ଶିକାରୀ ହେଲେ ଶିକାର

ଖମାର, ୧୫।୧୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ ଜଙ୍ଗଲକୁ। ଫେରିବା ବେଳେ ଅସାବଧାନତାରୁ କାନ୍ଧରେ ଝୁଲୁଥିବା ବନ୍ଧୁକରୁ ଫୁଟିଥିବା ଗୁଳି କାଖରେ ଗଳି କାନପଟେ ବାହାରି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଲେ ଶିକାରୀ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ମାଲ୍ୟଗିରି ପାହାଡ଼ରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ପୁଅଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି।

ଖମାର ଥାନାଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀଙ୍କ ସୂଚନା ଅନୁଯାୟୀ, ଖେମଳା ପଞ୍ଚାୟତ ରୋହିରା ନିକଟ ବଳଭଦ୍ରପୁର ଗ୍ରାମର ବଳଭଦ୍ର ଜାମୁଦା (୩୦), ବିଜୟ କାଣ୍ଡିଆନ (୩୦), ରବିଚନ୍ଦ୍ର ପୂର୍ତ୍ତି (୨୨) ଏବଂ ଚୈତନ୍ୟ ବୋଇତା (୩୨) ଦେଶୀ ବନ୍ଧୁକ ସହାୟତାରେ ବନ୍ୟପ୍ରାଣୀ ଶିକାର କରୁଥିଲେ। ସମ୍ପୃକ୍ତ ୪ଜଣ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଆବଶ୍ୟକ ରୋଷେଇ ସରଞ୍ଜାମ ଧରି ଶିକାର କରିବାକୁ ମାଲ୍ୟଗିରି ପାହାଡ଼ ଅଭିମୁଖେ ବାହାରିଥିଲେ। ପାହାଡ଼ ଉପରେ ରୋଷେଇ କରି ଖାଇବା ପରେ ପୁନର୍ବାର ଶିକାର ସନ୍ଧାନ କରିଥିଲେ। ହେଲେ ହାତରେ ଶିକାର ନ ଲାଗିବାରୁ ସନ୍ଧ୍ୟାରେ ସମସ୍ତେ ଫେରୁଥିଲେ। ଏହି ସମୟରେ ରବିଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ଫଳରେ ତାଙ୍କ ବାମ କାଖ ତଳେ ବନ୍ଧୁକ ଫୁଟି ଯାଇ ଡାହାଣ କାନ ପଟେ ବାହାରି ଯାଇଥିଲା। ଅନ୍ୟ ୩ ଜଣ ସାଥୀ ତାଙ୍କୁ ପାହାଡ଼ ତଳକୁ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ରବିଙ୍କ ଘରେ ସୂଚନା ଦେବାକୁ ବିଜୟଙ୍କୁ ପଠାଇଥିଲେ। ବିଜୟ ଘରେ ପହଞ୍ଚତ୍ ସମସ୍ତ ଘଟଣା ବିଷୟରେ କହିଥିଲେ ଏବଂ ଗିରଫ ଭୟରେ ନିଜ ବନ୍ଧୁକ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୧୨ଟାରେ ପରିବାର ଲୋକେ ପହଞ୍ଚତ୍ବା ବେଳକୁ ରବିଙ୍କ ମୃତ୍ୟୁ ହୋଇଯାଇଥିଲା। ରାତି ୩ଟାରେ ଖମାର ଥାନାକୁ ପରିବାର ଲୋକେ ଅବଗତ କରାଇବା ପରେ ପୋଲିସ ଭୋର୍‌ରେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଚୈତନ୍ୟ, ବଳଭଦ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଥିବାବେଳେ ଅନ୍ୟ ଏକ ବନ୍ଧୁକ ମିଳିନାହିଁ। ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ପଢିଆରୀ କହିଛନ୍ତି। ମୃତ ରବିଙ୍କ ବାପା ପାଟଣା ପୂର୍ତ୍ତି (୫୫) କହିଛନ୍ତି, ଏକ ବିବାହ କାର୍ଯ୍ୟକ୍ରମ ଥିବାରୁ ସେ ପୁଅକୁ ଶିକାର କରି ଯିବା ପାଇଁ ବାରଣ କରିଥିଲେ। ତେବେ ଅନ୍ୟ ୩ଜଣ ବାଧ୍ୟ କରିବାରୁ ସେ ସେମାନଙ୍କ ସହ ଯାଇଥିଲେ। ପୁଅ ପାଖରେ ବନ୍ଧୁକ ନ ଥିଲା। ତେଣୁ ଅନ୍ୟ ୩ଜଣ ତାଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri