Posted inଖେଳ

କୋଲକାତାକୁ ହରାଇଲା ମୁମ୍ବାଇ

ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ବୁଧବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନରେ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୬ ରନ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ କରି ପାରିଥିଲା। ଚଳିତ ଆଇପିଏଲରେ କୋଲକାତାର ନିଜ ପ୍ରଥମ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିବାବେଳେ ମୁମ୍ବାଇର ୨ ମ୍ୟାଚରୁ ପ୍ରଥମ ବିଜୟ। ପ୍ରଥମ ମ୍ୟାଚରେ ମୁମ୍ବାଇ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା।
ବଡ଼ ସ୍କୋରର ପିଛା କରି କୋଲକାତା ୨୫ ରନ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମଖୀନ ହୋଇଥିଲା। ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୧ ବଲ୍‌ରୁ ୭ ଓ ଅଭିଜ୍ଞ ସୁନୀଲ ନାରିନ ୧୦ ବଲରୁ ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ଓ ନୀତୀଶ ରାଣା ଇନିଂସ ଗଢ଼ିବାକୁ ଉଦ୍ୟମ କରିଥିଲେ। ୩ୟ ଉଇକେଟରେ ୪୬ ରନ ଯୋଗ ହେବାପରେ କାର୍ତ୍ତିକ ୩୦(୨୩ ବଲ, ୫ ଚୌକା) ଏବଂ ଆଉ ୬ ରନ ପରେ ନୀତୀଶ ୨୪(୧୮ ବଲ, ୨ ଚୌକା, ୧ ଛକା) ରନ କରିଥିବାବେଳେ ଆଉଟ ହୋଇଥିଲେ। ଫଳରେ ଦୁଇ ଅଭିଜ୍ଞ ବିଦେଶୀ ଖେଳାଳି ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଉପରେ ଚାପ ପଡ଼ିଥିଲା। ୧୬ତମ ଓଭରର ପ୍ରଥମ ବଲ୍‌ରେ ରସେଲ ଆଉଟ ହେବା ସହ କୋଲକାତାର ବିଜୟ ସମ୍ଭାବନା ମଉଳି ଯାଇଥିଲା। ରସେଲ ୧୧ ବଲ୍‌ରୁ ମାତ୍ର ୧୧(୨ ଚୌକା) ରନ କରି ପାରିଥିଲେ। ମୋର୍ଗାନ ମଧ୍ୟ ଚାପକୁ ହାତେଇ ନ ପାରି ମାତ୍ର ୧୬ (୨୦ ବଲ, ୧ ଚୌକା, ୧ ଛକା) ରନରେ ପ୍ୟାଭିଲିୟନ ଫେରିଥିଲେ। ଟି୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ଏହି ୨ଟି ଉଇକେଟ ନେଇ ମୁମ୍ବାଇର ବିଜୟ ନିଶ୍ଚିତ କରି ଦେଇଥିଲେ। ଶେଷ ଭାଗରେ ପ୍ୟାଟ୍‌ କୁମିନ୍ସ କେତେକ ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ସେ ୧୨ ବଲ୍‌ରୁ ୩୩(୧ ଚୌକା, ୪ ଛକା) ରନ କରିବାରୁ କୋଲକାତା ସ୍କୋର ୨୦ ଓଭରରେ ୧୪୯/୯ରେ ପହଞ୍ଚତ୍ ପାରିଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜେମ୍ସ ପ୍ୟାଟିନସନ ଓ ରାହୁଲ ଚହର ୨ଟି ଲେଖାଏ ଏବଂ କିରନ ପୋଲାର୍ଡ ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା। ମୁମ୍ବାଇ ମାତ୍ର ୮ ରନରେ ଓପନର କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହାୟତାରେ ବିସ୍ଫୋରକ ଆରମ୍ଭ କରିଥିଲା। ଦ୍ୱିତୀୟ ଉଇକେଟ ଭାଗୀଦାରିରେ ଦୁହେଁ ୫୭ ବଲ୍‌ରୁ ଦ୍ରୁତ ୯୦ ରନ ସଂଗ୍ରହ କରି ଦଳ ପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୨୮ଟି ବଲ୍‌ ଖେଳିଥିବା ସୂର୍ଯ୍ୟକୁମାର ୬ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ସୌରଭ ତିଓ୍ବାରୀ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୩ ବଲ୍‌ରୁ ୨୧ ରନ କରିଥିବାବେଳେ ବଡ଼ ଶଟ୍‌ ମାରିବା ଚକ୍କରରେ ଆଉଟ ହୋଇଥିଲେ। ଫଳରେ ୧୫.୧ ଓଭର ବେଳକୁ ସ୍କୋର ୧୪୭/୩ ହୋଇ ଯାଇଥିଲା। ରୋହିତ ଦ୍ରୁତ ହାରରେ ରନ ସଂଗ୍ରହ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ସେ ୫୪ ବଲ୍‌ରୁ ୮୦(୩ ଚୌକା, ୬ ଛକା) ରନ କରିଥିବାବେଳେ ଶିବମ୍‌ ମାଭିଙ୍କ ଏକ ଓ୍ବାଇଡ୍‌ ଫୁଲଟସ୍‌କୁ ଛକାରେ ପରିଣତ କରିବା ଚକ୍କରରେ ଲଙ୍ଗଅନ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଅନ୍ଦ୍ରେ ରସେଲଙ୍କ ଏକ ୟର୍କରକୁ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଉଇକେଟ ହୋଇଥିଲେ। ସେ ୧୩ ବଲ୍‌ରୁ ୧୮(୨ ଚୌକା, ୧ ଛକା) କରିବାକୁ ସକ୍ଷମ ହୋଇଥିଲେ। ମୁମ୍ବାଇ ପକ୍ଷରୁ ୧୫୦ତମ ଆଇପିଏଲ ମ୍ୟାଚ ଖେଳୁଥିବା କିରନ ପୋଲାର୍ଡ ୭ ବଲ୍‌ରେ ୧ ଚୌକା ସହ ୧୩ ରନରେ ଅପରାଜିତ ରହିଥିବାବେଳେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୫ ରନ କରିଥିଲା। କୋଲକାତା ବୋଲରଙ୍କ ମଧ୍ୟରେ ଶିବମ ମାଭି ୨ଟି ଏବଂ ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୫/୫(ରୋହିତ-୮୦, ସୂର୍ଯ୍ୟକୁମାର-୪୭, ତିଓ୍ବାରୀ-୨୧, ଶିବମ୍‌ ମାଭି-୨/୩୨, ସୁନୀଲ ନାରିନ-୧/୨୨, ଆନ୍ଦ୍ରେ ରସେଲ-୧/୧୭)।
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୪୬/୯ (କାର୍ତ୍ତିକ- ୩୦, ରାଣା- ୨୪, ରସେଲ- ୧୧, ମୋର୍ଗାନ- ୧୬ , କୁମିନ୍ସ- ୩୩, ବୁମ୍‌ରା- ୨/୩୨, ବୋଲ୍ଟ- ୨/୩୦, ପାଟିନସନ- ୨/୨୫ , ରାହୁଲ ଚହର- ୨/୨୬ , ପୋଲାର୍ଡ- ୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri