ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ

ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହୋଇଆସିଥିବା ଅନୁଗୋଳ ବ୍ଲକ ଶରଧାପୁର ପଞ୍ଚାୟତ ରାମିମୁଣ୍ଡା ଗ୍ରାମବାସୀ ଶେଷରେ ଅସ୍ଥାୟୀ ହେଲେ ବି ଅସୁବିଧା ଦୂର ପାଇଁ ମଙ୍ଗଳବାର ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜିଲା ସଦର ମହକୁମାଠାରୁ ଗାଁର ଦୂରତା ୧୭ କିଲୋମିଟର। ମୋଟ୍‌ ୧୨୦ ପରିବାର ପାଇଁ ଗମନାଗମନର ସେପରି ସୁବିଧା ନ ଥିବାବେଳେ ପୁପୁଟିଖଣ୍ଡି ନାଳରେ ପଶି ସେମାନଙ୍କୁ ବର୍ଷତମାମ ଯିବାକୁ ହୁଏ। ଖରାଦିନରେ ନାଳରେ ଅଳ୍ପ ପାଣି ଥିବାରୁ କଷ୍ଟେମଷ୍ଟେ ଯିବାଆସିବା କରନ୍ତି ଗାଁ ଲୋକେ। ହେଲେ ବର୍ଷା ଦିନେ ନାଳରେ ଅଧିକ ପାଣି ଯୋଗୁ ଯାତାୟାତ ଅସମ୍ଭବ ହୋଇପଡ଼େ। ଗାଁକୁ ରାସ୍ତା ସହ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଲୋକପ୍ରତିନିଧିମାନଙ୍କଠାରୁ ପ୍ରଶାସନ ଯାଏ ବାରମ୍ବାର ଅଭିଯୋଗ କରାଯାଇଛି। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀଙ୍କୁ ମେଡିକାଲ ନେବାରେ ବହୁ ଅସୁବିଧା ହେଉଛି। କାଦୁଅ ସହ ପାଣି ଭିତରେ ପଶି ଯିବାକୁ ପଡ଼ୁଥିବା ବେଳେ ଗ୍ରାମର ଛୋଟ ଛୋଟ ପିଲାମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଇପାରୁ ନାହାନ୍ତି। ତେଣୁ ଗ୍ରାମର କେତେଜଣ ଯୁବକ ଏକାଠି ହୋଇ ନାଳ ଉପରେ ବାଲି ବସ୍ତା ଓ କାଠ ପଟା ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ମୁନା ନାଏକ, ବିନୋଦ ନାଏକ, ଉପେନ୍ଦ୍ର ନାଏକ, ଦୁଃଖବନ୍ଧୁ ନାଏକ, ପ୍ରସନ୍ନ ନାଏକ, ଦିବାକର ନାଏକ, ଅନିଲ ନାଏକ, ପ୍ରଫୁଲ୍ଲ ନାଏକ, ରଞ୍ଜନ ନାଏକ, ରାଜେନ୍ଦ୍ର ନାଏକ, ମିଥୁନ ନାଏକ, ଜୀବନ ନାଏକ, ଧନୀ ନାଏକ, ଅଧୀର ନାଏକ, ନିରଞ୍ଜନ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ବିଡିଓ ଅଶ୍ୱିନୀ କୁମାର ଶତପଥୀ କହିଛନ୍ତି, ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଦେଖିବା ସହ ପୋଲ ନିର୍ମାଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ବହୁ ସମସ୍ୟାରେ ରହିଛୁ
ଗାଁକୁ ରାସ୍ତା ନାହିଁ କି ନାଳ ଉପରେ ପୋଲ ନାହିଁ। ବର୍ଷ ସାରା ପାଣି କାଦୁଅରେ ପଶି ଯାତାୟାତ କରିବାକୁ ପଡ଼ୁଛି। ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆମ କଥା ଶୁଣାଯାଉ ନାହିଁ। କେବେ ଆମ ସମସ୍ୟା ଦୂର ହେବ ତାହା ଜାଣିପାରୁନୁ।
-ଦନେଇ ନାଏକ, ଗ୍ରାମବାସୀ
ପକ୍କା ପୋଲଟିଏ କରାଯାଉ
ଗ୍ରାମର ବହୁ ଲୋକ ପାଠ ପଢ଼ିନାହାନ୍ତି। ସେଥିପାଇଁ ବୋଧହୁଏ ପ୍ରଶାସନ ଆମ ପ୍ରତି ଏପରି ଅବହେଳା କରୁଛି। ବର୍ଷ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଦୁଃଖ ଦୂର କରାଯାଉ ନାହିଁ। ଭଲ ପୋଲଟିଏ କରାଗଲେ ବଡ଼ ଅସୁବିଧା ଦୂର ହୁଅନ୍ତା।
-ଦୁଃଖବନ୍ଧୁ ନାଏକ, ଗ୍ରାମବାସୀ
ବର୍ଷର ଅଧାଦିନ ପାଣି କାଦୁଅ
ବର୍ଷର ଅଧା ଦିନ ପାଣି କାଦୁଅରେ ଘାଣ୍ଟି ହେଉଛୁ। ବର୍ଷା ଋତୁରେ ନାଳରେ ଉଚ୍ଚ ସୁଅ ଚାଲେ। କେହି ଗାଁ ବାହାରକୁ ଗଲେ କିମ୍ବା ଆସିଲେ ଗାଁଲୋକ ନାଳ ନିକଟରେ ଅପେକ୍ଷା କରି ତାଙ୍କୁ ପାରି କରାନ୍ତି। ଏହି ସମସ୍ୟାର ସମାଧାନ ପ୍ରଥମେ କରାଯାଉ।
-ଲମ୍ବୋଦର ନଏକ, ଗ୍ରାମବାସୀ
ପୋଲଟିଏ ଥିଲେ ଅସୁବିଧା ହୁଅନ୍ତା ନାହିଁ
ପୂର୍ବରୁ ନାଳପାରି ବେଳେ ଛାତ୍ର ସରୋଜ ନଏକ, ଅର୍ଚ୍ଚନା ନାଏକ ଓ ଅନି ନାଏକ ଭାସିଯାଇଥିଲେ। ଗ୍ରାମବାସୀ ପୁରୁଣାଗଡ଼ ନିକଟରୁ ସେମାନଙ୍କୁ ଉଦ୍ଧାର କରିଥିଲେ। କେତୋଟି ଗୋରୁ, ଛେଳି ମଧ୍ୟ ଭାସିଯାଇଛନ୍ତି। ପୋଲଟିଏ ଥିଲେ ଏତେ ଅସୁବିଧା ହୋଇ ନ ଥାନ୍ତା।
-ଘନଶ୍ୟାମ ନାଏକ, ଗ୍ରାମବାସୀ
ରୋଗୀଙ୍କୁ ବୋହିକରି ନେବାକୁ ପଡ଼ୁଛି
ବର୍ଷା ହେଲେ ଯାତାୟାତ ବନ୍ଦ ହୋଇଯାଉଛି। ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ବୋହି କରି ଜଙ୍ଗଲ କାଦୁଅ ରାସ୍ତାରେ ପାଞ୍ଚ କିଲୋମିଟର ଦୂର ନେବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ପିଲାମାନେ ମଧ୍ୟ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି।
-ଅନିରୁଦ୍ଧ ନାଏକ, ଗ୍ରାମବାସୀ
ବୁଲିକରି ଯିବାକୁ ପଡ଼ନ୍ତା ନାହିଁ
ପୂର୍ବତନ ବିଧାୟକ ଆସି ଫଟୋ ଉଠାଇବା ସହିତ ପୋଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ କିଛି ହେଲା ନାହିଁ। ପୋଲଟିଏ ହେଲେ ଗାଁକୁ ୪ କିଲୋମିଟର ଦୂର ବୁଲିକରି ଯିବାକୁ ପଡ଼ନ୍ତାନି। ଯାତାୟାତ ସହ ବିକାଶ ମଧ୍ୟ ହୋଇପାରନ୍ତା।
-ରଞ୍ଜନ ନାଏକ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri