ପକ୍କା କରୁନି ପ୍ରଶାସନ

ପରିକ୍ଷିତ ସାହୁ
ବଇଣ୍ଡା,୨୦।୭ – ନିର୍ବାଚନ ଆସିଲେ ଆସୁଛନ୍ତି ନେତା। ଦେଉଛନ୍ତି ଭଳିକି ଭଳି ପ୍ରତିଶ୍ରୁତି। ଅଭିଯୋଗ ନେଇ ପ୍ରଶାସନ ନିକଟକୁ ଗଲେ କୁହାଯାଉଛି ନିଆଯିବ ପଦକ୍ଷେପ। କେଇବର୍ଷ ହେଲା କେବଳ ଏଭଳି ପ୍ରତିଶ୍ରୁତି ବ୍ୟତୀତ କିଛି ବି ହେଉନି କାର୍ଯ୍ୟ। ଏପରି କି ପକ୍କା କରିବା ତ ଦୂରର କଥା ମାଟି ମୁଠାଏ ମଧ୍ୟ ପକାଯାଇନି ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୦ଟି ମାଟି ରାସ୍ତାରେ। ଫଳରେ ପ୍ରତିବର୍ଷ ବର୍ଷାଦିନେ ଏସବୁ ସଡ଼କରେ ଯାତାୟାତ ଅସମ୍ଭବ ହୋଇପଡ଼ୁଛି। ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
କିଶୋରନଗର ବ୍ଲକର ଧଡରପାଳ, ହଣ୍ଡପା, ଉରୁକୁଳା, ଆମ୍ବପାଳ, କଣ୍ଟେଇକୋଳିଆ, ନାକିଚି ଆଦି ପଞ୍ଚାୟତରେ ରହିଛି ଏହି ଅବହେଳିତ ୧୦ଟି ମାଟି ରାସ୍ତା। ବ୍ଲକର ଧଡରପାଳ ପଞ୍ଚାୟତର କତଡା ଠାରୁ ଟେନ୍ତୁଳିଖୋଳ ୫ କି.ମି. ରାସ୍ତା ଉପରେ ୨ ଶହ ଲୋକ ନିର୍ଭରଶୀଳ। ହେଲେ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇପଡ଼ିଛି। ଏକ ପାହାଡକୁ କାଟି ପକ୍କା ସଡ଼କଟିଏ ନିର୍ମାଣ କରିବାକୁ ଦୀର୍ଘବର୍ଷ ହେବ ହେଉଥିବା ଦାବିକୁ ପ୍ରଶାସନ ଏଯାଏ ପୂରଣ କରିନାହିଁ। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀ ଠାରୁ ଅର୍ଜୁନଧରା ୩ କି.ମି. ରାସ୍ତାରେ ସୋଲଣ୍ଡା, ଡଙ୍ଗାଧର, ଅର୍ଜୁନଧରା ଆଦି ଗ୍ରାମର ଦେଢ଼ ହଜାର ଲୋକ ଯାତାୟାତ କରନ୍ତି। ଏହି ମାଟି ରାସ୍ତାକୁ ପକ୍କା କରିବାକୁ ୧୫ ମେ ୨୦୧୭, ୨୧ ଏପ୍ରିଲ ୨୦୧୯, ୨୦ ସେପ୍ଟେମ୍ବର ୨୦୨୦ରେ ଗ୍ରାମବାସୀ ଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ଦେଇଥିଲେ। ହେଲେ ଏଯାଏ ପ୍ରଶାସନ ପଦକ୍ଷେପ ନେଇନାହିଁ। ପ୍ରତାପପୁରଠାରୁ ଭାୟା ନୂଆଁ ବାଲିଖମଣ ଦେଇ ବାଲିଖମଣ ୩ କି.ମି. ରାସ୍ତା, ପ୍ରତାପପୁର ଠାରୁ ନୂଆଁ ଖୋଲାରେଗେଡ଼ା ୨ କି.ମି. ରାସ୍ତା, ହିଞ୍ଜିରିଡା ଠାରୁ ଖୋଲା ରେଗେଡ଼ା ୪ କି.ମି. ରାସ୍ତା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନର ନଜର ଏହା ଉପରେ ପଡ଼ୁନାହିଁ। ଉରୁକୁଳା ପଞ୍ଚାୟତର ଉରୁକୁଳାରୁ ଘନପୁର ୨ କି.ମି. ରାସ୍ତା ମଧ୍ୟ ଅବହେଳାର ଶିକାର ହୋଇଛି। ଆମ୍ବପାଳ ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥରୁ ଭାୟା ଖଇରମୁଣ୍ଡା ଦେଇ ବାଦ୍ରୀନାଳି ଗ୍ରାମକୁ ସଂଯୋଗ କରୁଥିବା ୩ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖଇରାମୁଣ୍ଡା ଗ୍ରାମବାସୀ ୨୧ ଏପ୍ରିଲ ୨୦୧୭ରୁ ଜିଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି। କିନ୍ତୁ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଏହି ରାସ୍ତାରେ ପଡ଼ୁଥିବା ଏକ ପୁସିଂ ବ୍ରିଜ ନିକଟରେ ୨ ଫୁଟର ବର୍ଷା ପାଣି ଗଛିତ ରହୁଥିବାରୁ ଯାତାୟାତରେ ଅସୁବିଧା ହେଉଛି। କଣ୍ଟେଇକୋଳିଆ ପଞ୍ଚାୟତର କଣ୍ଟେଇକୋଳିଆଠାରୁ ଭାୟା ଦେହୁରୀସାହି, ଦଳିତସାହି ଦେଇ ଚାରିଖମଣ ପର୍ଯ୍ୟନ୍ତ ୫ କି.ମି., ଚାରିଖମଣରୁ ଭାଲିଆତଇଳା ୩ କି.ମି. ରାସ୍ତା ଶୋଚନୀୟ ହୋଇରହିଛି। ସେହିପରି ନାକିଚି ପଞ୍ଚାୟତ କମରେଇଠାରୁ ଭାୟା ଟକବା ଦେଇ ଉଡଲ ୧୩ କି.ମି. ରାସ୍ତା ପକ୍କା କରାଯାଉନାହିଁ। ଏହି ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ କିମ୍ବା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେଉନାହିଁ। ଜଙ୍ଗଲ ବିଭାଗରୁ ଅନୁମତି ମିଳୁ ନ ଥିବା ଯୋଗୁ ରାସ୍ତା ପକ୍କା କରାଯାଇ ପାରୁନାହିଁ। ଫଳରେ ଏଠାକାର ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ କଦର୍ଯ୍ୟ ରାସ୍ତା ଯୋଗୁ ହଇରାଣ ହରକତ ହେଉଛନ୍ତି। ଏ ନେଇ ଉଡଲ ଗ୍ରାମବାସୀ ୨୩ ମେ ୨୦୧୫ରେ ଏକ ଦାବିପତ୍ର ଜଙ୍ଗଲ ବିଭାଗର ଉଚ୍ଚଅଧିକାରୀଙ୍କୁ ଦେଇଥିବା ବେଳେ କୌଣସି ସୁଫଳ ମିଳୁନାହି। ବ୍ଳକର ଉକ୍ତ ୧୦ଟି ରାସ୍ତା ନିର୍ମାଣ ହେଉ ନ ଥିବା ସମ୍ପର୍କରେ ବିଡିଓ ଡ. ସ୍ବରୂପା ନନ୍ଦ ସାହୁ କହିଛନ୍ତି, ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାଗୁଡିକର ବିକାଶ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?