ବିଦ୍ୟାଳୟ ଅବସ୍ଥା ବେହାଲ

ଅନୁଗୋଳ ଅଫିସ, ୧।୧: ଦୋହଲିଯାଇଛି ଭିତ୍ତିଭୂମି। କେଉଁଠି ଲଟାବୁଦା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ତ ଆଉ କେଉଁଠି ଅତ୍ୟାବଶ୍ୟକ ସରଞ୍ଜାମ ଉଇ ଚରିଲେଣି। କେଉଁଠି ବିଦ୍ୟୁତ୍‌ ତାର ଛିଣ୍ଡି ଝୁଲିଛି ତ ଅନ୍ୟ କେଉଁଠି ପାନୀୟ ଜଳ ପାଇଁ ଥିବା ଆକ୍ୱାଗାର୍ଡ ଭାଙ୍ଗିପଡ଼ିଛି। କରୋନା ସମୟରେ ହଜାର ହଜାର ପ୍ରବାସୀଙ୍କ ଠିକଣା ପାଲଟିଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଏବେ ଏଭଳି ଦୂରବସ୍ଥା, ଯାହା ସ୍କୁଲ ଖୋଲିବା ପରେ ବିଦ୍ୟାର୍ଥୀ ଏବଂ ଶିକ୍ଷକଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ। ଏସବୁ ଅବ୍ୟବସ୍ଥିତ ଭିତ୍ତିଭୂମି ସଜାଡ଼ିବାକୁ ଅର୍ଥର ଅଭାବ ଥିବାବେଳେ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛି ଅନୁଗୋଳ ଜିଲା ଶିକ୍ଷା ବିଭାଗ।
କରୋନା ଭୟ, ଲକ୍‌ଡାଉନ୍‌ ଏବଂ କର୍ମସଂସ୍ଥାନରେ ତାଲା ଝୁଲିବା ପରେ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାକୁ ଛୁଟିଥିଲା ପ୍ରବାସୀଙ୍କ ସୁଅ। ସଂକ୍ରମଣ ଏଡ଼ାଇବା ରାଜ୍ୟ ସରକାରଙ୍କ ପାଇଁ ପାଲଟିଥିଲା ଚ୍ୟାଲେଞ୍ଜ। ବିଦ୍ୟାଳୟଗୁଡ଼ିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଶାସନକୁ ହସ୍ତାନ୍ତର କରିବା ପରେ ସେଠାରେ ପ୍ରବାସୀଙ୍କ ରହିବା ଲାଗି ଆବଶ୍ୟକ ବନ୍ଦୋବସ୍ତ ହୋଇଥିଲା। ଜିଲାର ମୋଟ ୧,୬୬୬ ବିଦ୍ୟାଳୟ (ଉଚ୍ଚ ବିଦ୍ୟାଳୟ ୨୪୩ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧,୪୨୩) ମଧ୍ୟରୁ ୩୨୬ଟିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଇଥିଲା। ପର୍ଯ୍ୟାୟକ୍ରମେ ପ୍ରବାସୀଙ୍କ ରହଣି ସମୟରେ ସ୍କୁଲଗୁଡ଼ିକରେ ଅବ୍ୟବସ୍ଥା ପଦାକୁ ଆସିଥିଲା। ପରିଚାଳନାଗତ ଅବ୍ୟବସ୍ଥାକୁ କେନ୍ଦ୍ରକରି କେତେକ ସ୍ଥାନରେ ପ୍ରବାସୀମାନେ ସ୍କୁଲ ସାମଗ୍ରୀ ଭଙ୍ଗାରୁଜା କରିବା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଅନ୍ୟକେତେକ ସ୍ଥାନରେ ଠିକ୍‌ ଦାୟିତ୍ୱ ତୁଲାଇ ପ୍ରଶଂସା ସାଉଁଟିଥିଲେ ପ୍ରବାସୀ ଶ୍ରମିକ। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡ଼ିକୁ ପ୍ରଶାସନ ଶିକ୍ଷା ବିଭାଗକୁ ପୁନର୍ବାର ହସ୍ତାନ୍ତର କରିଛି। ତେବେ ୯ ମାସ ତଳେ ଯେଉଁ ସ୍କୁଲ ପରିଷ୍କାର ପରିଚ୍ଛନ୍ନତା ଲାଗି ଉଦାହରଣ ସାଜିଥିଲା, ସେସବୁ ଏବେ ଦୟନୀୟ ହୋଇପଡ଼ିଛି। ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଲାମାନେ ବ୍ୟବହାର କରୁଥିବା ଟେବୁଲ, ଚୌକି ଭଙ୍ଗାରୁଜା ହୋଇ ସ୍କୁଲ ପରିସରରେ ପଡ଼ିଛି। ଛେଣ୍ଡିପଦା ହାଇସ୍କୁଲରେ ଲକ୍ଷେ ଟଙ୍କା ବ୍ୟୟରେ ଲାଗିଥିବା ବିଶୁଦ୍ଧ ପାନୀୟ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍‌ ସରଞ୍ଜାମ ସମେତ ମୂଲ୍ୟବାନ ଆସବାବପତ୍ରକୁ ଭାଙ୍ଗିରୁଜିଯାଇଛି। ଏଭଳି ଅବ୍ୟବସ୍ଥିତ ପରିବେଶରେ ପାଠପଢ଼ା କିଭଳି ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସମ୍ପୃକ୍ତ ସ୍କୁଲର କର୍ତ୍ତୃପକ୍ଷ। ଏ ସଂକ୍ରାନ୍ତରେ ସେମାନେ ଶିକ୍ଷା ବିଭାଗ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଯାଏ ସମାଧାନର ବାଟ ବାହାରି ପାରିନାହିଁ।
ଦୀର୍ଘ ୯ମାସ ହେଲା ତାଲା ଝୁଲୁଥିବା ସ୍କୁଲ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ। ଏଥିଲାଗି ସଜାଗ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ କିଭଳି ଅଧ୍ୟୟନ କରିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ। ପ୍ରଶାସନର ଅର୍ଥ ମଞ୍ଜୁର କଲେ ବିଦ୍ୟାଳୟ ପୂର୍ବ ସ୍ଥିତିକୁ ଫେରିବ ବୋଲି ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?