ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି। ଏପରି କି ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉନି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାରରେ ଥିବା ୩ଟି ବ୍ୟାଙ୍କର ସେବା ସନ୍ତୋଷଜନକ ନୁହେଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।
ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଓ ଏକ ଘରୋଇ ବ୍ୟାଙ୍କର ଶାଖା ରହିଛି। ବଜାରର ବ୍ୟବସାୟୀଙ୍କ ସହ ଆଖପାଖ ୧୫ଟି ପଞ୍ଚାୟତର ବହୁ ଲୋକ ଓ ସରକାରୀ କାର୍ଯ୍ୟାଳୟ ଟଙ୍କା ଜମା ଓ ଉଠାଣ ପାଇଁ ଏହି ବ୍ୟାଙ୍କଗୁଡ଼ିକ ଉପରେ ନିର୍ଭର କରନ୍ତି। କେବଳ ଷ୍ଟେଟ ବ୍ୟାଙ୍କ ବଇଣ୍ଡା ଶାଖାରେ ଦୈନିକ ୯୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥାଏ। କିନ୍ତୁ ଉପଭୋକ୍ତାଙ୍କୁ ସେବା ଯୋଗାଇବା ପାଇଁ ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଫଳରେ ଭିଡ଼ ବଢ଼ିବା ସହ ଉପଭୋକ୍ତାମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ସୁରକ୍ଷାକର୍ମୀ ନିଯୁକ୍ତ କରାଯାଇ ନାହିଁ। କିଛି ସିସିଟିଭି କ୍ୟାମେରା ଅଚଳ ହୋଇଥିଲେ ମଧ୍ୟ ନୂଆ ବ୍ୟବସ୍ଥା କରାଯାଉ ନାହିଁ। ବ୍ୟାଙ୍କ ସମ୍ମୁଖରେ ୨ଟି ସିସିଟିଭି ଲଗାଇବା ପାଇଁ ୪ ଏପ୍ରିଲ ୨୦୧୪ ଓ ୧୫ ଅକ୍ଟୋବର ୨୦୧୮ରେ ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ମାର୍ଚ୍ଚ ୨୩, ୨୦୧୫ରେ ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀ ମହେଶ ସାହାଙ୍କଠାରୁ ଦୁର୍ବୃତ୍ତମାନେ ୪ ଲକ୍ଷ ୨୧ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଶାଖାରେ ଧାନ ବିକ୍ରି ଟଙ୍କା ଉଠାଣରେ ଚାଷୀ ହୀନସ୍ଥା ହେଉଛନ୍ତି। ଏଠାରେ ରାତ୍ର ଜଗୁଆଳି ନ ଥିବାରୁ ୬ ଏପ୍ରିଲ୍‌ ୨୦୦୮ରେ ୩ ଲକ୍ଷ ୫୧ ହାଜର ଟଙ୍କା ଚୋରି ହୋଇଥିଲା। ୧୭ ନଭେମ୍ବର ୨୦୧୦ ଓ ୧୮ ଜୁନ ୨୦୧୫ରେ ଲୁଟ୍‌ ଉଦ୍ୟମ ହୋଇଥିଲା। ସେହିପରି ଘରୋଇ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ବେଆଇନ ଭାବେ କଟି ଯାଉଥିଲେ ମଧ୍ୟ ଫେରସ୍ତରେ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁରେନ୍ଦ୍ର ମିଶ୍ର କହିଛନ୍ତି, ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ଶୀଘ୍ର କରାଯିବା ସହ ଉତ୍ତମ ସେବା ଯୋଗାଇଦେବାକୁ ପଦକ୍ଷେପ ନିଆଯିବ। ଆଠମଲ୍ଲିକ ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି, ସୁରକ୍ଷା ସହ ଗ୍ରାହକଙ୍କୁ ସନ୍ତୋଷଜନକ ସେବା ଯୋଗାଇ ଦେବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ବଇଣ୍ଡାରେ ଥିବା ୪ଟି ଏଟିଏମ୍‌ରେ ରାତିକାଳୀନ ସୁରକ୍ଷା ପାଇଁ ୪ଜଣ ହୋମଗାର୍ଡ ନିଯୁକ୍ତି କରାଯାଇଛି।

ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେଉଛୁ
ବଇଣ୍ଡାରେ ଥିବା ବ୍ୟାଙ୍କଗୁଡ଼ିକରେ ଗ୍ରାହକଙ୍କୁ ଠିକ୍‌ ଭାବେ ସେବା ମିଳୁନାହିଁ। ଟଙ୍କା ଉଠାଣ ପାଇଁ ଗ୍ରାମାଞ୍ଚଳରୁ ଆସୁଥିବା ବୃଦ୍ଧାବୃଦ୍ଧମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
– ପ୍ରକାଶ ମିଶ୍ର, ନୁନୁକାପଶି
କର୍ମଚାରୀ ଅଭାବରୁ ସମସ୍ୟା
ଏଟିଏମ୍‌ ବ୍ୟବହାର ଜାଣି ନ ଥିବା ଲୋକେ ଟଙ୍କା ଉଠାଣ ଓ ଜମା ପାଇଁ ବ୍ୟାଙ୍କକୁ ଯାଉଛନ୍ତି। କିନ୍ତୁ କର୍ମଚାରୀ ଅଭାବରୁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହାଛଡ଼ା ଡିପୋଜିଟ ଓ ଉଠାଣ ଫର୍ମ ପାଖ ଦୋକାନଗୁଡ଼ିକରେ ବିକ୍ରି କରାଯାଉଛି।
– ରମେଶ ଚନ୍ଦ୍ର ସାହୁ, ବଇଣ୍ଡା
ଅସୁବିଧା ବୁଝିବାକୁ ଆଗ୍ରହୀ ନୁହନ୍ତି
ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ ମେଶିନ ଖରାପ ଥିବାରୁ ଟଙ୍କା ବାହାରିଲା ନାହିଁ। କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଇଥିବାରୁ ଏ ନେଇ ବ୍ୟାଙ୍କକୁ ଯାଇ ଅଭିଯୋଗ କରିବାକୁ ଚାହିଁଲି। ହେଲେ ସେଠାରେ ଗ୍ରାହକଙ୍କ ସମସ୍ୟା ବୁଝିବାକୁ କର୍ମଚାରୀଙ୍କ ଆଗ୍ରହ ନ ଥିଲା।
-ଯୁଗଳ କିଶୋର ସାହୁ, ଜାମ୍ବୁନାଳୀ
ଅଚଳ ରହୁଛି ଏଟିଏମ୍‌
ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ ସେବା ମିଳୁ ନ ଥିବା ବେଳେ ବଜାରରେ ଥିବା ଏଟିଏମ୍‌ ବାରମ୍ବାର ଅଚଳ ହୋଇପଡ଼ୁଛି। ଏହାକୁ ସଚଳ କରିବାକୁ ବହୁବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ମାସ ମାସ ସମୟ ନେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଯେପରି ଉପଭୋକ୍ତାମାନେ ଅଧିକ ସମସ୍ୟା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ।
– ଭଗବାନ ଘିଓ୍ବାଲା, ବଇଣ୍ଡା
ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ
ବଇଣ୍ଡାରେ ଥିବା ବ୍ୟାଙ୍କଗୁଡ଼ିକରେ ଉପଯୁକ୍ତ ସେବା ଯୋଗାଇ ଦିଆଯାଉ ନ ଥିବା ସମ୍ପର୍କରେ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଗ୍ରାହକମାନେ ଯେପରି ବ୍ୟାଙ୍କ ସେବାରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯିବ।
– ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri