ସେବିର ସର୍ବେସର୍ବା

ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀରେ ରହିଥିବା ବେଳେ ଚିତ୍ରା ରାମକ୍ରିଷ୍ଣ ହିମାଳୟର ଜଣେ ଯୋଗୀଙ୍କ ସହ ବାରମ୍ବାର ଯୋଗାଯୋଗରେ ଥିବା ବିଷୟ ଫେବୃୟାରୀ ୨୦୨୨ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆର୍ଥିକ ଜଗତ ସହିତ ଜଣେ ଯୋଗୀଙ୍କ ସମ୍ପର୍କ ଚର୍ଚ୍ଚାକୁ ଆସିବା ପରେ ଭିତିରି ରହସ୍ୟ ପଦାରେ ପଡ଼ିଥିଲା। ବାସ୍ତବରେ ସେହି ଯୋଗୀ ଥିଲେ ଏନ୍‌ଏସ୍‌ଇର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟନ୍‌। ନିକଟରେ ଚିତ୍ରା ରାମକ୍ରିଷ୍ଣନ୍‌ ଓ ଅନ୍ୟମାନେ ସିକ୍ୟୁରିଟିଜ୍‌ କଣ୍ଟ୍ରାକ୍ଟ ରୁଲ୍‌ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) କଠୋର ପଦକ୍ଷେପ ନେଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ସେବି ପ୍ରତିଭୂତି ଓ ସାମଗ୍ରୀ ବଜାରକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରୁଛି। ୧୯୮୮ରେ ଏହା ଏକ ଅଣ-ବୈଧାନିକ ସଂସ୍ଥା ଭାବେ ଗଢ଼ି ଉଠିଥିଲା। ୧୯୯୨ରେ ଭାରତୀୟ ସଂସଦ ଦ୍ୱାରା ସେବି ଆଇନ ୧୯୯୨ ଗୃହୀତ ହେବା ପରେ ଏହା ବୈଧାନିକ କ୍ଷମତାସଂଯୁକ୍ତ ହୋଇପାରିଛି। ବମ୍ବେରେ ଏହାର ମୁଖ୍ୟାଳୟ ଥିବା ବେଳେ ଏହାର ଉତ୍ତରାଞ୍ଚଳ, ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ କାର୍ଯ୍ୟାଳୟ ଯଥାକ୍ରମେ ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ଅହମ୍ମଦାବାଦରେ ଅଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହାର ସ୍ଥାନୀୟ କାର୍ଯ୍ୟାଳୟ ଜୟପୁର, ବେଙ୍ଗାଲୁରୁ, ଗୁଆହାଟୀ, ଭୁବନେଶ୍ୱର, ପାଟନା, କୋଚି ଓ ଚଣ୍ଡିଗଡ଼ରେ ଖୋଲାଯାଇଥିଲା। ଏବେ ସେବି ବିଷୟରେ ଏଭଳି ଆଲୋଚନା ହେବାର ଯେଉଁ ଅବକାଶ ସୃଷ୍ଟି ହୋଇଛି, ନୂତନ ଭାବେ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ମାଧବୀ ପୁରି ବୁଚ୍‌ ତାହାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କିଛିଦିନ ବ୍ୟବଧାନରେ ଚିତ୍ରାଙ୍କ ଚରିତ୍ର ନକାରାତ୍ମକ ଖବର ପାଇଁ ଚର୍ଚ୍ଚାକୁ ଆସିଥିବା ବେଳେ ମାଧବୀଙ୍କ ବ୍ୟକ୍ତିତ୍ୱ ଏକ ସକାରାତ୍ମକ ଦିଗକୁ ସୂଚିତ କରୁଛି ବୋଲି କୁହାଯାଉଛି। ସେବିର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ। ଏହି ସମୟ ତାଙ୍କୁ ଭାରତୀୟ ଆର୍ଥିକ ଜଗତର ଅନ୍ୟତମ କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ସେବିର ସର୍ବୋଚ୍ଚ ପଦବୀରେ ଆସୀନ ହୋଇଥିବା ମାଧବୀଙ୍କୁ ଜାଣିବା ଲାଗି ଅନେକେ ଆଗ୍ରହ ରଖିବା ସ୍ବାଭାବିକ।
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ୧୨ ଜାନୁୟାରୀ ୧୯୬୬ରେ ମାଧବୀଙ୍କ ଜନ୍ମ। ନୂଆଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ଅହମ୍ମଦାବାଦରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ମାଧବୀ ଭାରତୀୟ ହିନ୍ଦୁ ମହିଳା। ସେ ଢାବଲ ବୁଚ୍‌ଙ୍କୁ ବିବାହ କରିଛନ୍ତି। ପ୍ରତିଭାସମ୍ପନ୍ନ ମାଧବୀ ଭାରତୀୟ ବ୍ୟବସାୟିକ ଜଗତରେ ବେଶ୍‌ ଜଣାଶୁଣା। ସେବିର ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚତ୍ବା ପୂର୍ବରୁ ସେ କର୍ପୋରେଟ୍‌ ଦୁନିଆରେ ନାମ ଅର୍ଜନ କରିଥିଲେ। ତାଙ୍କ କ୍ୟାରିୟର ତାଲିକାରେ ସ୍ଥାନ ପାଇଥିବା ପଦବୀଗୁଡ଼ିକ ମଧ୍ୟରେ ରହିଆସିଛି-ପ୍ରଫେଶନାଲ୍‌ ଆସିଷ୍ଟାନ୍ସ ଫର୍‌ ଡେଭଲପମେଣ୍ଟ ଆକ୍ସନ (ପ୍ରଦାନ)ର ଅଧିକାରୀ, ଆଇସିଆଇସିଆଇ ବ୍ୟାଙ୍କର ଫାଇନାନ୍ସ ଆନାଲିଷ୍ଟ, ଓ୍ବେଷ୍ଟ ଚେଶାୟାର କଲେଜର ଅଧ୍ୟାପିକା, ଓଆର୍‌ଜି-ଏମ୍‌ଏଆର୍‌ଜିର ମାର୍କେଟ ରିସର୍ଚ୍ଚ କନ୍‌ସଲଟାଣ୍ଟ, ଆଇସିଆଇସିଆଇ ସିକ୍ୟୁରିଟିଜ୍‌ର ଏଚ୍‌ଏଫ୍‌ସିର ସିଇଓ ଏବଂ ପରେ ଆଇସିଆଇସିଆଇ ବ୍ୟାଙ୍କ ଗ୍ରୁପ୍‌ର ସିଇଓ।
ସେବିର ପାଞ୍ଚବର୍ଷ ଧରି ଅଧ୍ୟକ୍ଷ ରହିଆସିଥିବା ଅଜୟ ତ୍ୟାଗୀଙ୍କଠାରୁ ମାଧବୀ ୨ ମାର୍ଚ୍ଚ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି କ୍ୟାପିଟାଲ ମାର୍କେଟ୍‌ ରେଗୁଲେଟରର ପ୍ରଥମ ମହିଳା ଅଧ୍ୟକ୍ଷା ହେବାର ଗୌରବ ଅର୍ଜନ କରିବା ସହିତ ପ୍ରଥମ ଅଣ-ଅମଲାତନ୍ତ୍ରୀ ଅଧିକାରୀର ଆଖ୍ୟା ମଧ୍ୟ ଅର୍ଜନ କରିଛନ୍ତି। ସେବିରେ ମାର୍କେଟ୍‌ ରେଗୁଲେଶନ ଡିପାର୍ଟମେଣ୍ଟ, ମାର୍କେଟ ଇଣ୍ଟରମିଡିଆରିଜ୍‌ ରେଗୁଲେଶନ ଆଣ୍ଡ୍‌ ସୁପରଭିଜନ୍‌ ଡିପାର୍ଟମେଣ୍ଟ, ଇଣ୍ଟିଗ୍ରେଟେଡ୍‌ ସର୍ଭେଲାନ୍ସ ଡିପାର୍ଟମେଣ୍ଟ, ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ଏବଂ ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ୍‌ ଆଣ୍ଡ୍‌ ପଲିସି ଆନାଲିସିସ୍‌ ଆଦି କ୍ଷେତ୍ରରେ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିଥିବାରୁ ସେ ଏହାର ସର୍ବେସର୍ବା ଭାବେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟାମକକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?