ବିଦ୍ୟାଳୟ ଓ ଆମ ଶିକ୍ଷା ବ୍ୟବସ୍ଥା

ପ୍ରଦୀପ୍ତ ଆଚାର୍ଯ୍ୟ

୨୦୨୦ ମସିହା ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ଖବରକାଗଜରେ ଦେଖିବାକୁ ମିଳିଲା ଆକ୍ସନ ମୁଡ୍‌ରେ ଗଣଶିକ୍ଷା ବିଭାଗ। ଯେଉଁ ସବୁ ବିଦ୍ୟାଳୟ ଖରାପ ଫଳ ପ୍ରଦର୍ଶନ କରିଛନ୍ତି ବା ଯେଉଁ ସବୁ ବିଦ୍ୟାଳୟରେ କେହି ଛାତ୍ରୀଛାତ୍ର ପାଶ୍‌ କରିନାହାନ୍ତି, ଏହିଭଳି ସମଗ୍ର ରାଜ୍ୟର ୧୧୦୬ ଗୋଟି ବିଦ୍ୟାଳୟ ଉତ୍ତରଦାୟୀ ତାଲିକାଭୁକ୍ତ ଅଛନ୍ତି। ତନ୍ମଧ୍ୟରୁ ଯେଉଁ ବିଦ୍ୟାଳୟର ଚାଳିଶ ପ୍ରତିଶତ ଛାତ୍ରୀଛାତ୍ର ତିରିଶ ପ୍ରତିଶତରୁ କମ୍‌ ନମ୍ବର ରଖିଛନ୍ତି ଓ ଏକକ ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି,ସେହିସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ରିପୋର୍ଟ ତଲବ କରାଯାଇଛି। ସେହି ରିପୋର୍ଟରେ ଅଛି ୫୫ଟି ପ୍ରଶ୍ନ। ସେଥିରୁ ଛାତ୍ରୀଛାତ୍ରମାନଙ୍କ ବାବଦରେ ୧୬ଟି ଏବଂ ଶିକ୍ଷାଦାନ ବ୍ୟବସ୍ଥା ତଥା ବିଦ୍ୟାଳୟର ଭିତ୍ତିଭୂମି ବାବଦରେ ଅନ୍ୟାନ୍ୟ ପ୍ରଶ୍ନ ରହିଅଛି। ଗତବର୍ଷ ୮୦ଟି ବିଦ୍ୟାଳୟର ଫଳାଫଳ ଶୂନ୍ୟ ହୋଇଥିଲା, ଏବର୍ଷ ତାହା ହ୍ରାସପାଇ ୩୦ରେ ପହଞ୍ଚତ୍ଛି। ତାହା କିନ୍ତୁ ଶିକ୍ଷାଦାନ ବ୍ୟବସ୍ଥାର ଉନ୍ନତି ପାଇଁ ନୁହେଁ ବରଂ କରୋନା ମହାମାରୀର ପ୍ରଭାବ ପାଇଁ। ଲୁଚିଛି ନା ଗୋଡ ଦୁଇଟି ଦିଶୁଛି ନ୍ୟାୟରେ ସମସ୍ତେ ପରୀକ୍ଷା ପରିଚାଳନା ପଦ୍ଧତି ଏବଂ ମୂଲ୍ୟାୟନ ପଦ୍ଧତିର ସ୍ବଚ୍ଛତା ବିଷୟରେ ଅଳ୍ପବହୁତେ ଅବଗତ। ଯାହାହେଲା ଶିକ୍ଷକ ଦାୟୀ। ସାଧାରଣ ଲୋକମାନଙ୍କ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ, ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ହଜାର ହଜାର ଟଙ୍କା ବେତନ ପାଉଥିବା ସତ୍ତ୍ୱେ, ଫଳାଫଳ ନୈରାଶ୍ୟଜନକ କାହିଁକି? ସରକାରୀ ବିଦ୍ୟାଳୟର ବ୍ୟବସ୍ଥା ସମ୍ପର୍କରେ କେତେଗୋଟି ତଥ୍ୟ ଉପସ୍ଥାପନା କରାଯାଉଅଛି। ପ୍ରଥମତଃ ଆମ ରାଜ୍ୟରେ ଏକ ସ୍ଥିର ଶିକ୍ଷାନୀତି ପ୍ରଚଳିତ ହୋଇନାହିଁ, ଶିକ୍ଷାନୀତି ପ୍ରଣୟନ ଦାୟିତ୍ୱରେ ଥିବା ଶିକ୍ଷାବିତ୍‌ମାନେ ସର୍ବଦା ପରୀକ୍ଷାମୂଳକ ଭାବରେ ବିଭିନ୍ନ ପ୍ରକାର ଶିକ୍ଷା ପଦ୍ଧତି ପ୍ରଣୟନ କରୁଛନ୍ତି ଏବଂ ସେଥିରେ ସଫଳ ନ ହେଲେ ସେଥିରୁ ଓହରି ଯାଉଛନ୍ତି। ବିଦ୍ୟାଳୟର ସାଂପ୍ରତିକ ଭିତ୍ତିଭୂମି ଏବଂ ନିଯୁକ୍ତ ଶିକ୍ଷକମାନଙ୍କ ସଂଖ୍ୟା ତଥା ଯୋଗ୍ୟତାକୁ ନେଇ କୌଣସି ଶିକ୍ଷାନୀତିର ସଫଳ ରୂପାୟନ ସମ୍ପୂର୍ଣ୍ଣ ଅସମ୍ଭବ। ବର୍ତ୍ତମାନ ସରକାରୀ, ଅର୍ଦ୍ଧସରକାରୀ, ବେସରକାରୀ, ବ୍ଲକଗ୍ରାଣ୍ଟ, ଅନୁଦାନପ୍ରାପ୍ତ ପରି ବିଭିନ୍ନ ପ୍ରକାର ବିଦ୍ୟାଳୟ ଏବଂ ପାରା ଶିକ୍ଷକ, ଗଣ ଶିକ୍ଷକ, ଚୁକ୍ତିଭିତ୍ତିିକ ଶିକ୍ଷକ, ଅତିଥି ଶିକ୍ଷକ ଓ ନିୟମିତ ଶିକ୍ଷକ ପରି ବିଭିନ୍ନବର୍ଗର ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଗୋଟିଏ ବିଦ୍ୟାଳୟରେ ସମାନ କାର୍ଯ୍ୟ କରି ଜଣେ ଶିକ୍ଷକ ୭୦ ହଜାର ଟଙ୍କା ବେତନ ପାଇଥିବା ସ୍ଥଳେ ଜଣେ ସାତ ହଜାର ପାଇଲେ, ଶିକ୍ଷାଦାନ ପ୍ରତି ସାତ ହଜାର ପାଉଥିବା ଶିକ୍ଷକର ମାନସିକତା ସୃଷ୍ଟି ହୋଇପାରିବ ତ? ବିଦ୍ୟାଳୟରେ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନାହାନ୍ତି। ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ କାର୍ଯ୍ୟ ବ୍ୟତୀତ ଜନଗଣନା, ଭୋଟର ତାଲିକା ପ୍ରସ୍ତୁତି, ବିପିଏଲ ଚୟନ, ନିର୍ବାଚନ କାର୍ଯ୍ୟ, ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ, ଔଷଧ ବିତରଣ, ବୃତ୍ତି ଅର୍ଥ ପ୍ରଦାନ ସର୍ବୋପରି ଗୃହ ନିର୍ମାଣ ପରି କାର୍ଯ୍ୟ ଏବଂ ତତ୍‌ସଂଲଗ୍ନ କାଗଜପତ୍ର ପ୍ରସ୍ତୁତିରେ ନିୟୋଜିତ ହୋଇଥାନ୍ତି।
ବିଦ୍ୟାଳୟରେ ଶିକ୍ଷାଦାନର ମାନ ବୃଦ୍ଧି ନିମନ୍ତେ କେତେକ ମତାମତ ମଧ୍ୟ ଉପସ୍ଥାପିତ କରାଯାଉଅଛି। ଆଶ୍ଚର୍ଯ୍ୟର କଥା ରାଜ୍ୟର ସରକାରୀ କର୍ମଚାରୀଙ୍କ ସନ୍ତାନସନ୍ତତି ସରକାରୀ ବିଦ୍ୟାଳୟରେ ପ୍ରାୟତଃ ଅଧ୍ୟୟନ କରନ୍ତି ନାହିଁ। ଯେଉଁଦିନ ସେମାନଙ୍କ ପିଲା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବାର ନିୟମ ପ୍ରଣୟନ କରାଯିବ, ତା‘ପରେ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ମାନ କିପରି ବୃଦ୍ଧି ହୋଇପାରିବ, ତାହା ଦର୍ଶନ ସାପେକ୍ଷ। ବିଦ୍ୟାଳୟରେ ସର୍ବନିମ୍ନ ଆବଶ୍ୟକତା ଥିବା ଶିକ୍ଷକ ପଦବୀଗୁଡିକ ପୂରଣ କରାଯାଉ। ସ୍ଥାନାନ୍ତର କିମ୍ବା ଅବସରଜନିତ ଶୂନ୍ୟସ୍ଥାନ ଗୁଡିକରେ କାଳକ୍ଷେପଣ ନୀତି ଅବଲମ୍ବନ ନ କରି, ତୁରନ୍ତ ନିଯୁକ୍ତି ଦିଆଯାଉ। ସାରା ରାଜ୍ୟରେ ଏକପ୍ରକାର ଶିକ୍ଷାନୀତି,ଏକପ୍ରକାର ବିଦ୍ୟାଳୟ ଏବଂ ଏକପ୍ରକାର ଶିକ୍ଷକ ନିଯୁକ୍ତ କରାଯାଉ। ସେମାନଙ୍କ ବେତନରେ ଆକାଶ ପାତାଳ ପ୍ରଭେଦ ରଖି, ସେମାନଙ୍କ ମନରେ ହୀନମନ୍ୟତା ସୃଷ୍ଟି କରା ନ ଯାଉ। ଶିକ୍ଷକମାନଙ୍କୁ ଶିକ୍ଷାଦାନ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରୁ ନିବୃତ୍ତି କରାଯାଉ। ଦଣ୍ଡ ଉଠାଇଦେବା ଏକ ମାନବିକ ପଦକ୍ଷେପ, କିନ୍ତୁ ବିଦ୍ୟାଳୟ ପରିସରରେ ଦଣ୍ଡ ମୁକ୍ତ ଅଞ୍ଚଳ ଏବଂ ଟୋଲ୍‌ଫ୍ରି ନମ୍ବର ଲେଖି ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କ ମନରୁ ଶିକ୍ଷକମାନଙ୍କ ପ୍ରତି ଥିବା ସଂଭ୍ରମତାକୁ ହ୍ରାସ କରା ନ ଯାଉ। ଶିକ୍ଷାଦାନ କାର୍ଯ୍ୟ ଏକ ସମ୍ବେଦନଶୀଳ କ୍ରିୟା, ଶିକ୍ଷକମାନଙ୍କର ସମ୍ମାନହାନି ହେଲେ ତାହା ସଫଳ ହେବା ଅସମ୍ଭବ।ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ରଖି ଦକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ। ଅତି କମ୍‌ରେ ୫ ବର୍ଷରେ ଥରେ ଶିକ୍ଷକମାନଙ୍କୁ ସ୍ଥାନାନ୍ତରିତ କରାଯାଉ। ସର୍ବଦା ପଢାଉଥିବା ବିଷୟ ଉପରେ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉ।ଅଧୁନା ସରକାର ଏକ ଅତ୍ୟନ୍ତ ଉଚ୍ଚକୋଟୀର ଶିକ୍ଷାନୀତି ପ୍ରଣୟନ କରିଛନ୍ତି, କିନ୍ତୁ ଉପଯୁକ୍ତ ଭିତ୍ତିଭୂମି ଏବଂ ଦକ୍ଷ ତାଲିମ ପ୍ରାପ୍ତ ଶିକ୍ଷକଙ୍କ ବିନା ଏହା ଅସଫଳ ହେବାର ଯଥେଷ୍ଟ ସମ୍ଭାବନା ଅଛି।
ଈଶାଣୀବ୍ରହ୍ମପୁର, କଟକ
ମୋ-୬୩୭୧୫୯୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?