ପକ୍କା କରୁନି ପ୍ରଶାସନ

ପରିକ୍ଷିତ ସାହୁ
ବଇଣ୍ଡା,୨୦।୭ – ନିର୍ବାଚନ ଆସିଲେ ଆସୁଛନ୍ତି ନେତା। ଦେଉଛନ୍ତି ଭଳିକି ଭଳି ପ୍ରତିଶ୍ରୁତି। ଅଭିଯୋଗ ନେଇ ପ୍ରଶାସନ ନିକଟକୁ ଗଲେ କୁହାଯାଉଛି ନିଆଯିବ ପଦକ୍ଷେପ। କେଇବର୍ଷ ହେଲା କେବଳ ଏଭଳି ପ୍ରତିଶ୍ରୁତି ବ୍ୟତୀତ କିଛି ବି ହେଉନି କାର୍ଯ୍ୟ। ଏପରି କି ପକ୍କା କରିବା ତ ଦୂରର କଥା ମାଟି ମୁଠାଏ ମଧ୍ୟ ପକାଯାଇନି ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୦ଟି ମାଟି ରାସ୍ତାରେ। ଫଳରେ ପ୍ରତିବର୍ଷ ବର୍ଷାଦିନେ ଏସବୁ ସଡ଼କରେ ଯାତାୟାତ ଅସମ୍ଭବ ହୋଇପଡ଼ୁଛି। ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
କିଶୋରନଗର ବ୍ଲକର ଧଡରପାଳ, ହଣ୍ଡପା, ଉରୁକୁଳା, ଆମ୍ବପାଳ, କଣ୍ଟେଇକୋଳିଆ, ନାକିଚି ଆଦି ପଞ୍ଚାୟତରେ ରହିଛି ଏହି ଅବହେଳିତ ୧୦ଟି ମାଟି ରାସ୍ତା। ବ୍ଲକର ଧଡରପାଳ ପଞ୍ଚାୟତର କତଡା ଠାରୁ ଟେନ୍ତୁଳିଖୋଳ ୫ କି.ମି. ରାସ୍ତା ଉପରେ ୨ ଶହ ଲୋକ ନିର୍ଭରଶୀଳ। ହେଲେ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇପଡ଼ିଛି। ଏକ ପାହାଡକୁ କାଟି ପକ୍କା ସଡ଼କଟିଏ ନିର୍ମାଣ କରିବାକୁ ଦୀର୍ଘବର୍ଷ ହେବ ହେଉଥିବା ଦାବିକୁ ପ୍ରଶାସନ ଏଯାଏ ପୂରଣ କରିନାହିଁ। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀ ଠାରୁ ଅର୍ଜୁନଧରା ୩ କି.ମି. ରାସ୍ତାରେ ସୋଲଣ୍ଡା, ଡଙ୍ଗାଧର, ଅର୍ଜୁନଧରା ଆଦି ଗ୍ରାମର ଦେଢ଼ ହଜାର ଲୋକ ଯାତାୟାତ କରନ୍ତି। ଏହି ମାଟି ରାସ୍ତାକୁ ପକ୍କା କରିବାକୁ ୧୫ ମେ ୨୦୧୭, ୨୧ ଏପ୍ରିଲ ୨୦୧୯, ୨୦ ସେପ୍ଟେମ୍ବର ୨୦୨୦ରେ ଗ୍ରାମବାସୀ ଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ଦେଇଥିଲେ। ହେଲେ ଏଯାଏ ପ୍ରଶାସନ ପଦକ୍ଷେପ ନେଇନାହିଁ। ପ୍ରତାପପୁରଠାରୁ ଭାୟା ନୂଆଁ ବାଲିଖମଣ ଦେଇ ବାଲିଖମଣ ୩ କି.ମି. ରାସ୍ତା, ପ୍ରତାପପୁର ଠାରୁ ନୂଆଁ ଖୋଲାରେଗେଡ଼ା ୨ କି.ମି. ରାସ୍ତା, ହିଞ୍ଜିରିଡା ଠାରୁ ଖୋଲା ରେଗେଡ଼ା ୪ କି.ମି. ରାସ୍ତା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନର ନଜର ଏହା ଉପରେ ପଡ଼ୁନାହିଁ। ଉରୁକୁଳା ପଞ୍ଚାୟତର ଉରୁକୁଳାରୁ ଘନପୁର ୨ କି.ମି. ରାସ୍ତା ମଧ୍ୟ ଅବହେଳାର ଶିକାର ହୋଇଛି। ଆମ୍ବପାଳ ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥରୁ ଭାୟା ଖଇରମୁଣ୍ଡା ଦେଇ ବାଦ୍ରୀନାଳି ଗ୍ରାମକୁ ସଂଯୋଗ କରୁଥିବା ୩ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖଇରାମୁଣ୍ଡା ଗ୍ରାମବାସୀ ୨୧ ଏପ୍ରିଲ ୨୦୧୭ରୁ ଜିଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। କିନ୍ତୁ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଏହି ରାସ୍ତାରେ ପଡ଼ୁଥିବା ଏକ ପୁସିଂ ବ୍ରିଜ ନିକଟରେ ୨ ଫୁଟର ବର୍ଷା ପାଣି ଗଛିତ ରହୁଥିବାରୁ ଯାତାୟାତରେ ଅସୁବିଧା ହେଉଛି। କଣ୍ଟେଇକୋଳିଆ ପଞ୍ଚାୟତର କଣ୍ଟେଇକୋଳିଆଠାରୁ ଭାୟା ଦେହୁରୀସାହି, ଦଳିତସାହି ଦେଇ ଚାରିଖମଣ ପର୍ଯ୍ୟନ୍ତ ୫ କି.ମି., ଚାରିଖମଣରୁ ଭାଲିଆତଇଳା ୩ କି.ମି. ରାସ୍ତା ଶୋଚନୀୟ ହୋଇରହିଛି। ସେହିପରି ନାକିଚି ପଞ୍ଚାୟତ କମରେଇଠାରୁ ଭାୟା ଟକବା ଦେଇ ଉଡଲ ୧୩ କି.ମି. ରାସ୍ତା ପକ୍କା କରାଯାଉନାହିଁ। ଏହି ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ କିମ୍ବା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେଉନାହିଁ। ଜଙ୍ଗଲ ବିଭାଗରୁ ଅନୁମତି ମିଳୁ ନ ଥିବା ଯୋଗୁ ରାସ୍ତା ପକ୍କା କରାଯାଇ ପାରୁନାହିଁ। ଫଳରେ ଏଠାକାର ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ କଦର୍ଯ୍ୟ ରାସ୍ତା ଯୋଗୁ ହଇରାଣ ହରକତ ହେଉଛନ୍ତି। ଏ ନେଇ ଉଡଲ ଗ୍ରାମବାସୀ ୨୩ ମେ ୨୦୧୫ରେ ଏକ ଦାବିପତ୍ର ଜଙ୍ଗଲ ବିଭାଗର ଉଚ୍ଚଅଧିକାରୀଙ୍କୁ ଦେଇଥିବା ବେଳେ କୌଣସି ସୁଫଳ ମିଳୁନାହି। ବ୍ଳକର ଉକ୍ତ ୧୦ଟି ରାସ୍ତା ନିର୍ମାଣ ହେଉ ନ ଥିବା ସମ୍ପର୍କରେ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ କହିଛନ୍ତି, ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାଗୁଡିକର ବିକାଶ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri