ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଚାଷଜମିରୁ ଜବତ ହୋଇଛି।  ଫସଲ ସୁରକ୍ଷା ପାଇଁ ଜମିରେ ବେଆଇନ ଭାବେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବା ବେଳେ  ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବରପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ହାତୀଟି ବାରମ୍ବାର ଚାଷଜମିରେ ପଶି ଫସଲ ନଷ୍ଟ କରୁଥିବାରୁ ଏହାର ସୁରକ୍ଷା ପାଇଁ ଜମିରେ ବିଦ୍ୟୁତ୍‌ ତାର ବିଛାଯାଇଥିଲା। ତାର ସଂସ୍ପର୍ଶରେ ଆସି ଦନ୍ତାହାତୀଟିର ଜୀବନ ଯାଇଥିବା କୁହାଯାଉଛି।  ତେବେ ଏହି ଘଟଣାରେ କିଏ ଦାୟୀ ଏବଂ କିଏ ବିଦ୍ୟୁତ୍‌ ତାର ବିଛାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସମ୍ପର୍କରେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ମଙ୍ଗଳବାର ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ଆବଶ୍ୟକ ନମୁନା ପରୀକ୍ଷାଗାରକୁ ପଠାଯିବ। ବ୍ୟବଚ୍ଛେଦ ଓ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଉଲ୍ଲେଖଯୋଗ୍ୟ, ଜିଲାର ବୈଶିଙ୍ଗା, ରାସଗୋବିନ୍ଦପୁର ଓ ବାଙ୍ଗିରିପୋଷି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି କାରାମଘୁଟୁ ଅଞ୍ଚଳରେ ଦନ୍ତାହାତୀର ମୃତ୍ୟୁ ପରେ  ବନ୍ୟଜନ୍ତୁ ସୁରକ୍ଷା ଓ ଚାଷଜମିରେ ବେଆଇନ ବିଦ୍ୟୁତ୍‌ ସଂଯୋଗକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ ବୈଠକ: ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ…

ଚାଲିଥିଲା ବ୍ରାଉନ ସୁଗାର କାରବାର, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ…

ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା

ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…

ଅମିତାଭଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏହି ଦିନରୁ ଆରମ୍ଭ ହେବ KBC ଶୁଟିଂ

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ବଡ଼ ଖବର। ଗତ ୨ରୁ ୩ ଦିନ ଧରି ଗଣମାଧ୍ୟମ ଓ ସୋସିଆଲ…

ୱିଲିୟମସନଙ୍କ ସନ୍ନ୍ୟାସ ପଛରେ ବିରାଟ କୋହଲି! ନିଜେ ଖୋଲିଲେ ବଡ଼ ରାଜ୍‌, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୯।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ସେ ନିଜର ଏହି ବଡ଼ ନିଷ୍ପତ୍ତି…

ବଢ଼ିଲା ସହାୟତାର ହାତ: ବାଙ୍ଗାଲୋରରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବାଙ୍ଗାଲୋର ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?