ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟରଞ୍ଜନ ପୃଷ୍ଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟେନା ନାୟକ, ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟା ତଥା ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ଭଞ୍ଜନଗର ବାର୍ ଆସୋସିଏସନ୍‌ର ସମ୍ପାଦକ ଧୀରେନ୍ ସ୍ୱାଇଁ ଏବଂ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନରେ ଉଲ୍ଲେଖିତ ମୌଳିକ ଅଧିକାର, ନ୍ୟାୟ ପାଇବାର ଅଧିକାର ଏବଂ ସମାଜର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ମାଗଣା ଆଇନ ସହାୟତା ପ୍ରଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇନ ସେବା ପ୍ରାଧିକରଣ ଆଇନ, ୧୯୮୭ ଅନୁଯାୟୀ ଯୋଗ୍ୟ ବ୍ୟକ୍ତିମାନେ କିପରି ନିଃଶୁଳ୍କ ଆଇନ ସହାୟତା ପାଇପାରିବେ, ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଏଥିସହ ଲୋକ ଅଦାଲତ, ମଧ୍ୟସ୍ଥତା ତଥା ଆପୋଷ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ‘ନ୍ୟାୟ ସହାୟକ’ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୫୧୦୦ ମାଧ୍ୟମରେ ଆଇନଗତ ସହାୟତା ପାଇବାର ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ନ୍ୟାୟ ପାଇବା କୌଣସି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଉପରେ ନିର୍ଭର କରିବା ଉଚିତ୍ ନୁହେଁ। ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥାର ସୁବିଧା ପହଞ୍ଚାଇବା ଆଇନ ସେବା ସଂସ୍ଥାଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ସଚେତନତା ସଭାରେ ବହୁ ଆଇନଜୀବୀ, ପ୍ୟାନେଲ୍ ଲୟର୍, ପାରା ଲିଗାଲ୍ ଭଲ୍ୟୁଣ୍ଟିୟର୍ (PLV) ଏବଂ ଆଇନ ସେବା ସହ ଜଡ଼ିତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ଜାତୀୟ ଆଇନ ସେବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ଆଇନଗତ ଅଧିକାର ଓ ନିଃଶୁଳ୍କ ଆଇନ ସହାୟତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସୁଲଭ ନ୍ୟାୟ ସୁନିଶ୍ଚିତ କରିବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

୪ ମାସ ତଳେ ବାପା ଆଖି ବୁଜିଥିଲେ, ଏବେ ଦୁର୍ଘଟଣାରେ ଚାଲିଗଲା ୨୨ ବର୍ଷୀୟ ପୁଅଙ୍କ ଜୀବନ: ଗ୍ରାମରେ ଶୋକାକୁଳ ପରିବେଶ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଓସ୍ତା ଗ୍ରାମରୁ ପଳାସପୁର ଯାଉଥିବା ରାସ୍ତାର ହରିଣା-ଗୁଣ୍ଡୁରିଗୁଡ଼ା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ…

ବାଣ ଫୁଟାଇବାକୁ କେନ୍ଦ୍ରକରି ବୃଦ୍ଧଙ୍କ ହାତ ଭାଙ୍ଗିଥିଲେ, ୨ ଭାଇ ଗିରଫ, ସବ୍‌ଜେଲ୍‌ ଗଲେ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଏ. ଡାଳି ପାତ୍ର (୬୭) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ…

ଗହୀରମଥା ବିଶ୍ୱରେ କଇଁଛଙ୍କ ଉତ୍କୃଷ୍ଟ ଅନ୍ତୁଡ଼ିଶାଳ: ମହାକାଳପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଗହୀରମଥା ମହୋତ୍ସବ

ମହାକାଳପଡ଼ା, ୧୦।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଗରୀଜୋର ହାଟ କାଳୀ ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ୫ମ ବାର୍ଷିକ ଗହୀରମଥା ମହୋତ୍ସବ…

ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ…

ବାତ୍ୟା ପ୍ରଭାବିତଙ୍କ ପାଇଁ ସେବା ପ୍ରୟାସ: କନ୍ୟାସାହି ଗାଁରେ ଛାତ୍ରଛାତ୍ରୀଙ୍କ ରିଲିଫ-ରନ୍ଧନ ଖାଦ୍ୟ ବଣ୍ଟନ

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଭାରତ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?