କଡ଼ା ପଦକ୍ଷେପ

Dillip Cherian

ରାଜଧାନୀ ଦିଲ୍ଲୀର ୧୦୭ ବର୍ଷ ପୁରୁଣା ଜିମ୍‌ଖାନା କ୍ଲବ୍‌ ଉଚ୍ଚ ଏବଂ କ୍ଷମତାଶାଳୀ ବ୍ୟକ୍ତିଙ୍କ ପସନ୍ଦ ରହିଆସିଛି। ଏମାନଙ୍କ ସହଯୋଗରେ ବି ଏହା ଚାଲୁଛି। କିନ୍ତୁ ଅତି ଅବ୍ୟବସ୍ଥା ଦେଇ ଆସୁଥିବା ଏହି କ୍ଳବ୍‌କୁ୍‌ ଏବେ ସରକାର ନିୟନ୍ତ୍ରଣକୁ ନେବା ପରେ ପୁଣି ଲ୍ୟୁଟିୟନସ୍‌ ଦିଲ୍ଲୀ ଖବର ଶିରୋନାମାକୁ ଫେରିଛି। ନ୍ୟାଶ୍‌ନାଲ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) କ୍ଲବ୍‌ର ଗଭଗର୍ନିଂ କାଉନ୍‌ସିଲକୁ ଭାଙ୍ଗି ଦେଇ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ପରିଚାଳନା ନିର୍ଦ୍ଦେଶକ ଏମ୍‌.ଏମ୍‌. ଜୁନେଜାଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। କ୍ଲବକୁ ନେଇ ଆଇନଗତ ମାମଲା ଚାଲିଥିବାବେଳେ ବି ସେ ଏହାର ଦେଖାଶୁଣା କରିବେ। ଜୁନେଜା ନିଯୁକ୍ତି ପାଇବା ପରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମତଃ କ୍ଲବ୍‌ ସଦସ୍ୟମାନଙ୍କର ୧.୨ କୋଟି ଟଙ୍କାର ବକେୟା ଦେୟ ପଇଠ କରିବା ପାଇଁ ସେ ସେମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। କ୍ଲବ୍‌ର କାର୍ଯ୍ୟ ବୁଝାଶୁଝା କରିବା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯିବା ଏହାର ଇତିହାସରେ ପ୍ରଥମ ଘଟଣା। ଏହାକୁ ଏକ ଆଦଶର୍ର୍ କ୍ଳବ୍‌ କରିବା ପାଇଁ ସର୍ବୋତ୍ତମ କାର୍ଯ୍ୟ ଆରମ୍ଭ କରିବାକୁ ଜୁନେଜାଙ୍କୁ ଅଧିକାର ଦିଆଯାଇଛି। କ୍ଳବ୍‌ ବିରୋଧରେ ଅଭିଯୋଗ ଏବଂ କୋର୍ଟରେ ମାମଲା ସଂଖ୍ୟା ବଢ଼ିବା ପରେ ଏହାର ପରିଚାଳନା ଉପରେ ୪ ବର୍ଷ ତଳେ ଯେତେବେଳେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ତଦନ୍ତ କରିବାକୁ ସ୍ଥିର କରିଥିଲେ ସେତେବେଳେ ଏହାର ଅବ୍ୟବସ୍ଥା ସାମ୍‌ନାକୁ ଆସିଥିଲା। ଗତବର୍ଷ ପ୍ରାରମ୍ଭରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କ୍ଳବ୍‌ ପରିଚାଳନା ଦାୟିତ୍ୱ ନେବାକୁ ଚାହିଁଥିତ୍ଲା ଓ ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିତ୍ଲା। ଏଥିତ୍ରୁ ଲାଗୁଛି କି ଏବେ ଏହା ତା’ବାଟ ପାଇଯାଇଛି । କଡ଼ା ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି।
ଏହାଦେଖି ଏବେ ଲ୍ୟୁଟିୟନ ଦିଲ୍ଲୀରେ ଥିବା ଅନ୍ୟସବୁ କ୍ଲବ୍‌ରେ କମ୍ପନ ସୃଷ୍ଟି ହୋଇଛି।
ଇଡି ବିସ୍ତାରରେ ବ୍ୟସ୍ତ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉପରେ ଦିନକୁ ଦିନ ଦାୟିତ୍ୱ ବଢ଼ିବା ଯୋଗୁ ନିଜର ଶୀଘ୍ର କାର୍ଯ୍ୟ ସମ୍ପାଦନ ଏବଂ କାର୍ଯ୍ୟ ପରିସରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବେ ଖର୍ଚ୍ଚବହୁଳ ବିସ୍ତାର କାର୍ଯ୍ୟରେ ବ୍ୟସ୍ତ ରହିଛି। ଏହାର ନୂଆ ଆଞ୍ଚଳିକ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟ (ଜୋନାଲ ଏବଂ ସବ୍‌-ଜୋନାଲ ଅଫିସ୍‌) ପାଇଁ ଅଧିକ ଅଧିକାରୀ ଆବଶ୍ୟକ ହେଉଛନ୍ତି। ଆର୍ଥିକ ଆଇନ ଲାଗୁକରିବା ଏବଂ ଆର୍ଥିକ ଅପରାଧ ବିରୋଧରେ ଲଢିବା ଇଡିର ଦାୟିତ୍ୱ। କିନ୍ତୁ ଏକ ବ୍ୟାପକ ଅଧିକାର କ୍ଷେତ୍ର ସହ ଏଫ୍‌ଇଏମ୍‌ଏ, ପିଏମ୍‌ଏଲ୍‌ଏ ଏବଂ ଏଫ୍‌ଇଓ ଆଇନଗୁଡ଼ିକରେ ଥିବା ନୂଆ ଦାୟିତ୍ୱକୁ ଦୃଷ୍ଟିରେ ରଖି ଇଡିକୁ ଏବକାର କାର୍ଯ୍ୟକ୍ଷେତ୍ରକୁ ବିସ୍ତାର କରିବାକୁ ଦରକାର ପଡ଼ିବ। ଜଣାପଡିଛି,ସମ୍ପ୍ରସାରଣ ବା ବିସ୍ତାରରେ ଇଡି ଏହାର କ୍ୟାଡର କ୍ଷମତାର ପର୍ଯ୍ୟାପ୍ତ ପୁନର୍ଗଠନ କରିବ। ଏହି ସମୟରେ ଇଡିର ସ୍ବୀକୃତିପ୍ରାପ୍ତ କ୍ୟାଡର୍‌ କ୍ଷମତା ୫ ଜଣ ସ୍ବତନ୍ତ୍ର ନିର୍ଦ୍ଦେଶକ ସମେତ ୨୭ ଜଣ ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ନେଇ ମୋଟରେ ୨୦୬୪ ପଦବୀ ରହିଛି। କିନ୍ତୁ ଏବେ ମଧ୍ୟ ଅଧିକାରୀମାନଙ୍କ ଅଭାବ ରହିଛି, ଏପରି କି ମଞ୍ଜୁରୀପ୍ରାପ୍ତ ପଦବୀରୁ ମଧ୍ୟ। ଏଣୁ ଏବେ ଖାଲି ଥିବା ପଦବୀ ଏବଂ ନୂଆ କାର୍ଯ୍ୟାଳୟଗୁୂଡ଼ିକ ପୂରଣ କରିବା ଲାଗି ଅଧିତ୍କ ଅଧିକାରୀଙ୍କୁ ଚୟନ କରିବା ଅତ୍ୟନ୍ତ ଜରୁରୀ। ନୂଆ ଆଞ୍ଚଳିକ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ଅତିରିକ୍ତ /ଯୁଗ୍ମ ନିର୍ଦ୍ଦେଶକ ଏବଂ ଉପ-ନିର୍ଦ୍ଦେଶକ ପଦ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ନିକଟରେ ଇଡି ୧୦ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ପ୍ରବର୍ତ୍ତନର ଉପ ନିର୍ଦ୍ଦେଶକ ପଦକୁ ପଦୋନ୍ନତି ଦେଇଛି। ଉକ୍ତ ସଂସ୍ଥା ଭୋପାଳ ଏବଂ ଗୁଡ୍‌ଗାଁଓରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଛି। ଭୁବନେଶ୍ୱର ଏବଂ ରାୟପୁରର ଉପ-ଆଞ୍ଚଳିକ କାର୍ଯ୍ୟଳୟକୁ ଆଞ୍ଚଳିକ କାର୍ଯ୍ୟାଳୟ ସ୍ତରକୁ ନିଆଯାଇଛି। ଏହା ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବହୁ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଛି।
ଡିଜିପି ନିରାଶ ହେଲେ
ହାଇ ପ୍ରୋଫାଇଲ ପୂର୍ବତନ ବିହାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୁପ୍ତେଶ୍ୱର ପାଣ୍ଡେଙ୍କ ରାଜନୈତିକ ଅଭିଳାଷରେ ଏବେ ପୁଣି ଥରେ ବାଧା ଅସିଛି। ଏନ୍‌ଡିଏ ସରକାରରେ ପ୍ରବେଶ କରିବାକୁ ଯଦିଓ ସେ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ତାଙ୍କ ବଦଳରେ ପୂର୍ବତନ ଆଇପିିଏସ୍‌ ଅଧିକାରୀ ସୁନୀଲ କୁମାରଙ୍କୁ ଏକ୍ସାଇଜ୍‌ ଆଣ୍ଡ୍‌ ପ୍ରୋହିଭେଶନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଛନ୍ତି। ଅବସର ନେବାର ମାତ୍ର କିଛି ମାସ ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆମତ୍ହତ୍ୟା ଘଟଣା ଉପରେ ପାଣ୍ଡେଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢିବାରୁ ସେ ସ୍ବେଚ୍ଛାକୃତ ଅବସର ନେଇ ଜନତା ଦଳ( ସଂଯୁକ୍ତ)ରେ ଯୋଗ ଦେଇଥିଲେ। ନିର୍ବାଚନରେ ଦଳୀୟ ଟିକେଟ ପାଇବା ଆଶାରେ ସେ ଏହା କରିଥିଲେ। ଏଥିରୁ ବଞ୍ଚିତ ହେବା ପରେ ଅନେକ ଭାବିଥିଲେ ଯେ, ନିର୍ବାଚନ ପରେ ପାଣ୍ଡେଙ୍କୁ ନୀତୀଶଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବ। କିନ୍ତୁ ସୁନୀଲ କୁମାର ଏହି ସୁଯୋଗ ପାଇଲେ। ପାଣ୍ଡେ ଏହା ହାସଲ କରିପାରିଲେନି କି ମେମ୍ବର ଅଫ୍‌ କାଉନସିଲ୍‌ ହୋଇପାରିଲେନି। କୌତୂହଳର ବିଷୟ, ରାଜନୀତିରେ ପ୍ରବେଶ କରିବା ଲାଗି ଏହା ହେଉଛି ପାଣ୍ଡେଙ୍କର ଦ୍ୱିତୀୟ ପ୍ରୟାସ। ୨୦୦୯ରେ ଭାଜପା ଟିକେଟ୍‌ ପାଇବା ପାଇଁ ସେ ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସେତେବେଳେ ନିରାଶ ହୋଇଥିଲେ, ଏବେ ବି ସେୟା ହେଲା। ଭାଗ୍ୟବଶତଃ ନୀତୀଶ କୁମାର ଆଇପିଏସ୍‌ରୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବା ଲାଗି ଅନୁମତି ଦେଇଥିଲେ ଏବଂ ତା’ପରେ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?