ଉପକାରି ଡାଳିମ୍ବ

ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍‌ ନାମକ ତତ୍ତ୍ୱ ଥିବାରୁ, ଏହା ଗଣ୍ଠିମାନଙ୍କରେ ଥିବା ଫୁଲାକୁ ଦୂର କରିଥାଏ। ଯଦ୍ଦ୍ବାରା ଗଣ୍ଠି ବିନ୍ଧାରୁ ସହଜରେ ମୁକ୍ତି ମିଳିଯାଏ। ତେଣୁ ଯେଉଁ ବ୍ୟକ୍ତିମାନେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାରେ ପିଡ଼ୀତ, ସେମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବର ଜୁସ୍‌ ବାହାର କରି ପିଇଲେ ସେମାନଙ୍କୁ ଖୁବ୍‌ ଉପକାର ମିଳିଥାଏ। ସେହିପରି କୁହାଯାଏ, ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଉଚ୍ଚରକ୍ତ ଚାପ ସମସ୍ୟା ସହ ଲଢିବାକୁ ଆମ ଶରୀରକୁ ଉପଯୁକ୍ତ ଶକ୍ତି ମିଳିଥାଏ। ଅନ୍ୟପକ୍ଷେ ଆଉ କିଛି ପରୀକ୍ଷଣରୁ ଜଣାଯାଇଛି ଯେ, ନିୟମିତ ଡାଳିମ୍ବ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌, ବ୍ରେଷ୍ଟ, ଲଙ୍ଗ୍ସ ତଥା କୋଲନ୍‌ କ୍ୟାନସର୍‌ ନ ହେବାର ସମ୍ଭାବନା ଟିକେ ଅଧିକ ରହିଥାଏ। ଏହାବାଦ୍‌ ଡାଳିମ୍ବରେ ଯେହେତୁ ଫାଇବର୍‌ ମଧ୍ୟ ରହିଥାଏ, ତେଣୁ ଏହା ଶରୀରର ଓଜନ କମାଇବା, କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖିବା ଏବଂ ଖାଦ୍ୟ ହଜମ କରାଇବାରେ ବି ବେଶ୍‌ ଉପକାରୀ ହୋଇଥାଏ। କେବଳ ସେତିକି ନୁହେଁ, ଡାଳିମ୍ବରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଭିଟାମିନ୍‌ ଇ ଏବଂ ଭିଟାମିନ୍‌ କେ ଭରି ରହିଥିବାରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ କଦଳୀ: ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ…

ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା...

ବନ୍ଦ ପରେ ଟ୍ୟାପ୍‌ରୁ ଟପ୍‌ ଟପ୍‌ ହୋଇ ପଡ଼ୁଛି କି ପାଣି …..

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ...

କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ବ୍ୟବହାର

ନିଜର ବ୍ୟବହାର ଉପରେ କାର୍ଯ୍ୟଦକ୍ଷତା କେତେକାଂଶରେ ନିର୍ଭର କରିଥାଏ। ବିଶେଷଭାବରେ ଯଦି ବ୍ୟବହାର ରୁକ୍ଷ ହୁଏ, ସେହି ଅନୁସାରେ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ। ଏପରି ରୋଚକ...

ଫଳ ଚୋପାରୁ ସୌନ୍ଦର୍ଯ୍ୟ

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଉପାୟରେ କିଭଳି ବିଭିନ୍ନ ପ୍ରକାରର ଫଳ ଚୋପାରୁ...

ମଣିଷ ପ୍ରାଣୀଙ୍କ ମଧ୍ୟରେ ରହିଛି ଏହି ୪ ସମାନ ଗୁଣ, କେବଳ ଏହି ଗୋଟିକ ଉନ୍ନତ କରିଛି ମଣିଷଙ୍କୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ମନୁଷ୍ୟ ଏବଂ ପ୍ରାଣୀଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ କହିଛନ୍ତି। ଯଦିଓ ମଣିଷ ଏବଂ ପ୍ରାଣୀଙ୍କ ଅନେକ କାର୍ଯ୍ୟ ସମାନ, ଗୋଟିଏ...

ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ...

ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ଏହି ଉପାୟରେ ଘରକୁ ଆସିବ କରୋନା

କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା...

ଉପକାରୀ ଆତ

ଆତକୁ କେହି କେହି ସୀତାଫଳ ବୋଲି କହିଥାଆନ୍ତି । ଏହି ଫଳ ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ କ୍ୟାନସର ସହ ଲଢିବାର ଶକ୍ତି...

Advertisement
Archives

Model This Week