ବିଦ୍ୟାଳୟ ଓ ଆମ ଶିକ୍ଷା ବ୍ୟବସ୍ଥା

ପ୍ରଦୀପ୍ତ ଆଚାର୍ଯ୍ୟ

୨୦୨୦ ମସିହା ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ଖବରକାଗଜରେ ଦେଖିବାକୁ ମିଳିଲା ଆକ୍ସନ ମୁଡ୍‌ରେ ଗଣଶିକ୍ଷା ବିଭାଗ। ଯେଉଁ ସବୁ ବିଦ୍ୟାଳୟ ଖରାପ ଫଳ ପ୍ରଦର୍ଶନ କରିଛନ୍ତି ବା ଯେଉଁ ସବୁ ବିଦ୍ୟାଳୟରେ କେହି ଛାତ୍ରୀଛାତ୍ର ପାଶ୍‌ କରିନାହାନ୍ତି, ଏହିଭଳି ସମଗ୍ର ରାଜ୍ୟର ୧୧୦୬ ଗୋଟି ବିଦ୍ୟାଳୟ ଉତ୍ତରଦାୟୀ ତାଲିକାଭୁକ୍ତ ଅଛନ୍ତି। ତନ୍ମଧ୍ୟରୁ ଯେଉଁ ବିଦ୍ୟାଳୟର ଚାଳିଶ ପ୍ରତିଶତ ଛାତ୍ରୀଛାତ୍ର ତିରିଶ ପ୍ରତିଶତରୁ କମ୍‌ ନମ୍ବର ରଖିଛନ୍ତି ଓ ଏକକ ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି,ସେହିସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ରିପୋର୍ଟ ତଲବ କରାଯାଇଛି। ସେହି ରିପୋର୍ଟରେ ଅଛି ୫୫ଟି ପ୍ରଶ୍ନ। ସେଥିରୁ ଛାତ୍ରୀଛାତ୍ରମାନଙ୍କ ବାବଦରେ ୧୬ଟି ଏବଂ ଶିକ୍ଷାଦାନ ବ୍ୟବସ୍ଥା ତଥା ବିଦ୍ୟାଳୟର ଭିତ୍ତିଭୂମି ବାବଦରେ ଅନ୍ୟାନ୍ୟ ପ୍ରଶ୍ନ ରହିଅଛି। ଗତବର୍ଷ ୮୦ଟି ବିଦ୍ୟାଳୟର ଫଳାଫଳ ଶୂନ୍ୟ ହୋଇଥିଲା, ଏବର୍ଷ ତାହା ହ୍ରାସପାଇ ୩୦ରେ ପହଞ୍ଚତ୍ଛି। ତାହା କିନ୍ତୁ ଶିକ୍ଷାଦାନ ବ୍ୟବସ୍ଥାର ଉନ୍ନତି ପାଇଁ ନୁହେଁ ବରଂ କରୋନା ମହାମାରୀର ପ୍ରଭାବ ପାଇଁ। ଲୁଚିଛି ନା ଗୋଡ ଦୁଇଟି ଦିଶୁଛି ନ୍ୟାୟରେ ସମସ୍ତେ ପରୀକ୍ଷା ପରିଚାଳନା ପଦ୍ଧତି ଏବଂ ମୂଲ୍ୟାୟନ ପଦ୍ଧତିର ସ୍ବଚ୍ଛତା ବିଷୟରେ ଅଳ୍ପବହୁତେ ଅବଗତ। ଯାହାହେଲା ଶିକ୍ଷକ ଦାୟୀ। ସାଧାରଣ ଲୋକମାନଙ୍କ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ, ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ହଜାର ହଜାର ଟଙ୍କା ବେତନ ପାଉଥିବା ସତ୍ତ୍ୱେ, ଫଳାଫଳ ନୈରାଶ୍ୟଜନକ କାହିଁକି? ସରକାରୀ ବିଦ୍ୟାଳୟର ବ୍ୟବସ୍ଥା ସମ୍ପର୍କରେ କେତେଗୋଟି ତଥ୍ୟ ଉପସ୍ଥାପନା କରାଯାଉଅଛି। ପ୍ରଥମତଃ ଆମ ରାଜ୍ୟରେ ଏକ ସ୍ଥିର ଶିକ୍ଷାନୀତି ପ୍ରଚଳିତ ହୋଇନାହିଁ, ଶିକ୍ଷାନୀତି ପ୍ରଣୟନ ଦାୟିତ୍ୱରେ ଥିବା ଶିକ୍ଷାବିତ୍‌ମାନେ ସର୍ବଦା ପରୀକ୍ଷାମୂଳକ ଭାବରେ ବିଭିନ୍ନ ପ୍ରକାର ଶିକ୍ଷା ପଦ୍ଧତି ପ୍ରଣୟନ କରୁଛନ୍ତି ଏବଂ ସେଥିରେ ସଫଳ ନ ହେଲେ ସେଥିରୁ ଓହରି ଯାଉଛନ୍ତି। ବିଦ୍ୟାଳୟର ସାଂପ୍ରତିକ ଭିତ୍ତିଭୂମି ଏବଂ ନିଯୁକ୍ତ ଶିକ୍ଷକମାନଙ୍କ ସଂଖ୍ୟା ତଥା ଯୋଗ୍ୟତାକୁ ନେଇ କୌଣସି ଶିକ୍ଷାନୀତିର ସଫଳ ରୂପାୟନ ସମ୍ପୂର୍ଣ୍ଣ ଅସମ୍ଭବ। ବର୍ତ୍ତମାନ ସରକାରୀ, ଅର୍ଦ୍ଧସରକାରୀ, ବେସରକାରୀ, ବ୍ଲକଗ୍ରାଣ୍ଟ, ଅନୁଦାନପ୍ରାପ୍ତ ପରି ବିଭିନ୍ନ ପ୍ରକାର ବିଦ୍ୟାଳୟ ଏବଂ ପାରା ଶିକ୍ଷକ, ଗଣ ଶିକ୍ଷକ, ଚୁକ୍ତିଭିତ୍ତିିକ ଶିକ୍ଷକ, ଅତିଥି ଶିକ୍ଷକ ଓ ନିୟମିତ ଶିକ୍ଷକ ପରି ବିଭିନ୍ନବର୍ଗର ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଗୋଟିଏ ବିଦ୍ୟାଳୟରେ ସମାନ କାର୍ଯ୍ୟ କରି ଜଣେ ଶିକ୍ଷକ ୭୦ ହଜାର ଟଙ୍କା ବେତନ ପାଇଥିବା ସ୍ଥଳେ ଜଣେ ସାତ ହଜାର ପାଇଲେ, ଶିକ୍ଷାଦାନ ପ୍ରତି ସାତ ହଜାର ପାଉଥିବା ଶିକ୍ଷକର ମାନସିକତା ସୃଷ୍ଟି ହୋଇପାରିବ ତ? ବିଦ୍ୟାଳୟରେ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନାହାନ୍ତି। ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ କାର୍ଯ୍ୟ ବ୍ୟତୀତ ଜନଗଣନା, ଭୋଟର ତାଲିକା ପ୍ରସ୍ତୁତି, ବିପିଏଲ ଚୟନ, ନିର୍ବାଚନ କାର୍ଯ୍ୟ, ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ, ଔଷଧ ବିତରଣ, ବୃତ୍ତି ଅର୍ଥ ପ୍ରଦାନ ସର୍ବୋପରି ଗୃହ ନିର୍ମାଣ ପରି କାର୍ଯ୍ୟ ଏବଂ ତତ୍‌ସଂଲଗ୍ନ କାଗଜପତ୍ର ପ୍ରସ୍ତୁତିରେ ନିୟୋଜିତ ହୋଇଥାନ୍ତି।
ବିଦ୍ୟାଳୟରେ ଶିକ୍ଷାଦାନର ମାନ ବୃଦ୍ଧି ନିମନ୍ତେ କେତେକ ମତାମତ ମଧ୍ୟ ଉପସ୍ଥାପିତ କରାଯାଉଅଛି। ଆଶ୍ଚର୍ଯ୍ୟର କଥା ରାଜ୍ୟର ସରକାରୀ କର୍ମଚାରୀଙ୍କ ସନ୍ତାନସନ୍ତତି ସରକାରୀ ବିଦ୍ୟାଳୟରେ ପ୍ରାୟତଃ ଅଧ୍ୟୟନ କରନ୍ତି ନାହିଁ। ଯେଉଁଦିନ ସେମାନଙ୍କ ପିଲା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବାର ନିୟମ ପ୍ରଣୟନ କରାଯିବ, ତା‘ପରେ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ମାନ କିପରି ବୃଦ୍ଧି ହୋଇପାରିବ, ତାହା ଦର୍ଶନ ସାପେକ୍ଷ। ବିଦ୍ୟାଳୟରେ ସର୍ବନିମ୍ନ ଆବଶ୍ୟକତା ଥିବା ଶିକ୍ଷକ ପଦବୀଗୁଡିକ ପୂରଣ କରାଯାଉ। ସ୍ଥାନାନ୍ତର କିମ୍ବା ଅବସରଜନିତ ଶୂନ୍ୟସ୍ଥାନ ଗୁଡିକରେ କାଳକ୍ଷେପଣ ନୀତି ଅବଲମ୍ବନ ନ କରି, ତୁରନ୍ତ ନିଯୁକ୍ତି ଦିଆଯାଉ। ସାରା ରାଜ୍ୟରେ ଏକପ୍ରକାର ଶିକ୍ଷାନୀତି,ଏକପ୍ରକାର ବିଦ୍ୟାଳୟ ଏବଂ ଏକପ୍ରକାର ଶିକ୍ଷକ ନିଯୁକ୍ତ କରାଯାଉ। ସେମାନଙ୍କ ବେତନରେ ଆକାଶ ପାତାଳ ପ୍ରଭେଦ ରଖି, ସେମାନଙ୍କ ମନରେ ହୀନମନ୍ୟତା ସୃଷ୍ଟି କରା ନ ଯାଉ। ଶିକ୍ଷକମାନଙ୍କୁ ଶିକ୍ଷାଦାନ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରୁ ନିବୃତ୍ତି କରାଯାଉ। ଦଣ୍ଡ ଉଠାଇଦେବା ଏକ ମାନବିକ ପଦକ୍ଷେପ, କିନ୍ତୁ ବିଦ୍ୟାଳୟ ପରିସରରେ ଦଣ୍ଡ ମୁକ୍ତ ଅଞ୍ଚଳ ଏବଂ ଟୋଲ୍‌ଫ୍ରି ନମ୍ବର ଲେଖି ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କ ମନରୁ ଶିକ୍ଷକମାନଙ୍କ ପ୍ରତି ଥିବା ସଂଭ୍ରମତାକୁ ହ୍ରାସ କରା ନ ଯାଉ। ଶିକ୍ଷାଦାନ କାର୍ଯ୍ୟ ଏକ ସମ୍ବେଦନଶୀଳ କ୍ରିୟା, ଶିକ୍ଷକମାନଙ୍କର ସମ୍ମାନହାନି ହେଲେ ତାହା ସଫଳ ହେବା ଅସମ୍ଭବ।ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ରଖି ଦକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ। ଅତି କମ୍‌ରେ ୫ ବର୍ଷରେ ଥରେ ଶିକ୍ଷକମାନଙ୍କୁ ସ୍ଥାନାନ୍ତରିତ କରାଯାଉ। ସର୍ବଦା ପଢାଉଥିବା ବିଷୟ ଉପରେ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉ।ଅଧୁନା ସରକାର ଏକ ଅତ୍ୟନ୍ତ ଉଚ୍ଚକୋଟୀର ଶିକ୍ଷାନୀତି ପ୍ରଣୟନ କରିଛନ୍ତି, କିନ୍ତୁ ଉପଯୁକ୍ତ ଭିତ୍ତିଭୂମି ଏବଂ ଦକ୍ଷ ତାଲିମ ପ୍ରାପ୍ତ ଶିକ୍ଷକଙ୍କ ବିନା ଏହା ଅସଫଳ ହେବାର ଯଥେଷ୍ଟ ସମ୍ଭାବନା ଅଛି।
ଈଶାଣୀବ୍ରହ୍ମପୁର, କଟକ
ମୋ-୬୩୭୧୫୯୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri