ଟ୍ୟାକ୍ସ ଛୁଇଁପାରୁନି ଟାର୍ଗେଟ୍‌

ଅନୁଗୋଳ ଅଫିସ, ୨୬।୮ – ପ୍ରତି ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟ୍ୟାକ୍ସ ଟାର୍ଗେଟ୍‌କୁ ଅନୁଗୋଳ ପୌରପାଳିକା ପୂରଣ କରିପାରୁ ନାହିଁ। ବିଶେଷକରି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଶତପ୍ରତିଶତ ହୋଇପାରୁ ନ ଥିବାରୁ ଉକ୍ତ ଧାର୍ଯ୍ୟଲକ୍ଷ୍ୟ ଛୁଇଁବା ଅସମ୍ଭବ ହୋଇପଡ଼ୁଛି। ତେବେ ପୌରପାଳିକାର ଏହି ବିଫଳତା ପାଇଁ ସହରରେ ଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟର ବାବୁମାନେ ହିଁ ମୁଖ୍ୟତଃ ଦାୟୀ। କାରଣ ପୌର ପ୍ରଶାସନ ଠାରୁ ସରକାରୀ ଅଫିସ ଓ ବିଭାଗୀୟ କଲୋନୀଗୁଡ଼ିକ ୨୪ ଘଣ୍ଟିଆ ପାଣି, ସଫେଇ ଆଦି ସେବା ନେଉଥିଲେ ମଧ୍ୟ ସେ ବାବଦରେ ଦେବାକୁ ଥିବା ଦେୟ ବର୍ଷ ବର୍ଷ ଧରି ବିଭାଗ ପକ୍ଷରୁ ପୈଠ କରାଯାଉ ନାହିଁ। ଫଳରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଉପରେ ଅଦ୍ୟାବଧି ୨୦ ଲକ୍ଷ ୮ ହଜାର ୬୪୬ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବକେୟା ଗଡ଼ି ଚାଲିଛି।
୨୦୧୯ରେ ଅନୁଗୋଳ ପୌରପାଳିକାକୁ ଦିଆଯାଇଥିବା ଟ୍ୟାକ୍ସ ଟାର୍ଗେଟ୍‌ ପୂରଣ ହୋଇପାରି ନ ଥିଲା। ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଅନେକ କାର୍ଯ୍ୟାଳୟ ପକ୍ଷରୁ ଅର୍ଥ ପୈଠ କରାଗଲା ନାହିଁ। ଫଳରେ ମାତ୍ର ୨ଲକ୍ଷ ୫୦ ହଜାର ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇପାରିଥିଲା। ସେହିପରି ଚଳିତବର୍ଷ ମଧ୍ୟ ଏହି ଟ୍ୟାକ୍ସ ଆଦାୟ ସେପରି ଉତ୍ସାହଜନକ ହୋଇପାରି ନାହିଁ। ତେଣୁ ବର୍ଷ ଶେଷ ବେଳକୁ ଏହା ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ସୂଚନା ଅନୁଯାୟୀ, ଅନୁଗୋଳ ପୌରପାଳିକାରେ ମୋଟ୍‌ ୫୨୨୧ ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନକାରୀ ଅଛନ୍ତି। ସେଥିମଧ୍ୟରୁ ସାଧାରଣ ଲୋକ ଓ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ୪୩୪୬ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ବିଭାଗର ୮୭୫ଟି କାର୍ଯ୍ୟାଳୟ ଓ କଲୋନୀ ରହିଛି। କିନ୍ତୁ ସାଧାରଣ ଲୋକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ପ୍ରାୟତଃ ଠିକ୍‌ଠାକ୍‌ କର ଆଦାୟ ହେଉଛି। ଯେଉଁ କେତେଜଣ ଏଥିରେ ଅବହେଳା କରୁଛନ୍ତି ସେମାନଙ୍କୁ ନୋଟିସ୍‌ ଓ କାଠଗଡ଼ାର ଭୟ ଦେଖାଇ ପୌର ପ୍ରଶାସନ ଅର୍ଥ ଆଦାୟରେ ସକ୍ଷମ ହେଉଛି। କିନ୍ତୁ ସରକାରୀ କାର୍ଯ୍ୟାଳୟ ଓ କଲୋନୀଗୁଡ଼ିକର ହୋଲ୍ଡିଂ ଟ୍ୟାକ୍ସ ବିଭାଗୀୟ ଅଧିକାରୀମାନେ ନିୟମିତ ପୈଠ କରୁନାହାନ୍ତି। ଏ ବାବଦରେ ପଠାଯାଉଥିବା ନୋଟିସ୍‌କୁ ମଧ୍ୟ ସମ୍ପୃକ୍ତ ବାବୁମାନେ ଖାତିର କରୁନାହାନ୍ତି। ଫଳରେ ଅନୁଗୋଳ ଡିଆଇସି କାର୍ଯ୍ୟାଳୟ ଉପରେ ୧୯୮୬ରୁ ଅଦ୍ୟାବଧି ୩୦ ହଜାର ୭୮୯ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରହିଥିବାବେଳେ ପିଏଚ୍‌ଡି କର୍ତ୍ତୃପକ୍ଷ ୧୯୮୮ରୁ ଅଦ୍ୟାବଧି ୫୪ ହଜାର ୧୫୪ ଟଙ୍କା ଦେଇନାହାନ୍ତି। ସେହିପରି ୧୯୮୮ରୁ ଆଜି ପର୍ଯ୍ୟନ୍ତ ଇଡ୍‌କୋ କର୍ତ୍ତୃପକ୍ଷ ୧ ଲକ୍ଷ ୫୯ ହଜାର ୧୯୮ ଟଙ୍କା, ୧୯୮୮ରୁ ଅଦ୍ୟାବଧି ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ୪୮ ହଜାର ୨୯୫ ଟଙ୍କା, ୧୯୯୬ରୁ ତାମଡା କର୍ତ୍ତୃପକ୍ଷ ୧ ଲକ୍ଷ ୪୦ ହଜାର ୮୯୬ ଟଙ୍କା ବାକି ରଖିଛନ୍ତି। ଏପରି ଭାବେ ବିଭିନ୍ନ କାର୍ଯ୍ୟାଳୟ ଉପରେ ମୋଟ୍‌ ୨୦ ଲକ୍ଷ ୮ ହଜାର ୬୪୬ ଟଙ୍କା ବକେୟା ଗଡ଼ିଚାଲିଛି। ତେବେ ୧୫ଟି ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଗତ ମାର୍ଚ୍ଚ ସୁଦ୍ଧା ଟ୍ୟାକ୍ସ ପ୍ରଦାନ କରାଯାଇସାରିଛି। ଏ ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ବକେୟା ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବାକୁ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନୋଟିସ୍‌ ପ୍ରଦାନ କରାଯାଉଛି। କିନ୍ତୁ ଅଧିକାରୀମାନେ ତାହା ଜମା କରୁନାହାନ୍ତି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନୁଗୋଳ ପୌରପାଳିକା ପ୍ରଶାସକ ଦାୟିତ୍ୱରେ ଥିବା ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆଲଟମେଣ୍ଟ ଆସିବା ପରେ ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ କରାଯାଇଥାଏ। ବକେୟା ନେଇ ପୌରନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ପରେ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri