ୍ଷେପ ନେଉ।
-ଜିତେନ୍ଦ୍ର ବେହେରା, ବଇଣ୍ଡା
ଆଶ୍ରୟସ୍ଥଳ ନ ଥିବାରୁ ଯାତ୍ରୀ ହୀନସ୍ତା
ବାମୁରଠାରୁ ଜାମୁନାଳି ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଯାତ୍ରୀ ବିଶ୍ରାମାଗାର ଭାଙ୍ଗି ଦିଆଯାଇଛି। ଗଛଗୁଡ଼ିକୁ କାଟି ଦିଆଯାଇଛି। ଫଳରେ ଯାତ୍ରୀମାନେ ଆଶ୍ରୟ ନେଇପାରୁ ନାହାନ୍ତି।
-ନିରାକାର ସାହୁ, ଖଇରମୁଣ୍ଡା
ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ
ସମସ୍ୟାର ତର୍ଜମା କରାଯାଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। କାହିଁକି ଭଙ୍ଗାଯାଇଥିବା କାର୍ଯ୍ୟାଳୟର ନୂତନ ନିର୍ମାଣ କରାଯାଉନାହିଁ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?