Posted inରାଜ୍ୟ

୨୦୨୪ ନିର୍ବାଚନରେ ଜଣାପଡିବ ଓଲିଉଡ୍ ଅଭିନେତାଙ୍କ ଦମ୍, ବିଜେଡି ଛାଡ଼ିଲେ ଅନୁଭବ-ଆକାଶ

ଭୁବନେଶ୍ୱର,୩୦ା୩: ଆସନ୍ତା ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦଳ ଡିଆଁ ପର୍ବ ଲାଗି ରହିଛି। ଭାଜପା ଏବଂ କଂଗ୍ରେସରୁ ନେତା ଅସନ୍ତୁଷ୍ଟ ହୋଇ ବିଜେଡ଼ିକୁ ଡେଉଁଥିଲା ବେଳେ ବିଜେଡିରୁ ଟିକେଟ୍ ମିଳି ନଥିବା ବା ମିଳିବାର ସମ୍ଭାବନା ନଥିବା ନେତାମାନେ ଭାଜପାକୁ ଶିବିରକୁ ଡିଆଁ ମାରୁଛନ୍ତି। ଏହି ଧାରାରେ ଅଭିନେତାରୁ ନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ନେତା ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି।

ପ୍ରଥମେ ଅରିନ୍ଦମ ବିଜେଡି ଛାଡ଼ି ଭଜାପରେ ଯୋଗ ଦେଇଥିଲେ, ଏହାପରେ ବ୍ରହ୍ମପୁରରୁ ବିଜେଡି ଟିକେଟରେ ଦୁଇଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଭଜାପରେ ଯୋଗ ଦେଇ ସାରିଛନ୍ତି। ତାଙ୍କ ପଛେ ପଛେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଏମପି ଅନୁଭବ ମହାନ୍ତି ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି।

୨୦୧୯ ନିର୍ବାଚନରେ ଅଭିନେତା ଅନୁଭବ ମହାନ୍ତି, ପିଙ୍କି ପ୍ରଧାନ, ଅପରାଜିତା ମହାନ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ କେବେଳ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ ବିଜୟୀ ହୋଇଥିଲେ। ସେହିପରି ୨୦୨୪ରେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ନିର୍ବାଚିତ ହୋଇଥିଲା ବେଳେ ତତ୍ଵପ୍ରକାଶ ଶତପଥୀ(ପପୁ ପମ୍ ପମ୍) କେନ୍ଦୁଝର ଚମ୍ପୁଆରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ତେବେ ୨୦୨୪ ନିର୍ବାଚନ ରାଜ୍ୟ ରାଜନୀତିରେ ଓଲିଉଡ୍ ଅଭିନେତାଙ୍କ ଭବିଷ୍ୟତ ଉପରେ ଏକ ବଡ଼ ନିର୍ଣ୍ଣୟକାରୀ ଭୂମିକା ରହିବ। ୨୦୦୦ ପରଠାରୁ, ଭେଟେରାନ୍ ନେତା ପ୍ରଶାନ୍ତ ନନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତା ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳର ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ଜିତି ନାହାଁନ୍ତି। ୨୦୦୦ ରେ ପ୍ରଶାନ୍ତ ନନ୍ଦ ଭାଜପା ଟିକେଟରେ ଏବଂ ପରେ ୨୦୦୯ ରେ ଏନସିପି ଟିକେଟରେ ଜିତିଥିଲେ।

କଂଗ୍ରେସ ଟିକେଟ୍ ରେ ୨୦୧୪ ରେ ଭୁବନେଶ୍ୱର ଏବଂ କଟକରୁ ଲୋକସଭା ନିର୍ବାଚନରେ ବିଜୟ ମହାନ୍ତି ଏବଂ ଆପରାଜିତା ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୪ ରେ ଉଭୟ ପରାଜୟର ସାମ୍ନା କରିଥିଲେ। ୨୦୧୯ ରେ ଭାଜପା ଟିକେଟରେ ଉତ୍ତର ଭୁବନେଶ୍ୱରରୁ ବିଧାନସଭା ନିର୍ବାଚନରେ ଆପାରାଜିତା ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପୁଣି ହାରିଥିଲେ।

କେବଳ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଏବଂ ସିଦ୍ଧନ୍ତ ମହାପାତ୍ର ବିଜେଡିରୁ ନିର୍ବାଚନ ଜିତିଛନ୍ତି। ଏହି ତିନି ସିନେ ତାରକା ବର୍ତ୍ତମାନ ୨୦୨୪ ମସିହାରେ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି। ଯଦି ନିର୍ବାଚିତ ହୁଅନ୍ତି, ତେବେ ସେମାନେ ଅଣ-ବିଜେଡି ଦଳରୁ ନିର୍ବାଚନ ଜିତିବାରେ ପ୍ରଶାନ୍ତ ନନ୍ଦଙ୍କ ପରେ ପ୍ରଥମ ଅଭିନେତା ହେବେ।

୨୦୧୯ ରେ ଓଲିଉଡ୍ କେବଳ ଗୋଟିଏ ସଫଳତା ପାଇଥିଲା। ଯଦି ଷ୍ଟାର୍ ପାୱାର୍ ସଫଳତା ପାଆନ୍ତି, ୩ ଅଭିନେତା ଓଲିଉଡ୍ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବେ। ଯଦି କେହି ଜିତିପାରିବେ ନାହିଁ, ତେବେ ବହୁ ବର୍ଷ ପରେ ଉଭୟ ଲୋକସଭା ଏବଂ ବିଧାନସଭାରେ ଓଲିଉଡ୍ ଅନୁପସ୍ଥିତ ରହିବ କିମ୍ବା ଏକ ନୂଆ ରେକର୍ଡ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

ବଢ଼ିଲା ସହାୟତାର ହାତ: ବାଙ୍ଗାଲୋରରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବାଙ୍ଗାଲୋର ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା: ଭାରତୀୟ ଦଳକୁ ଫେରିଲେ ୨ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୯।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?