ଶୌଚାଳୟ ଅବସ୍ଥା ଶୋଚନୀୟ

ମାଧପୁର, ୨୩ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ ମାଧପୁର ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା ବ୍ୟବହାରରେ ଆସୁନାହିଁ। ଫଳରେ ବଜାରକୁ ଆସୁଥିବା ଜନସାଧାରଣ, ଦୂରଦୂରାନ୍ତକୁ ଯିବାକୁ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ ଏବଂ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମାଧପୁର ବଜାର ଉପରେ ଆଖପାଖ ୮ ପଞ୍ଚାୟତ ମାଧପୁର, ଲୁଣହାଣ୍ଡି, କମ୍ପଲା, କନ୍ଧପଡ଼ା, କୁଦଗଁା, ପୁରୁଣାମାଣତ୍ରୀ, କିଆକଟା ଓ ବାସୁଦେବପୁରର ଲୋକେ ନିର୍ଭର କରନ୍ତି। ଏଠାରେ ସ୍କୁଲ, କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଆର୍‌ଆଇ କାର୍ଯ୍ୟାଳୟ, ସେବା ସମବାୟ ସମିତି, ପୋଷ୍ଟ ଅଫିସ, ରେଞ୍ଜ ଅଫିସ୍‌, ବ୍ୟାଙ୍କ ସହ ଅନ୍ୟ ସରକାରୀ ଓ ବେସରକାରୀ ଅଫିସ ରହିଛି। ଏହାଛଡ଼ା ଏଠାରୁ ପ୍ରତ୍ୟେକ ଦିନ ଆଠମଲ୍ଲିକ, ଅନୁଗୋଳ, କଟକ, ରେଢାଖୋଲ, ସମ୍ବଲପୁର, ବୌଦ୍ଧ, ଫୁଲବାଣୀକୁ ବହୁ ଯାନବାହନ ଯାତାୟାତ କରେ। କିନ୍ତୁ ଭଲ ଶୌଚାଳୟଟିଏ ନ ଥିବାରୁ ଗାଡ଼ିକୁ ଅପେକ୍ଷାରତ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଦାବିପ୍ରତି କର୍ଣ୍ଣପାତ କରାଯାଉନାହିଁ
ମାଧପୁର ବଜାରରେ ଭଲ ଶୌଚାଳୟ ଆବଶ୍ୟକ ଅଛି। ଏ ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଆସୁଛି। କିନ୍ତୁ କିଛି ବି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଶହ ଶହ ଲୋକ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଋ଼ତୁକାନ୍ତ ସାହୁ, ଦୋକାନୀ

ମହିଳାମାନେ ଉପକୃତ ହେବେ
ପଞ୍ଚାୟତ ପ୍ରଶାସନ ବଜାରରେ ଶୌଚାଳୟଟିଏ ନିର୍ମାଣ କଲେ ବସ୍‌କୁ ଅପେକ୍ଷା କରୁଥିବା ମହିଳାମାନେ ଅଧିକ ଉପକୃତ ହେବେ। ଏତେବଡ଼ ବଜାରରେ ଶୌଚାଳୟଟିଏ ପ୍ରଶାସନ କରି ନ ପାରିବା ଦୁଃଖର ବିଷୟ।
-ଦୁଃଶାସନ ମେଣ୍ଡୁଲି, ସମ୍ପାଦକ, ଚୌରାଶୀ ମହାଲଷ୍ମୀ ପୂଜା କମିଟି

ସ୍ଥାନ ନିରୂପଣ ହୋଇପାରୁନି
ଏହି ସମସ୍ୟା ବିଷୟରେ ଅବଗତ ଅଛି। କିନ୍ତୁ ସ୍ଥାନ ନିରୂପଣ ହେଇପାରୁ ନ ଥିବାରୁ କିଛି କରାଯାଇପାରୁନାହିଁ। ପୁରୁଣା ଶୌଚାଳୟ ବିଷୟରେ ଅବଗତ ନାହିଁ। ଅନୁଧ୍ୟାନ କରାଯିବ।
-ଗଣେଶ୍ୱର ଜେନା, ସରପଞ୍ଚ, ମାଧପୁର

 


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri