Posted inଖେଳ

କୋଲକାତାକୁ ହରାଇଲା ମୁମ୍ବାଇ

ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ବୁଧବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନରେ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୬ ରନ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ କରି ପାରିଥିଲା। ଚଳିତ ଆଇପିଏଲରେ କୋଲକାତାର ନିଜ ପ୍ରଥମ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିବାବେଳେ ମୁମ୍ବାଇର ୨ ମ୍ୟାଚରୁ ପ୍ରଥମ ବିଜୟ। ପ୍ରଥମ ମ୍ୟାଚରେ ମୁମ୍ବାଇ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା।
ବଡ଼ ସ୍କୋରର ପିଛା କରି କୋଲକାତା ୨୫ ରନ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମଖୀନ ହୋଇଥିଲା। ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୧ ବଲ୍‌ରୁ ୭ ଓ ଅଭିଜ୍ଞ ସୁନୀଲ ନାରିନ ୧୦ ବଲରୁ ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ଓ ନୀତୀଶ ରାଣା ଇନିଂସ ଗଢ଼ିବାକୁ ଉଦ୍ୟମ କରିଥିଲେ। ୩ୟ ଉଇକେଟରେ ୪୬ ରନ ଯୋଗ ହେବାପରେ କାର୍ତ୍ତିକ ୩୦(୨୩ ବଲ, ୫ ଚୌକା) ଏବଂ ଆଉ ୬ ରନ ପରେ ନୀତୀଶ ୨୪(୧୮ ବଲ, ୨ ଚୌକା, ୧ ଛକା) ରନ କରିଥିବାବେଳେ ଆଉଟ ହୋଇଥିଲେ। ଫଳରେ ଦୁଇ ଅଭିଜ୍ଞ ବିଦେଶୀ ଖେଳାଳି ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଉପରେ ଚାପ ପଡ଼ିଥିଲା। ୧୬ତମ ଓଭରର ପ୍ରଥମ ବଲ୍‌ରେ ରସେଲ ଆଉଟ ହେବା ସହ କୋଲକାତାର ବିଜୟ ସମ୍ଭାବନା ମଉଳି ଯାଇଥିଲା। ରସେଲ ୧୧ ବଲ୍‌ରୁ ମାତ୍ର ୧୧(୨ ଚୌକା) ରନ କରି ପାରିଥିଲେ। ମୋର୍ଗାନ ମଧ୍ୟ ଚାପକୁ ହାତେଇ ନ ପାରି ମାତ୍ର ୧୬ (୨୦ ବଲ, ୧ ଚୌକା, ୧ ଛକା) ରନରେ ପ୍ୟାଭିଲିୟନ ଫେରିଥିଲେ। ଟି୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ଏହି ୨ଟି ଉଇକେଟ ନେଇ ମୁମ୍ବାଇର ବିଜୟ ନିଶ୍ଚିତ କରି ଦେଇଥିଲେ। ଶେଷ ଭାଗରେ ପ୍ୟାଟ୍‌ କୁମିନ୍ସ କେତେକ ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ସେ ୧୨ ବଲ୍‌ରୁ ୩୩(୧ ଚୌକା, ୪ ଛକା) ରନ କରିବାରୁ କୋଲକାତା ସ୍କୋର ୨୦ ଓଭରରେ ୧୪୯/୯ରେ ପହଞ୍ଚତ୍ ପାରିଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜେମ୍ସ ପ୍ୟାଟିନସନ ଓ ରାହୁଲ ଚହର ୨ଟି ଲେଖାଏ ଏବଂ କିରନ ପୋଲାର୍ଡ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା। ମୁମ୍ବାଇ ମାତ୍ର ୮ ରନରେ ଓପନର କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହାୟତାରେ ବିସ୍ଫୋରକ ଆରମ୍ଭ କରିଥିଲା। ଦ୍ୱିତୀୟ ଉଇକେଟ ଭାଗୀଦାରିରେ ଦୁହେଁ ୫୭ ବଲ୍‌ରୁ ଦ୍ରୁତ ୯୦ ରନ ସଂଗ୍ରହ କରି ଦଳ ପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୨୮ଟି ବଲ୍‌ ଖେଳିଥିବା ସୂର୍ଯ୍ୟକୁମାର ୬ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ସୌରଭ ତିଓ୍ବାରୀ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୩ ବଲ୍‌ରୁ ୨୧ ରନ କରିଥିବାବେଳେ ବଡ଼ ଶଟ୍‌ ମାରିବା ଚକ୍କରରେ ଆଉଟ ହୋଇଥିଲେ। ଫଳରେ ୧୫.୧ ଓଭର ବେଳକୁ ସ୍କୋର ୧୪୭/୩ ହୋଇ ଯାଇଥିଲା। ରୋହିତ ଦ୍ରୁତ ହାରରେ ରନ ସଂଗ୍ରହ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ସେ ୫୪ ବଲ୍‌ରୁ ୮୦(୩ ଚୌକା, ୬ ଛକା) ରନ କରିଥିବାବେଳେ ଶିବମ୍‌ ମାଭିଙ୍କ ଏକ ଓ୍ବାଇଡ୍‌ ଫୁଲଟସ୍‌କୁ ଛକାରେ ପରିଣତ କରିବା ଚକ୍କରରେ ଲଙ୍ଗଅନ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଅନ୍ଦ୍ରେ ରସେଲଙ୍କ ଏକ ୟର୍କରକୁ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଉଇକେଟ ହୋଇଥିଲେ। ସେ ୧୩ ବଲ୍‌ରୁ ୧୮(୨ ଚୌକା, ୧ ଛକା) କରିବାକୁ ସକ୍ଷମ ହୋଇଥିଲେ। ମୁମ୍ବାଇ ପକ୍ଷରୁ ୧୫୦ତମ ଆଇପିଏଲ ମ୍ୟାଚ ଖେଳୁଥିବା କିରନ ପୋଲାର୍ଡ ୭ ବଲ୍‌ରେ ୧ ଚୌକା ସହ ୧୩ ରନରେ ଅପରାଜିତ ରହିଥିବାବେଳେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୫ ରନ କରିଥିଲା। କୋଲକାତା ବୋଲରଙ୍କ ମଧ୍ୟରେ ଶିବମ ମାଭି ୨ଟି ଏବଂ ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୫/୫(ରୋହିତ-୮୦, ସୂର୍ଯ୍ୟକୁମାର-୪୭, ତିଓ୍ବାରୀ-୨୧, ଶିବମ୍‌ ମାଭି-୨/୩୨, ସୁନୀଲ ନାରିନ-୧/୨୨, ଆନ୍ଦ୍ରେ ରସେଲ-୧/୧୭)।
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୪୬/୯ (କାର୍ତ୍ତିକ- ୩୦, ରାଣା- ୨୪, ରସେଲ- ୧୧, ମୋର୍ଗାନ- ୧୬ , କୁମିନ୍ସ- ୩୩, ବୁମ୍‌ରା- ୨/୩୨, ବୋଲ୍ଟ- ୨/୩୦, ପାଟିନସନ- ୨/୨୫ , ରାହୁଲ ଚହର- ୨/୨୬ , ପୋଲାର୍ଡ- ୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?