କଡ଼ା ପଦକ୍ଷେପ

Dillip Cherian

ରାଜଧାନୀ ଦିଲ୍ଲୀର ୧୦୭ ବର୍ଷ ପୁରୁଣା ଜିମ୍‌ଖାନା କ୍ଲବ୍‌ ଉଚ୍ଚ ଏବଂ କ୍ଷମତାଶାଳୀ ବ୍ୟକ୍ତିଙ୍କ ପସନ୍ଦ ରହିଆସିଛି। ଏମାନଙ୍କ ସହଯୋଗରେ ବି ଏହା ଚାଲୁଛି। କିନ୍ତୁ ଅତି ଅବ୍ୟବସ୍ଥା ଦେଇ ଆସୁଥିବା ଏହି କ୍ଳବ୍‌କୁ୍‌ ଏବେ ସରକାର ନିୟନ୍ତ୍ରଣକୁ ନେବା ପରେ ପୁଣି ଲ୍ୟୁଟିୟନସ୍‌ ଦିଲ୍ଲୀ ଖବର ଶିରୋନାମାକୁ ଫେରିଛି। ନ୍ୟାଶ୍‌ନାଲ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) କ୍ଲବ୍‌ର ଗଭଗର୍ନିଂ କାଉନ୍‌ସିଲକୁ ଭାଙ୍ଗି ଦେଇ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ପରିଚାଳନା ନିର୍ଦ୍ଦେଶକ ଏମ୍‌.ଏମ୍‌. ଜୁନେଜାଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କ୍ଲବକୁ ନେଇ ଆଇନଗତ ମାମଲା ଚାଲିଥିବାବେଳେ ବି ସେ ଏହାର ଦେଖାଶୁଣା କରିବେ। ଜୁନେଜା ନିଯୁକ୍ତି ପାଇବା ପରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମତଃ କ୍ଲବ୍‌ ସଦସ୍ୟମାନଙ୍କର ୧.୨ କୋଟି ଟଙ୍କାର ବକେୟା ଦେୟ ପଇଠ କରିବା ପାଇଁ ସେ ସେମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। କ୍ଲବ୍‌ର କାର୍ଯ୍ୟ ବୁଝାଶୁଝା କରିବା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯିବା ଏହାର ଇତିହାସରେ ପ୍ରଥମ ଘଟଣା। ଏହାକୁ ଏକ ଆଦଶର୍ର୍ କ୍ଳବ୍‌ କରିବା ପାଇଁ ସର୍ବୋତ୍ତମ କାର୍ଯ୍ୟ ଆରମ୍ଭ କରିବାକୁ ଜୁନେଜାଙ୍କୁ ଅଧିକାର ଦିଆଯାଇଛି। କ୍ଳବ୍‌ ବିରୋଧରେ ଅଭିଯୋଗ ଏବଂ କୋର୍ଟରେ ମାମଲା ସଂଖ୍ୟା ବଢ଼ିବା ପରେ ଏହାର ପରିଚାଳନା ଉପରେ ୪ ବର୍ଷ ତଳେ ଯେତେବେଳେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ତଦନ୍ତ କରିବାକୁ ସ୍ଥିର କରିଥିଲେ ସେତେବେଳେ ଏହାର ଅବ୍ୟବସ୍ଥା ସାମ୍‌ନାକୁ ଆସିଥିଲା। ଗତବର୍ଷ ପ୍ରାରମ୍ଭରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କ୍ଳବ୍‌ ପରିଚାଳନା ଦାୟିତ୍ୱ ନେବାକୁ ଚାହିଁଥିତ୍ଲା ଓ ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିତ୍ଲା। ଏଥିତ୍ରୁ ଲାଗୁଛି କି ଏବେ ଏହା ତା’ବାଟ ପାଇଯାଇଛି । କଡ଼ା ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି।
ଏହାଦେଖି ଏବେ ଲ୍ୟୁଟିୟନ ଦିଲ୍ଲୀରେ ଥିବା ଅନ୍ୟସବୁ କ୍ଲବ୍‌ରେ କମ୍ପନ ସୃଷ୍ଟି ହୋଇଛି।
ଇଡି ବିସ୍ତାରରେ ବ୍ୟସ୍ତ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଦିନକୁ ଦିନ ଦାୟିତ୍ୱ ବଢ଼ିବା ଯୋଗୁ ନିଜର ଶୀଘ୍ର କାର୍ଯ୍ୟ ସମ୍ପାଦନ ଏବଂ କାର୍ଯ୍ୟ ପରିସରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବେ ଖର୍ଚ୍ଚବହୁଳ ବିସ୍ତାର କାର୍ଯ୍ୟରେ ବ୍ୟସ୍ତ ରହିଛି। ଏହାର ନୂଆ ଆଞ୍ଚଳିକ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟ (ଜୋନାଲ ଏବଂ ସବ୍‌-ଜୋନାଲ ଅଫିସ୍‌) ପାଇଁ ଅଧିକ ଅଧିକାରୀ ଆବଶ୍ୟକ ହେଉଛନ୍ତି। ଆର୍ଥିକ ଆଇନ ଲାଗୁକରିବା ଏବଂ ଆର୍ଥିକ ଅପରାଧ ବିରୋଧରେ ଲଢିବା ଇଡିର ଦାୟିତ୍ୱ। କିନ୍ତୁ ଏକ ବ୍ୟାପକ ଅଧିକାର କ୍ଷେତ୍ର ସହ ଏଫ୍‌ଇଏମ୍‌ଏ, ପିଏମ୍‌ଏଲ୍‌ଏ ଏବଂ ଏଫ୍‌ଇଓ ଆଇନଗୁଡ଼ିକରେ ଥିବା ନୂଆ ଦାୟିତ୍ୱକୁ ଦୃଷ୍ଟିରେ ରଖି ଇଡିକୁ ଏବକାର କାର୍ଯ୍ୟକ୍ଷେତ୍ରକୁ ବିସ୍ତାର କରିବାକୁ ଦରକାର ପଡ଼ିବ। ଜଣାପଡିଛି,ସମ୍ପ୍ରସାରଣ ବା ବିସ୍ତାରରେ ଇଡି ଏହାର କ୍ୟାଡର କ୍ଷମତାର ପର୍ଯ୍ୟାପ୍ତ ପୁନର୍ଗଠନ କରିବ। ଏହି ସମୟରେ ଇଡିର ସ୍ବୀକୃତିପ୍ରାପ୍ତ କ୍ୟାଡର୍‌ କ୍ଷମତା ୫ ଜଣ ସ୍ବତନ୍ତ୍ର ନିର୍ଦ୍ଦେଶକ ସମେତ ୨୭ ଜଣ ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ନେଇ ମୋଟରେ ୨୦୬୪ ପଦବୀ ରହିଛି। କିନ୍ତୁ ଏବେ ମଧ୍ୟ ଅଧିକାରୀମାନଙ୍କ ଅଭାବ ରହିଛି, ଏପରି କି ମଞ୍ଜୁରୀପ୍ରାପ୍ତ ପଦବୀରୁ ମଧ୍ୟ। ଏଣୁ ଏବେ ଖାଲି ଥିବା ପଦବୀ ଏବଂ ନୂଆ କାର୍ଯ୍ୟାଳୟଗୁୂଡ଼ିକ ପୂରଣ କରିବା ଲାଗି ଅଧିତ୍କ ଅଧିକାରୀଙ୍କୁ ଚୟନ କରିବା ଅତ୍ୟନ୍ତ ଜରୁରୀ। ନୂଆ ଆଞ୍ଚଳିକ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ଅତିରିକ୍ତ /ଯୁଗ୍ମ ନିର୍ଦ୍ଦେଶକ ଏବଂ ଉପ-ନିର୍ଦ୍ଦେଶକ ପଦ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ନିକଟରେ ଇଡି ୧୦ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ପ୍ରବର୍ତ୍ତନର ଉପ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ଦେଇଛି। ଉକ୍ତ ସଂସ୍ଥା ଭୋପାଳ ଏବଂ ଗୁଡ୍‌ଗାଁଓରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଛି। ଭୁବନେଶ୍ୱର ଏବଂ ରାୟପୁରର ଉପ-ଆଞ୍ଚଳିକ କାର୍ଯ୍ୟଳୟକୁ ଆଞ୍ଚଳିକ କାର୍ଯ୍ୟାଳୟ ସ୍ତରକୁ ନିଆଯାଇଛି। ଏହା ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବହୁ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଛି।
ଡିଜିପି ନିରାଶ ହେଲେ
ହାଇ ପ୍ରୋଫାଇଲ ପୂର୍ବତନ ବିହାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୁପ୍ତେଶ୍ୱର ପାଣ୍ଡେଙ୍କ ରାଜନୈତିକ ଅଭିଳାଷରେ ଏବେ ପୁଣି ଥରେ ବାଧା ଅସିଛି। ଏନ୍‌ଡିଏ ସରକାରରେ ପ୍ରବେଶ କରିବାକୁ ଯଦିଓ ସେ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ତାଙ୍କ ବଦଳରେ ପୂର୍ବତନ ଆଇପିିଏସ୍‌ ଅଧିକାରୀ ସୁନୀଲ କୁମାରଙ୍କୁ ଏକ୍ସାଇଜ୍‌ ଆଣ୍ଡ୍‌ ପ୍ରୋହିଭେଶନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଛନ୍ତି। ଅବସର ନେବାର ମାତ୍ର କିଛି ମାସ ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆମତ୍ହତ୍ୟା ଘଟଣା ଉପରେ ପାଣ୍ଡେଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢିବାରୁ ସେ ସ୍ବେଚ୍ଛାକୃତ ଅବସର ନେଇ ଜନତା ଦଳ( ସଂଯୁକ୍ତ)ରେ ଯୋଗ ଦେଇଥିଲେ। ନିର୍ବାଚନରେ ଦଳୀୟ ଟିକେଟ ପାଇବା ଆଶାରେ ସେ ଏହା କରିଥିଲେ। ଏଥିରୁ ବଞ୍ଚିତ ହେବା ପରେ ଅନେକ ଭାବିଥିଲେ ଯେ, ନିର୍ବାଚନ ପରେ ପାଣ୍ଡେଙ୍କୁ ନୀତୀଶଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବ। କିନ୍ତୁ ସୁନୀଲ କୁମାର ଏହି ସୁଯୋଗ ପାଇଲେ। ପାଣ୍ଡେ ଏହା ହାସଲ କରିପାରିଲେନି କି ମେମ୍ବର ଅଫ୍‌ କାଉନସିଲ୍‌ ହୋଇପାରିଲେନି। କୌତୂହଳର ବିଷୟ, ରାଜନୀତିରେ ପ୍ରବେଶ କରିବା ଲାଗି ଏହା ହେଉଛି ପାଣ୍ଡେଙ୍କର ଦ୍ୱିତୀୟ ପ୍ରୟାସ। ୨୦୦୯ରେ ଭାଜପା ଟିକେଟ୍‌ ପାଇବା ପାଇଁ ସେ ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସେତେବେଳେ ନିରାଶ ହୋଇଥିଲେ, ଏବେ ବି ସେୟା ହେଲା। ଭାଗ୍ୟବଶତଃ ନୀତୀଶ କୁମାର ଆଇପିଏସ୍‌ରୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବା ଲାଗି ଅନୁମତି ଦେଇଥିଲେ ଏବଂ ତା’ପରେ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri