Posted inଫୁରସତ

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ବିଶ୍ୱର ପାଞ୍ଚଟି ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ବିଷୟରେ କହିବୁ। ଜାଣନ୍ତୁ ସେ ସମ୍ପର୍କରେ…

ଡେଥ ରୋଡ୍‌ (ବୋଲିଭିଆ):
ଏହି ରାସ୍ତାର ନାମରୁ ଜଣାପଡ଼େ ଏହା କେତେ ବିପଦପୂର୍ଣ୍ଣ। ଏହି ରାସ୍ତାରେ ଗାଡ଼ି ଚଳାଇବା ଅତ୍ୟନ୍ତ କଷ୍ଟକର ଏବଂ ବିପଦପୂର୍ଣ୍ଣ। ପ୍ରତିବର୍ଷ ଏହି ରାସ୍ତାରେ ପ୍ରାୟ ୨୦୦ରୁ ୩୦୦ ଦୁର୍ଘଟଣା ଘଟେ। ତଥାପି ଏହି ରାସ୍ତାଟିକୁ ଅଧିକାଂଶ ସମୟରେ ସାଇକେଲ ଚାଳକମାନେ ଉପଭୋଗ କରନ୍ତି। ଓଭରଲୋଡ୍‌ ଯାନବାହନ ଏବଂ ଟ୍ରକ୍‌ ପ୍ରାୟତଃ ଏହି ରାସ୍ତାରୁ ତଳକୁ ଖସି ପଡ଼ିଥାଏ।

ଜୋଜି ଲା ପାସ ହାଇଓ୍ବେ:
ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ମଧ୍ୟରୁ ଏହା ଗୋଟିଏ। ଏହି ରାସ୍ତାଟି କଶ୍ମୀର ଏବଂ ଲଦାଖ ମଧ୍ୟରେ ଥିବା ଏକ ପର୍ବତ ପାର୍ଶ୍ୱରେ ନିର୍ମିତ। ଏହି ରାସ୍ତାରେ ପ୍ରବଳ ଧୂଳି ଉଡ଼ିଥାଏ। ଯାହା ଗାଡ଼ି ଚଳାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ କରିଥାଏ। ତୁଷାରପାତ ସମୟରେ ରାସ୍ତାଟି ବନ୍ଦ ହେବାର ମଧ୍ୟ ଆଶଙ୍କା ଥାଏ। ଲୋକମାନେ ଏହି ରାସ୍ତାରେ ନିରନ୍ତର ଯାତାୟାତ କରନ୍ତି। ୩୫୨୮ ଫୁଟ ଉଚ୍ଚ ପର୍ବତ ଉପରେ ନିର୍ମିତ ଏହି ରାସ୍ତାଟି ପ୍ରାୟ ୯ କିଲୋମିଟର ଲମ୍ବା।

ଆଫଗାନିସ୍ତାନର କାବୁଲରୁ ଜଲାଲାବାଦ ପର୍ଯ୍ୟନ୍ତ ରାସ୍ତାଟି ୧୪୩ କିଲୋମିଟର ଲମ୍ବା। ଏହି ରାଜପଥ କାବୁଲ ଏବଂ ଜଲାଲାବାଦକୁ ସଂଯୋଗ କରେ। ସଂକୀର୍ଣ୍ଣ ହେବା ସହିତ ଏହି ରାସ୍ତାରେ ଅନେକ ବାଙ୍କ ରହିଛି। କାବୁଲରୁ ଜଲାଲାବାଦ ପର୍ଯ୍ୟନ୍ତ କେବଳ ଗୋଟିଏ ରାସ୍ତା ଅଛି, କିନ୍ତୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ପ୍ରାୟତଃ ଓଭରଟେକିଂ କରିବା ସମୟରେ ଦୁର୍ଘଟଣା ଘଟେ।

ତୁର୍କୀର ଟ୍ରାବଜୋନ ଅଞ୍ଚଳର ଡି-୯୧୫:
ଏହି ରାସ୍ତା ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାଜପଥ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଯାହା ସବୁଠାରୁ ଉତ୍ତମ ଡ୍ରାଇଭକୁ ମଧ୍ୟ ଚ୍ୟାଲେଞ୍ଜ କରେ। ଏହି ରାସ୍ତାରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କୁ ଏକ ମୁହୂର୍ତ୍ତ ପାଇଁ ନିଃଶ୍ୱାସ ବନ୍ଦ ହୋଇଯାଏ। ଗୋଟିଏ ପାର୍ଶ୍ୱରେ ଉଚ୍ଚ ପର୍ବତ ଏବଂ ଅନ୍ୟ ପାର୍ଶ୍ୱରେ ବିନା ଗାର୍ଡଓ୍ବାଲରେ ରାସ୍ତା।

ଇଜିପ୍ଟର ଦୁଇଟି ପର୍ଯ୍ୟଟନ ସ୍ଥଳ, ଲକ୍ସର ଏବଂ ହୁରଘାଡ଼ାକୁ ସଂଯୋଗ କରୁଥିବା ଏହି ୨୯୯ ମାଇଲ ଲମ୍ବା ରାସ୍ତାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ରାସ୍ତା ସମ୍ପୂର୍ଣ୍ଣ କରିବାକୁ ୪ ଘଣ୍ଟା ୪୦ ମିନିଟ୍‌ ସମୟ ଲାଗେ। ଏହି ରାସ୍ତା ଅପହରଣ ହତ୍ୟା ଏବଂ ବଳାତ୍କାର ଭଳି ଘଟଣା ପାଇଁ ବେଶ୍‌ ଜଣାଶୁଣା। ଏହା ଡକାୟତି ଏବଂ ଆତଙ୍କବାଦର ଏକ ସାଧାରଣ ସ୍ଥାନ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ

ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…

ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?