ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି। ଏପରି କି ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉନି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାରରେ ଥିବା ୩ଟି ବ୍ୟାଙ୍କର ସେବା ସନ୍ତୋଷଜନକ ନୁହେଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।
ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଓ ଏକ ଘରୋଇ ବ୍ୟାଙ୍କର ଶାଖା ରହିଛି। ବଜାରର ବ୍ୟବସାୟୀଙ୍କ ସହ ଆଖପାଖ ୧୫ଟି ପଞ୍ଚାୟତର ବହୁ ଲୋକ ଓ ସରକାରୀ କାର୍ଯ୍ୟାଳୟ ଟଙ୍କା ଜମା ଓ ଉଠାଣ ପାଇଁ ଏହି ବ୍ୟାଙ୍କଗୁଡ଼ିକ ଉପରେ ନିର୍ଭର କରନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ବଇଣ୍ଡା ଶାଖାରେ ଦୈନିକ ୯୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥାଏ। କିନ୍ତୁ ଉପଭୋକ୍ତାଙ୍କୁ ସେବା ଯୋଗାଇବା ପାଇଁ ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଫଳରେ ଭିଡ଼ ବଢ଼ିବା ସହ ଉପଭୋକ୍ତାମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ସୁରକ୍ଷାକର୍ମୀ ନିଯୁକ୍ତ କରାଯାଇ ନାହିଁ। କିଛି ସିସିଟିଭି କ୍ୟାମେରା ଅଚଳ ହୋଇଥିଲେ ମଧ୍ୟ ନୂଆ ବ୍ୟବସ୍ଥା କରାଯାଉ ନାହିଁ। ବ୍ୟାଙ୍କ ସମ୍ମୁଖରେ ୨ଟି ସିସିଟିଭି ଲଗାଇବା ପାଇଁ ୪ ଏପ୍ରିଲ ୨୦୧୪ ଓ ୧୫ ଅକ୍ଟୋବର ୨୦୧୮ରେ ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ମାର୍ଚ୍ଚ ୨୩, ୨୦୧୫ରେ ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀ ମହେଶ ସାହାଙ୍କଠାରୁ ଦୁର୍ବୃତ୍ତମାନେ ୪ ଲକ୍ଷ ୨୧ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଶାଖାରେ ଧାନ ବିକ୍ରି ଟଙ୍କା ଉଠାଣରେ ଚାଷୀ ହୀନସ୍ଥା ହେଉଛନ୍ତି। ଏଠାରେ ରାତ୍ର ଜଗୁଆଳି ନ ଥିବାରୁ ୬ ଏପ୍ରିଲ୍‌ ୨୦୦୮ରେ ୩ ଲକ୍ଷ ୫୧ ହାଜର ଟଙ୍କା ଚୋରି ହୋଇଥିଲା। ୧୭ ନଭେମ୍ବର ୨୦୧୦ ଓ ୧୮ ଜୁନ ୨୦୧୫ରେ ଲୁଟ୍‌ ଉଦ୍ୟମ ହୋଇଥିଲା। ସେହିପରି ଘରୋଇ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ବେଆଇନ ଭାବେ କଟି ଯାଉଥିଲେ ମଧ୍ୟ ଫେରସ୍ତରେ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁରେନ୍ଦ୍ର ମିଶ୍ର କହିଛନ୍ତି, ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ଶୀଘ୍ର କରାଯିବା ସହ ଉତ୍ତମ ସେବା ଯୋଗାଇଦେବାକୁ ପଦକ୍ଷେପ ନିଆଯିବ। ଆଠମଲ୍ଲିକ ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି, ସୁରକ୍ଷା ସହ ଗ୍ରାହକଙ୍କୁ ସନ୍ତୋଷଜନକ ସେବା ଯୋଗାଇ ଦେବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ବଇଣ୍ଡାରେ ଥିବା ୪ଟି ଏଟିଏମ୍‌ରେ ରାତିକାଳୀନ ସୁରକ୍ଷା ପାଇଁ ୪ଜଣ ହୋମଗାର୍ଡ ନିଯୁକ୍ତି କରାଯାଇଛି।

ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେଉଛୁ
ବଇଣ୍ଡାରେ ଥିବା ବ୍ୟାଙ୍କଗୁଡ଼ିକରେ ଗ୍ରାହକଙ୍କୁ ଠିକ୍‌ ଭାବେ ସେବା ମିଳୁନାହିଁ। ଟଙ୍କା ଉଠାଣ ପାଇଁ ଗ୍ରାମାଞ୍ଚଳରୁ ଆସୁଥିବା ବୃଦ୍ଧାବୃଦ୍ଧମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
– ପ୍ରକାଶ ମିଶ୍ର, ନୁନୁକାପଶି
କର୍ମଚାରୀ ଅଭାବରୁ ସମସ୍ୟା
ଏଟିଏମ୍‌ ବ୍ୟବହାର ଜାଣି ନ ଥିବା ଲୋକେ ଟଙ୍କା ଉଠାଣ ଓ ଜମା ପାଇଁ ବ୍ୟାଙ୍କକୁ ଯାଉଛନ୍ତି। କିନ୍ତୁ କର୍ମଚାରୀ ଅଭାବରୁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହାଛଡ଼ା ଡିପୋଜିଟ ଓ ଉଠାଣ ଫର୍ମ ପାଖ ଦୋକାନଗୁଡ଼ିକରେ ବିକ୍ରି କରାଯାଉଛି।
– ରମେଶ ଚନ୍ଦ୍ର ସାହୁ, ବଇଣ୍ଡା
ଅସୁବିଧା ବୁଝିବାକୁ ଆଗ୍ରହୀ ନୁହନ୍ତି
ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ ମେଶିନ ଖରାପ ଥିବାରୁ ଟଙ୍କା ବାହାରିଲା ନାହିଁ। କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଇଥିବାରୁ ଏ ନେଇ ବ୍ୟାଙ୍କକୁ ଯାଇ ଅଭିଯୋଗ କରିବାକୁ ଚାହିଁଲି। ହେଲେ ସେଠାରେ ଗ୍ରାହକଙ୍କ ସମସ୍ୟା ବୁଝିବାକୁ କର୍ମଚାରୀଙ୍କ ଆଗ୍ରହ ନ ଥିଲା।
-ଯୁଗଳ କିଶୋର ସାହୁ, ଜାମ୍ବୁନାଳୀ
ଅଚଳ ରହୁଛି ଏଟିଏମ୍‌
ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ ସେବା ମିଳୁ ନ ଥିବା ବେଳେ ବଜାରରେ ଥିବା ଏଟିଏମ୍‌ ବାରମ୍ବାର ଅଚଳ ହୋଇପଡ଼ୁଛି। ଏହାକୁ ସଚଳ କରିବାକୁ ବହୁବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ମାସ ମାସ ସମୟ ନେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଯେପରି ଉପଭୋକ୍ତାମାନେ ଅଧିକ ସମସ୍ୟା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ।
– ଭଗବାନ ଘିଓ୍ବାଲା, ବଇଣ୍ଡା
ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ
ବଇଣ୍ଡାରେ ଥିବା ବ୍ୟାଙ୍କଗୁଡ଼ିକରେ ଉପଯୁକ୍ତ ସେବା ଯୋଗାଇ ଦିଆଯାଉ ନ ଥିବା ସମ୍ପର୍କରେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଗ୍ରାହକମାନେ ଯେପରି ବ୍ୟାଙ୍କ ସେବାରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯିବ।
– ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?