ତାଳଚେର ସବୁଠୁ ବଡ଼ କ୍ଷେତ୍ର ହୋଇପାରିବ

ତାଳଚେର,୧୦ା୨(ନି.ପ୍ର.) – ଅନୁଗୋଳ ଜିଲା ତାଳଚେରଠାରେ ଥିବା ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ବର୍ତ୍ତମାନ ସୁଦ୍ଧା ୧୨୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରିସାରିଛି। ଏହି ଉତ୍ପାଦନ ହାର ବଜାୟ ରହିଲେ ଏମ୍‌ସିଏଲ୍‌ ଆଗାମୀ ଦିନରେ କୋଲ୍‌ ଇଣ୍ଡିଆ (ସିଆଇଏଲ୍‌)ର ୧ ନମ୍ବର କୋଇଲା କମ୍ପାନୀରେ ପରିଗଣିତ ହେବ ବୋଲି ସିଏମ୍‌ଡି ପ୍ରଭାତ କୁମାର ସିହ୍ନା ପ୍ରକାଶ କରିଛନ୍ତି।
ମଙ୍ଗଳବାର ଦିନିକିଆ ତାଳଚେର ଗସ୍ତରେ ଆସିଥିବା ସିଏମ୍‌ଡି ସିହ୍ନା ଲିଙ୍ଗରାଜ ଓପନକାଷ୍ଟ କୋଇଲା ଖଣି ପରିଦର୍ଶନ କରିବା ସହ ଉତ୍ପାଦନ, ପରିବହନର ସମୀକ୍ଷା କରିଥିଲେ। ବାର୍ଷିକ ଉପତ୍ାଦନ ଲକ୍ଷ୍ୟ ହାସଲ ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେବା ସହିତ ତଦ୍‌ଜନିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଚଳିତ ଆର୍ଥତ୍କ ବର୍ଷରେ ଏମ୍‌ସିଏଲ୍‌ ପାଇଁ ୧୬୦ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ସେ କହିଥିଲେ, ଚଳିତବର୍ଷ ଏମ୍‌ସିଏଲ୍‌ ୧୫୦ ମିଲିୟନ ଟନ୍‌ରୁ ଅଧିକ ଉତ୍ତୋଳନ କରିବ। ସେଥିରୁ ଏବେ ସୁଦ୍ଧା ୧୨୦.୫୯ ମିଲିୟନ ଟନ୍‌ ଉତ୍ତୋଳନ ହୋଇସାରିଛି। ଆଗାମୀ ଦିନରେ ଏମ୍‌ସିଏଲ୍‌ ବିଭିନ୍ନ ଖଣିରୁ କୋଇଲା ଉପତ୍ାଦନ ବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିବ। ଅନୁଗୋଳ, ଝାରସୁଗୁଡା, ସୁନ୍ଧରଗଡ଼ ଅଞ୍ଚଳରୁ ଦୈନିକ ୫.୭୦ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୫.୩୦ ଲକ୍ଷ ଟନ୍‌ ଉତ୍ତୋଳନ ହେଉଛି। ତାଳଚେର ଅଞ୍ଚଳରେ ବିପୁଳ କୋଇଲା ସଂରକ୍ଷିତ ରହିଛି। ଏହାର ସଦ୍‌ବିନିଯୋଗ କରାଗଲେ ଏହା ଭାରତର ସବୁଠାରୁ ବଡ଼ କୋଇଲା କ୍ଷେତ୍ର ହୋଇପାରିବ। ତେବେ ଜମି ସମସ୍ୟା ଯୋଗୁ ଖଣି କାର୍ଯ୍ୟରେ ବାଧାସୃଷ୍ଟି ହେଉଛି। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖାଯାଉଛି। ତେଣୁ ଜନସାଧାରଣ ସହଯୋଗ କରିବାକୁ ସିଏମ୍‌ଡି ସିହ୍ନା ନିବେଦନ କରିଥିଲେ। କରୋନା ଯୋଗୁ କୋଇଲା ଚାହିଦା ହ୍ରାସ ପାଇବା ଚିନ୍ତାଜନକ। ଟ୍ରକ୍‌ ମାଲିକଙ୍କ ସମସ୍ୟା ସମ୍ପର୍କରେ ଏମ୍‌ସିଏଲ୍‌ ଅବଗତ ଅଛି ଓ ସମାଧାନ ପାଇଁ ପଦକ୍ଷେପ ନେଉଛି। ସିଏମ୍‌ଡିଙ୍କ ଏହି ଗସ୍ତ ବେଳେ ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହଙ୍କ ସମେତ ବିଭିନ୍ନ ବରିଷ୍ଠ ପଦାଧିକାରୀ ଓ ଜେନେରାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri