ଶୌଚାଳୟ ଅବସ୍ଥା ଶୋଚନୀୟ

ମାଧପୁର, ୨୩ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ ମାଧପୁର ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା ବ୍ୟବହାରରେ ଆସୁନାହିଁ। ଫଳରେ ବଜାରକୁ ଆସୁଥିବା ଜନସାଧାରଣ, ଦୂରଦୂରାନ୍ତକୁ ଯିବାକୁ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ ଏବଂ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମାଧପୁର ବଜାର ଉପରେ ଆଖପାଖ ୮ ପଞ୍ଚାୟତ ମାଧପୁର, ଲୁଣହାଣ୍ଡି, କମ୍ପଲା, କନ୍ଧପଡ଼ା, କୁଦଗଁା, ପୁରୁଣାମାଣତ୍ରୀ, କିଆକଟା ଓ ବାସୁଦେବପୁରର ଲୋକେ ନିର୍ଭର କରନ୍ତି। ଏଠାରେ ସ୍କୁଲ, କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଆର୍‌ଆଇ କାର୍ଯ୍ୟାଳୟ, ସେବା ସମବାୟ ସମିତି, ପୋଷ୍ଟ ଅଫିସ, ରେଞ୍ଜ ଅଫିସ୍‌, ବ୍ୟାଙ୍କ ସହ ଅନ୍ୟ ସରକାରୀ ଓ ବେସରକାରୀ ଅଫିସ ରହିଛି। ଏହାଛଡ଼ା ଏଠାରୁ ପ୍ରତ୍ୟେକ ଦିନ ଆଠମଲ୍ଲିକ, ଅନୁଗୋଳ, କଟକ, ରେଢାଖୋଲ, ସମ୍ବଲପୁର, ବୌଦ୍ଧ, ଫୁଲବାଣୀକୁ ବହୁ ଯାନବାହନ ଯାତାୟାତ କରେ। କିନ୍ତୁ ଭଲ ଶୌଚାଳୟଟିଏ ନ ଥିବାରୁ ଗାଡ଼ିକୁ ଅପେକ୍ଷାରତ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଦାବିପ୍ରତି କର୍ଣ୍ଣପାତ କରାଯାଉନାହିଁ
ମାଧପୁର ବଜାରରେ ଭଲ ଶୌଚାଳୟ ଆବଶ୍ୟକ ଅଛି। ଏ ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଆସୁଛି। କିନ୍ତୁ କିଛି ବି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଶହ ଶହ ଲୋକ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଋ଼ତୁକାନ୍ତ ସାହୁ, ଦୋକାନୀ

ମହିଳାମାନେ ଉପକୃତ ହେବେ
ପଞ୍ଚାୟତ ପ୍ରଶାସନ ବଜାରରେ ଶୌଚାଳୟଟିଏ ନିର୍ମାଣ କଲେ ବସ୍‌କୁ ଅପେକ୍ଷା କରୁଥିବା ମହିଳାମାନେ ଅଧିକ ଉପକୃତ ହେବେ। ଏତେବଡ଼ ବଜାରରେ ଶୌଚାଳୟଟିଏ ପ୍ରଶାସନ କରି ନ ପାରିବା ଦୁଃଖର ବିଷୟ।
-ଦୁଃଶାସନ ମେଣ୍ଡୁଲି, ସମ୍ପାଦକ, ଚୌରାଶୀ ମହାଲଷ୍ମୀ ପୂଜା କମିଟି

ସ୍ଥାନ ନିରୂପଣ ହୋଇପାରୁନି
ଏହି ସମସ୍ୟା ବିଷୟରେ ଅବଗତ ଅଛି। କିନ୍ତୁ ସ୍ଥାନ ନିରୂପଣ ହେଇପାରୁ ନ ଥିବାରୁ କିଛି କରାଯାଇପାରୁନାହିଁ। ପୁରୁଣା ଶୌଚାଳୟ ବିଷୟରେ ଅବଗତ ନାହିଁ। ଅନୁଧ୍ୟାନ କରାଯିବ।
-ଗଣେଶ୍ୱର ଜେନା, ସରପଞ୍ଚ, ମାଧପୁର

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri