Posted inଜାତୀୟ

ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା: ବଡ ଖୁଲାସା କଲା ସିଙ୍ଗାପୁର ପୋଲିସ

ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍‌ଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ। ବୁଧବାର କରୋନର୍ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଗଭୀର ନିଶାଗ୍ରସ୍ତ ଅବସ୍ଥାରେ ପାଣିକୁ ଡେଇଁବା ଏବଂ ଲାଇଫ୍ ଜ୍ୟାକେଟ୍ ବ୍ୟବହାର ନକରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୧୯ରେ ଏକ ୟଟ୍ ପାର୍ଟି ସମୟରେ ଜୁବିନ୍ ପ୍ରଥମେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ ମଧ୍ୟ ପରେ ତାକୁ କାଢ଼ି ଦେଇଥିଲେ। ଦ୍ୱିତୀୟ ଥର ତାଙ୍କୁ ଜ୍ୟାକେଟ୍ ଯଚାଯାଇଥିଲେ ବି ସେ ତାହା ପିନ୍ଧିବାକୁ ମନା କରିଦେଇଥିଲେ।

ଟକ୍ସିକୋଲୋଜି ରିପୋର୍ଟ ଅନୁସାରେ, ଜୁବିନ୍‌ଙ୍କ ରକ୍ତରେ ଆଲକୋହଲର ମାତ୍ରା ୩୩୩ ମିଲିଗ୍ରାମ ଥିଲା, ଯାହାକି ଅତ୍ୟଧିକ ନିଶାକୁ ଦର୍ଶାଏ। ଏହି କାରଣରୁ ତାଙ୍କର ଶାରୀରିକ ସନ୍ତୁଳନ ଏବଂ ପ୍ରତିକ୍ରିୟା ଶକ୍ତି ହ୍ରାସ ପାଇଥିଲା।

ଜୁବିନ୍ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଯଦିଓ ତାଙ୍କ ଶରୀରରୁ ଏହି ରୋଗର ଔଷଧ ମିଳିଛି, କିନ୍ତୁ ଘଟଣା ଦିନ ସେ ଔଷଧ ଖାଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ‘ପାଣିରେ ବୁଡ଼ିଯିବା’ ହିଁ ମୃତ୍ୟୁର ପ୍ରାଥମିକ କାରଣ। ଶରୀରରେ ଥିବା କିଛି ସାମାନ୍ୟ କ୍ଷତ ଚିହ୍ନ ଉଦ୍ଧାର ସମୟରେ ଏବଂ CPR ଦେବା ବେଳେ ହୋଇଥିବା ଜଣାପଡ଼ିଛି।

ସିଙ୍ଗାପୁର ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହୁଥିବା ବେଳେ, ଭାରତରେ ଆସାମ ପୋଲିସର CID (SIT) ଏହି ମାମଲାରେ ହତ୍ୟା ତଦନ୍ତ ଜାରି ରଖିଛି।

ଜୁବିନ୍‌ଙ୍କ ମୃତ୍ୟୁ ପରେ ଆସାମରେ ୬୦ରୁ ଅଧିକ FIR ଦାୟର ହୋଇଥିଲା। ପୋଲିସ ଏହି ମାମଲାରେ ଉତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ, ସଚିବ ସିଦ୍ଧାର୍ଥ ଶର୍ମା ଏବଂ ବ୍ୟାଣ୍ଡର ଦୁଇ ସଦସ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ୫୨ ବର୍ଷୀୟ ଜୁବିନ୍ ଗର୍ଗ ସିଙ୍ଗାପୁରରେ ଆୟୋଜିତ ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri