ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ

ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହୋଇଆସିଥିବା ଅନୁଗୋଳ ବ୍ଲକ ଶରଧାପୁର ପଞ୍ଚାୟତ ରାମିମୁଣ୍ଡା ଗ୍ରାମବାସୀ ଶେଷରେ ଅସ୍ଥାୟୀ ହେଲେ ବି ଅସୁବିଧା ଦୂର ପାଇଁ ମଙ୍ଗଳବାର ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜିଲା ସଦର ମହକୁମାଠାରୁ ଗାଁର ଦୂରତା ୧୭ କିଲୋମିଟର। ମୋଟ୍‌ ୧୨୦ ପରିବାର ପାଇଁ ଗମନାଗମନର ସେପରି ସୁବିଧା ନ ଥିବାବେଳେ ପୁପୁଟିଖଣ୍ଡି ନାଳରେ ପଶି ସେମାନଙ୍କୁ ବର୍ଷତମାମ ଯିବାକୁ ହୁଏ। ଖରାଦିନରେ ନାଳରେ ଅଳ୍ପ ପାଣି ଥିବାରୁ କଷ୍ଟେମଷ୍ଟେ ଯିବାଆସିବା କରନ୍ତି ଗାଁ ଲୋକେ। ହେଲେ ବର୍ଷା ଦିନେ ନାଳରେ ଅଧିକ ପାଣି ଯୋଗୁ ଯାତାୟାତ ଅସମ୍ଭବ ହୋଇପଡ଼େ। ଗାଁକୁ ରାସ୍ତା ସହ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଲୋକପ୍ରତିନିଧିମାନଙ୍କଠାରୁ ପ୍ରଶାସନ ଯାଏ ବାରମ୍ବାର ଅଭିଯୋଗ କରାଯାଇଛି। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀଙ୍କୁ ମେଡିକାଲ ନେବାରେ ବହୁ ଅସୁବିଧା ହେଉଛି। କାଦୁଅ ସହ ପାଣି ଭିତରେ ପଶି ଯିବାକୁ ପଡ଼ୁଥିବା ବେଳେ ଗ୍ରାମର ଛୋଟ ଛୋଟ ପିଲାମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଇପାରୁ ନାହାନ୍ତି। ତେଣୁ ଗ୍ରାମର କେତେଜଣ ଯୁବକ ଏକାଠି ହୋଇ ନାଳ ଉପରେ ବାଲି ବସ୍ତା ଓ କାଠ ପଟା ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ମୁନା ନାଏକ, ବିନୋଦ ନାଏକ, ଉପେନ୍ଦ୍ର ନାଏକ, ଦୁଃଖବନ୍ଧୁ ନାଏକ, ପ୍ରସନ୍ନ ନାଏକ, ଦିବାକର ନାଏକ, ଅନିଲ ନାଏକ, ପ୍ରଫୁଲ୍ଲ ନାଏକ, ରଞ୍ଜନ ନାଏକ, ରାଜେନ୍ଦ୍ର ନାଏକ, ମିଥୁନ ନାଏକ, ଜୀବନ ନାଏକ, ଧନୀ ନାଏକ, ଅଧୀର ନାଏକ, ନିରଞ୍ଜନ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ବିଡିଓ ଅଶ୍ୱିନୀ କୁମାର ଶତପଥୀ କହିଛନ୍ତି, ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଦେଖିବା ସହ ପୋଲ ନିର୍ମାଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ବହୁ ସମସ୍ୟାରେ ରହିଛୁ
ଗାଁକୁ ରାସ୍ତା ନାହିଁ କି ନାଳ ଉପରେ ପୋଲ ନାହିଁ। ବର୍ଷ ସାରା ପାଣି କାଦୁଅରେ ପଶି ଯାତାୟାତ କରିବାକୁ ପଡ଼ୁଛି। ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆମ କଥା ଶୁଣାଯାଉ ନାହିଁ। କେବେ ଆମ ସମସ୍ୟା ଦୂର ହେବ ତାହା ଜାଣିପାରୁନୁ।
-ଦନେଇ ନାଏକ, ଗ୍ରାମବାସୀ
ପକ୍କା ପୋଲଟିଏ କରାଯାଉ
ଗ୍ରାମର ବହୁ ଲୋକ ପାଠ ପଢ଼ିନାହାନ୍ତି। ସେଥିପାଇଁ ବୋଧହୁଏ ପ୍ରଶାସନ ଆମ ପ୍ରତି ଏପରି ଅବହେଳା କରୁଛି। ବର୍ଷ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଦୁଃଖ ଦୂର କରାଯାଉ ନାହିଁ। ଭଲ ପୋଲଟିଏ କରାଗଲେ ବଡ଼ ଅସୁବିଧା ଦୂର ହୁଅନ୍ତା।
-ଦୁଃଖବନ୍ଧୁ ନାଏକ, ଗ୍ରାମବାସୀ
ବର୍ଷର ଅଧାଦିନ ପାଣି କାଦୁଅ
ବର୍ଷର ଅଧା ଦିନ ପାଣି କାଦୁଅରେ ଘାଣ୍ଟି ହେଉଛୁ। ବର୍ଷା ଋତୁରେ ନାଳରେ ଉଚ୍ଚ ସୁଅ ଚାଲେ। କେହି ଗାଁ ବାହାରକୁ ଗଲେ କିମ୍ବା ଆସିଲେ ଗାଁଲୋକ ନାଳ ନିକଟରେ ଅପେକ୍ଷା କରି ତାଙ୍କୁ ପାରି କରାନ୍ତି। ଏହି ସମସ୍ୟାର ସମାଧାନ ପ୍ରଥମେ କରାଯାଉ।
-ଲମ୍ବୋଦର ନଏକ, ଗ୍ରାମବାସୀ
ପୋଲଟିଏ ଥିଲେ ଅସୁବିଧା ହୁଅନ୍ତା ନାହିଁ
ପୂର୍ବରୁ ନାଳପାରି ବେଳେ ଛାତ୍ର ସରୋଜ ନଏକ, ଅର୍ଚ୍ଚନା ନାଏକ ଓ ଅନି ନାଏକ ଭାସିଯାଇଥିଲେ। ଗ୍ରାମବାସୀ ପୁରୁଣାଗଡ଼ ନିକଟରୁ ସେମାନଙ୍କୁ ଉଦ୍ଧାର କରିଥିଲେ। କେତୋଟି ଗୋରୁ, ଛେଳି ମଧ୍ୟ ଭାସିଯାଇଛନ୍ତି। ପୋଲଟିଏ ଥିଲେ ଏତେ ଅସୁବିଧା ହୋଇ ନ ଥାନ୍ତା।
-ଘନଶ୍ୟାମ ନାଏକ, ଗ୍ରାମବାସୀ
ରୋଗୀଙ୍କୁ ବୋହିକରି ନେବାକୁ ପଡ଼ୁଛି
ବର୍ଷା ହେଲେ ଯାତାୟାତ ବନ୍ଦ ହୋଇଯାଉଛି। ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ବୋହି କରି ଜଙ୍ଗଲ କାଦୁଅ ରାସ୍ତାରେ ପାଞ୍ଚ କିଲୋମିଟର ଦୂର ନେବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ପିଲାମାନେ ମଧ୍ୟ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି।
-ଅନିରୁଦ୍ଧ ନାଏକ, ଗ୍ରାମବାସୀ
ବୁଲିକରି ଯିବାକୁ ପଡ଼ନ୍ତା ନାହିଁ
ପୂର୍ବତନ ବିଧାୟକ ଆସି ଫଟୋ ଉଠାଇବା ସହିତ ପୋଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ କିଛି ହେଲା ନାହିଁ। ପୋଲଟିଏ ହେଲେ ଗାଁକୁ ୪ କିଲୋମିଟର ଦୂର ବୁଲିକରି ଯିବାକୁ ପଡ଼ନ୍ତାନି। ଯାତାୟାତ ସହ ବିକାଶ ମଧ୍ୟ ହୋଇପାରନ୍ତା।
-ରଞ୍ଜନ ନାଏକ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri