ଟ୍ୟାକ୍ସ ଛୁଇଁପାରୁନି ଟାର୍ଗେଟ୍‌

ଅନୁଗୋଳ ଅଫିସ, ୨୬।୮ – ପ୍ରତି ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟ୍ୟାକ୍ସ ଟାର୍ଗେଟ୍‌କୁ ଅନୁଗୋଳ ପୌରପାଳିକା ପୂରଣ କରିପାରୁ ନାହିଁ। ବିଶେଷକରି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଶତପ୍ରତିଶତ ହୋଇପାରୁ ନ ଥିବାରୁ ଉକ୍ତ ଧାର୍ଯ୍ୟଲକ୍ଷ୍ୟ ଛୁଇଁବା ଅସମ୍ଭବ ହୋଇପଡ଼ୁଛି। ତେବେ ପୌରପାଳିକାର ଏହି ବିଫଳତା ପାଇଁ ସହରରେ ଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟର ବାବୁମାନେ ହିଁ ମୁଖ୍ୟତଃ ଦାୟୀ। କାରଣ ପୌର ପ୍ରଶାସନ ଠାରୁ ସରକାରୀ ଅଫିସ ଓ ବିଭାଗୀୟ କଲୋନୀଗୁଡ଼ିକ ୨୪ ଘଣ୍ଟିଆ ପାଣି, ସଫେଇ ଆଦି ସେବା ନେଉଥିଲେ ମଧ୍ୟ ସେ ବାବଦରେ ଦେବାକୁ ଥିବା ଦେୟ ବର୍ଷ ବର୍ଷ ଧରି ବିଭାଗ ପକ୍ଷରୁ ପୈଠ କରାଯାଉ ନାହିଁ। ଫଳରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଉପରେ ଅଦ୍ୟାବଧି ୨୦ ଲକ୍ଷ ୮ ହଜାର ୬୪୬ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବକେୟା ଗଡ଼ି ଚାଲିଛି।
୨୦୧୯ରେ ଅନୁଗୋଳ ପୌରପାଳିକାକୁ ଦିଆଯାଇଥିବା ଟ୍ୟାକ୍ସ ଟାର୍ଗେଟ୍‌ ପୂରଣ ହୋଇପାରି ନ ଥିଲା। ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଅନେକ କାର୍ଯ୍ୟାଳୟ ପକ୍ଷରୁ ଅର୍ଥ ପୈଠ କରାଗଲା ନାହିଁ। ଫଳରେ ମାତ୍ର ୨ଲକ୍ଷ ୫୦ ହଜାର ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇପାରିଥିଲା। ସେହିପରି ଚଳିତବର୍ଷ ମଧ୍ୟ ଏହି ଟ୍ୟାକ୍ସ ଆଦାୟ ସେପରି ଉତ୍ସାହଜନକ ହୋଇପାରି ନାହିଁ। ତେଣୁ ବର୍ଷ ଶେଷ ବେଳକୁ ଏହା ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନା ଅନୁଯାୟୀ, ଅନୁଗୋଳ ପୌରପାଳିକାରେ ମୋଟ୍‌ ୫୨୨୧ ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନକାରୀ ଅଛନ୍ତି। ସେଥିମଧ୍ୟରୁ ସାଧାରଣ ଲୋକ ଓ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ୪୩୪୬ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ବିଭାଗର ୮୭୫ଟି କାର୍ଯ୍ୟାଳୟ ଓ କଲୋନୀ ରହିଛି। କିନ୍ତୁ ସାଧାରଣ ଲୋକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ପ୍ରାୟତଃ ଠିକ୍‌ଠାକ୍‌ କର ଆଦାୟ ହେଉଛି। ଯେଉଁ କେତେଜଣ ଏଥିରେ ଅବହେଳା କରୁଛନ୍ତି ସେମାନଙ୍କୁ ନୋଟିସ୍‌ ଓ କାଠଗଡ଼ାର ଭୟ ଦେଖାଇ ପୌର ପ୍ରଶାସନ ଅର୍ଥ ଆଦାୟରେ ସକ୍ଷମ ହେଉଛି। କିନ୍ତୁ ସରକାରୀ କାର୍ଯ୍ୟାଳୟ ଓ କଲୋନୀଗୁଡ଼ିକର ହୋଲ୍ଡିଂ ଟ୍ୟାକ୍ସ ବିଭାଗୀୟ ଅଧିକାରୀମାନେ ନିୟମିତ ପୈଠ କରୁନାହାନ୍ତି। ଏ ବାବଦରେ ପଠାଯାଉଥିବା ନୋଟିସ୍‌କୁ ମଧ୍ୟ ସମ୍ପୃକ୍ତ ବାବୁମାନେ ଖାତିର କରୁନାହାନ୍ତି। ଫଳରେ ଅନୁଗୋଳ ଡିଆଇସି କାର୍ଯ୍ୟାଳୟ ଉପରେ ୧୯୮୬ରୁ ଅଦ୍ୟାବଧି ୩୦ ହଜାର ୭୮୯ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରହିଥିବାବେଳେ ପିଏଚ୍‌ଡି କର୍ତ୍ତୃପକ୍ଷ ୧୯୮୮ରୁ ଅଦ୍ୟାବଧି ୫୪ ହଜାର ୧୫୪ ଟଙ୍କା ଦେଇନାହାନ୍ତି। ସେହିପରି ୧୯୮୮ରୁ ଆଜି ପର୍ଯ୍ୟନ୍ତ ଇଡ୍‌କୋ କର୍ତ୍ତୃପକ୍ଷ ୧ ଲକ୍ଷ ୫୯ ହଜାର ୧୯୮ ଟଙ୍କା, ୧୯୮୮ରୁ ଅଦ୍ୟାବଧି ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ୪୮ ହଜାର ୨୯୫ ଟଙ୍କା, ୧୯୯୬ରୁ ତାମଡା କର୍ତ୍ତୃପକ୍ଷ ୧ ଲକ୍ଷ ୪୦ ହଜାର ୮୯୬ ଟଙ୍କା ବାକି ରଖିଛନ୍ତି। ଏପରି ଭାବେ ବିଭିନ୍ନ କାର୍ଯ୍ୟାଳୟ ଉପରେ ମୋଟ୍‌ ୨୦ ଲକ୍ଷ ୮ ହଜାର ୬୪୬ ଟଙ୍କା ବକେୟା ଗଡ଼ିଚାଲିଛି। ତେବେ ୧୫ଟି ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଗତ ମାର୍ଚ୍ଚ ସୁଦ୍ଧା ଟ୍ୟାକ୍ସ ପ୍ରଦାନ କରାଯାଇସାରିଛି। ଏ ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ବକେୟା ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବାକୁ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନୋଟିସ୍‌ ପ୍ରଦାନ କରାଯାଉଛି। କିନ୍ତୁ ଅଧିକାରୀମାନେ ତାହା ଜମା କରୁନାହାନ୍ତି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନୁଗୋଳ ପୌରପାଳିକା ପ୍ରଶାସକ ଦାୟିତ୍ୱରେ ଥିବା ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆଲଟମେଣ୍ଟ ଆସିବା ପରେ ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ କରାଯାଇଥାଏ। ବକେୟା ନେଇ ପୌରନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ପରେ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?