ଏନ୍‌ଟିପିସିରେ ଧର୍ମଘଟ ସଫଳ

କଣିହାଁ ,୩୦।୩(ଡି.ଏନ.ଏ.) – ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କର୍ମଚାରୀ ଫେଡେରେଶନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଧର୍ମଘଟ ଡାକରାର ପ୍ରଭାବ କଣିହାଁସ୍ଥିତ ଏନ୍‌ଟିପିସିରେ ଦେଖିବାକୁ ମିଳିଛି। ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ, ଏଆଇପିଏଫ୍‌, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନ, ଏନ୍‌ଟିପିସି ଏମ୍ପ୍ଲୋଇଜ୍‌ ୟୁନିୟନ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ଏନ୍‌ଟିପିସି ବାଇପାସ୍‌ ଛକ ମୁଖ୍ୟ ଫାଟକ ସମ୍ମୁଖରେ ଧର୍ମଘଟ କରାଯାଇଥିଲା। ଫଳରେ କାରଖାନା ଭିତରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଧର୍ମଘଟସ୍ଥଳକୁ କାରଖାନା କର୍ତ୍ତୃପକ୍ଷ ଆସି ଏନ୍‌ଟିପିସି ସମ୍ପର୍କିତ ଦାବି ଉପରେ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଟୁନା ନାଏକ, ଅଭୟ ନାଏକ, ନୀଳାମ୍ବର ତିରିଆ, ଅନିଲ ନାଏକ, ପିଜିସିଆଇଏଲ୍‌ର ହେମନ୍ତ କ୍ଷେତ୍ରୀ, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନର ଭିକାରୀ ପ୍ରଧାନ, ସ୍କିମ୍‌ ଓ୍ବାର୍କର୍ସ ଫେଡେରେଶନ କ୍ଲବ ଆବାହିକା ମାନସୀ ସ୍ବାଇଁ, ଅଥାନି ନାଏକ, ପ୍ରତାପ ପ୍ରଧାନ, ସତ୍ୟାନନ୍ଦ ସାହୁ ଓ ଜଗବନ୍ଧୁ ପ୍ରଧାନ ଧର୍ମଘଟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା

କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍‌ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ।...

ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍‌ଏଚଜି ମହିଳା

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍‌ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍‌ସି...

ଖଟିଆରେ ବୁହା ହେଲେ ରୋଗୀ

ବରଗଡ଼ ଅଫିସ,୨୪।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍‌ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଗ୍ରାମକୁ...

କ୍ୱାରାଣ୍ଟାଇନ କେନ୍ଦ୍ର ବୁଲିଲେ ଜିଲାପାଳ

ମାର୍ଶାଘାଇ,୨୭ା୪(ଡି.ଏନ.ଏ.): ଲକ୍‌ଡାଉନ ପରେ ବାହାର ରାଜ୍ୟରେ ଥିବା ଲୋକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନଏମ...

ଓଏଏସ୍‌ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି

ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨...

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ...

ଆଉ ୩ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୧୪।୪: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରରେ ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଜିଲାପାଳ ଡା.ବୃନ୍ଦା ଡି ଆଉ ୩ ଜଣ ଶିକ୍ଷକଙ୍କୁ...

୩୧ଯାଏ ଖୋର୍ଦ୍ଧା ସହରର ପ୍ରମୁଖ ରାସ୍ତା, ଛକ ସିଲ

ଖୋର୍ଦ୍ଧା ଅଫିସ,୬ା୭ : ରାଜ୍ୟରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଅନ୍ୟପଟେ କେତେଜଣ ଅମାନିଆ ବିନା ମାସ୍କରେ...

Advertisement
Archives

Model This Week