ସଙ୍ଗରୋଧରେ ସଙ୍ଗତ୍ୟାଗ

ରଂଜନ କୁମାର ଦାସ

ଏ କଥା ଅନସ୍ବୀକାର୍ଯ୍ୟ ଯେ କରୋନା ଆମ ସମସ୍ତଙ୍କ ଜୀବନଶୈଳୀକୁ ବଦଳେଇ ଦେଇଚି। ସମାଜର ଚଳଣି, ପ୍ରଥା, ସବୁ ବଦଳିଯାଉଚି। ସମ୍ପର୍କ ସବୁ ବଦଳି ଯାଉଚି। ବାପା ମଲେ ପୁଅ ତାକୁ ମୁଖାଗ୍ନି ଦେବାକୁ ଡରୁଚି। ସ୍ବାମୀ ସହ ସ୍ତ୍ରୀ ସାତଜନ୍ମ ପାଇଁ ଏକାଠି ରହିବାର ନେଇଥିବା ଶପଥ ଶିଥିଳ ହେଇଯାଉଚି। କରୋନା ଆସିବା ପରେ ସଙ୍ଗରୋଧରେ ରହିବା ପାଇଁ, ବାହାରେ ଅଯଥାରେ ନ ବୁଲି ନିଜ ପରିବାର ସହ ସମୟ କାଟିବା ପାଇଁ କୁହାଗଲା। ସମସ୍ତେ ଭାବୁଥିଲେ ବୋଧହୁଏ ସଙ୍ଗରୋଧରେ ରହିବାଟା ପାରିବାରିକ ବନ୍ଧନକୁ ଆହୁରି ସୁଦୃଢ଼ କରିବ। ପରସ୍ପର ପରସ୍ପର ସହ ବେଶି ସମ୍ପର୍କରେ ଆସିବେ। ସମ୍ପର୍କ ସବୁ ଦୃଢ଼ୀଭୂତ ହେବ। ମାତ୍ର ସବୁ କଳନାକୁ ଭୁଲ୍‌ ପ୍ରମାଣିତ କରିଚି ଏ ଦୁଃସମୟ। ହଲିଉଡ୍‌ ଓ ବଲିଉଡ୍‌ର ଶତାଧିକ ତାରକା ଯୋଡି଼ ଏବେ ସଙ୍ଗତ୍ୟାଗ କରିବା ପାଇଁ ବା ବିବାହ ବନ୍ଧନରୁ ମୁକ୍ତ ହେବାପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଓଲିଉଡ୍‌ ମଧ୍ୟ ଏଥିରୁ ବାଦ୍‌ ପଡି଼ନାହିଁ। ଯେଉଁମାନଙ୍କର ସ୍କ୍ରିନ୍‌ ଉପରର ଦାମ୍ପତ୍ୟ ପ୍ରେମକୁ ଆଦର୍ଶ ଭାବେ ଗ୍ରହଣ କରି ସାଧାରଣ ଲୋକ ନିଜ ଦାମ୍ପତ୍ୟ ଜୀବନକୁ ସଜାଡୁଥିଲେ, ତା’ର ନକଲ କରୁଥିଲେ, ସେମାନଙ୍କ ଅଲଗା ଅଲଗା ହୋଇଯିବା ଅନେକଙ୍କ ମନରେ ଦୁଃଖ ଭରିଦେଉଛି। ସାଧାରଣ ଲୋକ ଭାବୁଛନ୍ତି ଯେଉଁମାନଙ୍କୁ ଆମେ ପ୍ରେମର ଦେବତା ଓ ଦେବୀ ବୋଲି ଭାବିଥିଲୁ, ଯେଉଁମାନଙ୍କ ଯୋଡି଼ ମଜଭୁତ୍‌ ଓ ଅତୁଟ ଭଳି ସ୍କ୍ରିନ୍‌ରେ ଦିଶୁଥିଲା ତାହା ଯଦି ଏତେ କ୍ଷଣଭଙ୍ଗୁର ତେବେ ଆମ ବନ୍ଧନର କ’ଣ ହେବ ? ଯେଉଁ ଆମତ୍ବିଶ୍ୱାସ ଲୋକଙ୍କ ମନରେ ଥିଲା ତାହା ଭାଙ୍ଗି ଭୁଶୁଡି଼ ପଡୁଚି। ତାଙ୍କର ଯଦି ରହିଲା ନାହିଁ ଆମର କୋଉ ରହିବ, ଏ ପ୍ରକାର ଏକ ଧାରଣା ସାଧାରଣ ପରିବାରକୁ ଗ୍ରାସ କରୁଚି।
ଏବେ ବିଭିନ୍ନ ପାରିବାରିକ ମାମଲା ଲଢ଼ୁଥିବା ଓକିଲମାନଙ୍କ ପାଖରେ ଭିଡ଼ ଜମିବାର ଲକ୍ଷ୍ୟ କରାଯାଉଚି। ଲୟରେବ୍‌ ନାମକ ଏକ ଲ’ ଫାର୍ମ ପ୍ରକାଶ କରିଛନ୍ତି ଯେ ଛାଡ଼ପତ୍ର ସଂକ୍ରାନ୍ତୀୟ ବ୍ୟାପାରରେ ୨୦ପ୍ରତିଶତ ଅଧିକ ଲୋକ ତାଙ୍କୁ ଯୋଗାଯୋଗ କରିଛନ୍ତି। ମାଇଁ ଆଡ୍‌ଭୋ ସୂତ୍ରରୁ ପ୍ରକାଶ ଯେ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ପ୍ରତି ମାସରେ ପ୍ରାୟ ୪୦-୫୦ପ୍ରତିଶତ ଅଧିକ ଲୋକ ଛାଡପତ୍ର ପରାମର୍ଶ ଲୋଡିଛନ୍ତି। ଲିଗାଲ କାର୍ଟ ନାମକ ଏକ ସଂସ୍ଥା ପ୍ରକାଶ କରିଛନ୍ତି ଯେ ଯେତିକି ଗ୍ରାହକ ଏଭଳି ପରାମର୍ଶ ଲୋଡି଼ଛନ୍ତି ତାଙ୍କ ଭିତରୁ ୩୪ପ୍ରତିଶତ ମୁମ୍ବାଇ, ୨୮ପ୍ରତିଶତ ଦିଲ୍ଲୀ ଓ ୨୩ପ୍ରତିଶତ ବାଙ୍ଗାଲୋରରୁ ଆସିଚି। ସମସ୍ତ ଗ୍ରାହକଙ୍କ ମଧ୍ୟରୁ ୬୦-୬୫ ପ୍ରତିଶତ ମହିଳା ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଛନ୍ତି। ଏସବୁ କେସ୍‌କୁ ତର୍ଜମା କଲାପରେ ଯାହା ଜଣାପଡିଛି ୪୨ପ୍ରତିଶତ ଲୋକ ଭାବୁଛନ୍ତି ସେମାନଙ୍କ ସ୍ବାମୀ ବା ସ୍ତ୍ରୀମାନେ ବିରକ୍ତିକର, ସେମାନଙ୍କର ବ୍ୟବହାର ଅସହ୍ୟ। ଆଉ କିଛି ଲୋକ କହିଛନ୍ତି ଯେ ସଙ୍ଗରୋଧ ସମୟରେ ସେମାନେ ବହୁତଥର ସାମ୍ନାସାମ୍ନି ହେଇଛନ୍ତି ତେଣୁ ଯୁକ୍ତିତର୍କ ଅଧିକ ହେଇଚି, ଯାହା ମନାନ୍ତର ଆଡ଼କୁ ମୁହଁାଇଛି।
ଫ୍ୟାମିଲି କାଉନ୍‌ସେଲରମାନେ କହୁଛନ୍ତି ଲକ୍‌ଡାଉନ ସମୟରେ ମୋଟାମୋଟି ଭାବେ ପାରିବାରିକ ଅଶାନ୍ତି, ଯୁକ୍ତିତର୍କ, କଳହ, ସନ୍ଦେହ, ଈର୍ଷା, ପାରିବାରିକ ହିଂସା ଆଦି ବଢ଼ିଛି। ଏହାର ଅନେକ କାରଣ ଅଛି। ଆଗରୁ ଅନେକ ପରିବାରର ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ଥିଲା। ସେମାନେ ଆବଶ୍ୟକ ମୁତାବକ ରୋଜଗାର କରୁଥିଲେ ଓ ଆନୁପାତିକ ଭାବେ ଖର୍ଚ୍ଚ କରୁଥିଲେ। ମାତ୍ର ସଙ୍ଗରୋଧ ସମୟରେ ଅନେକଙ୍କ ଚାକିରି ଚାଲିଗଲା, ଚାକିରି ଥିଲେ ବି ଦରମା କମିଗଲା। ଯେଉଁମାନଙ୍କର ବ୍ୟବସାୟ ଥିଲା ତାହା ମାନ୍ଦା ଚାଲିଚି। ତେଣୁ ଋଣଭାର ବି ବଢ଼ିଲା। ମାତ୍ର ଖର୍ଚ୍ଚ କରିବାର ପ୍ରବୃତ୍ତି କମିଲା ନାହିଁ। ତେଣୁ ଅର୍ଥନୈତିକ ଚାପ ଯୋଗୁ ସମସ୍ତଙ୍କ ଅଭାବ ଅସୁବିଧା, ଇଚ୍ଛା ପୂରଣ କରିହେଲା ନାହିଁ। ତେଣୁ ଗୃହିଣୀମାନେ ଅସୁଖୀ ରହିଲେ। କଥାକଥାକେ ଯୁକ୍ତିତର୍କ ଆରମ୍ଭ ହେଲା। ପରସ୍ପରର ରୋଜଗାର କ୍ଷମତା ଓ ଯୋଗ୍ୟତା ଅଯୋଗ୍ୟତାକୁ ନେଇ କଥା କଟାକଟି ହେଲା। ସେଇଭଳି ଅନେକ ଘରେ ପୁରୁଷ ଲୋକେ ଓ ପିଲାମାନେ ଘରେ ବସିରହିବାକୁ ବାଧ୍ୟ ହେଲେ। ସେମାନଙ୍କୁ ଖାଇବାପିଇବା ଦେବା ଅନ୍ୟାନ୍ୟ ସୁଖସୁବିଧା ଓ ଯନତ୍ ଯୋଗାଇ ଯୋଗାଇ ମହିଳାମାନେ କ୍ଳାନ୍ତ ହେଇଗଲେ। ପୁରୁଷମାନେ ଅଭ୍ୟାସ ବଶତଃ ଅନେକ ଜାଗାରେ କେବଳ ଅର୍ଡର ପକେଇଲେ, ଅପରପକ୍ଷରେ କାମରେ ମହିଳାମାନଙ୍କୁ ସାହାଯ୍ୟ କଲେନାହିଁ। ୟାକୁ ନେଇ ମଧ୍ୟ ଅନେକ ଘରେ ଯୁକ୍ତିତର୍କ, କଳହ ସୃଷ୍ଟି ହେଲା। ଆଗରୁ ପୁରୁଷ ପିଲାମାନେ ଘରେ ଆଠଦଶ ଘଣ୍ଟା ରହୁଥିଲାବେଳେ ପ୍ରାୟ ସମୟ ବାହାରେ କାଟୁଥିଲେ। ଏଥିରେ ପୁରୁଷ, ମହିଳା ତଥା ଶିଶୁ ସମସ୍ତଙ୍କର ନିଜନିଜ ସ୍ବାଧୀନତା ଓ ବ୍ୟକ୍ତିଗତ ସମୟ ରହୁଥିଲା। ସଙ୍ଗରୋଧରେ ସମସ୍ତେ ଗୋଟିଏ ଜାଗାରେ ପଡି଼ରହିଲେ। ପରସ୍ପର ପରସ୍ପରର ସ୍ବାଧୀନତା ଓ ବ୍ୟକ୍ତିଗତ ବ୍ୟାପାର ତଥା ଗୋପନୀୟତା ଉପରେ ହସ୍ତକ୍ଷେପ କଲେ, ଯାହା ଅନ୍ୟକୁ ଅସହ୍ୟ ହେଲା। କିଛି ଲୋକଙ୍କର ମଦ୍ୟପାନ, ଜୁଆଖେଳ ଓ ଅନ୍ୟାନ୍ୟ ଦୁର୍ବଳତା ଯାହା ଥିଲା ତାହା ଅନେକ ସମୟରେ ପାର୍ଟନରଙ୍କ ଦୃଷ୍ଟିରେ ଏତେ ପଡୁ ନ ଥିଲା। କାରଣ ସେମାନେ ଦୁଇ ତୃତୀୟାଂଶ ସମୟ ଅଲଗା ଅଲଗା ରହୁଥିଲେ। ମାତ୍ର ସଙ୍ଗରୋଧ ଏ ସମୟରେ ଏ ସବୁ ଦୋଷ ଦୁର୍ବଳତା ସବୁ ବେଶି ଫୁଟିକି ଦିଶିଲା। ତାକୁ ନେଇ ମଧ୍ୟ ଟଣା ଓଟରା ଚାଲିଲା। କାହାର କାହାର ଗୋପନ ପରକୀୟା ପ୍ରୀତି ସବୁ ମଧ୍ୟ ପର୍ଦ୍ଦାଫାଶ ହେଇଗଲା। ଧୀରେ ଧୀରେ ତାସ୍‌ର ଘର ସବୁ ଭାଙ୍ଗିବା ଆରମ୍ଭ ହେଇଗଲା। ଅନେକ ପରିବାର ଯୋଉଠି ଏସବୁ ପୂର୍ବରୁ ଆରମ୍ଭ ହେଇଯାଇଥିଲା ଓ କୁହୁଳି କୁହୁଳି ଜଳୁଥିଲା ସଙ୍ଗରୋଧ ସମୟରେ ତାହା ତୀବ୍ରତର ହେଇଗଲା ଓ ହୁତ୍‌ହୁତ୍‌ ହେଇ ଜଳିଲା। କେହି କାହାରିକୁ ସହିପାରିଲେ ନାହିଁ। ପରସ୍ପରର ଉପସ୍ଥିତି ଅସହ୍ୟ ହେଲା। ଆଗରୁ ଯାହାକୁ ଗୋଲାପ ଫୁଲ ଭାବି ଆଦର କରୁଥିଲେ ଧୀରେ ଧୀରେ ତା’ର କଣ୍ଟା ଫୋଡି଼ହେବା ଆରମ୍ଭ ହେଲା। ଏ ମତାନ୍ତର ଓ ମନାନ୍ତର ସେତିକିରେ ସୀମିତ ହେଇ ରହିଲା ନାହିଁ। ଚବିଶ ଘଣ୍ଟା ଗୋଟିଏ ଛାତ ତଳେ, ଗୋଟିଏ ଶେଯ ଉପରେ ରହିବା ସମ୍ଭବ ହେଲାନାହିଁ। ପାରିବାରିକ ଅସହିଷ୍ଣୁତା ଚରମ ସୀମାରେ ପହଞ୍ଚିଲା। ସ୍ଥଳ ବିଶେଷରେ ପାରିବାରିକ ହିଂସା, ବିବାହ ବିଚ୍ଛେଦ ଓ ଆମତ୍ହତ୍ୟା ଆଦିରେ ଶେଷ ହେଲା। ମାନସିକ ଅବସାଦକୁ ଏଡ଼େଇ ନ ପାରି ଅନେକ ଲୋକ ନିଶାପାଣି, ଡ୍ରଗ୍‌ସ ଆଦି ପ୍ରତି ମଧ୍ୟ ଆକର୍ଷିତ ହେଲେ। ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେଲେ ଛୋଟ ପିଲାମାନେ।
ବିବାହ ସଙ୍ଗବଦ୍ଧତାର ଏକ ଶପଥ। ଭାରତୀୟ ସଂସ୍କୃତିରେ ଏହାକୁ ଐଶ୍ୱରୀୟ ବରଦାନ ଭଳି ମାନ୍ୟତା ଦିଆଯାଏ। ଆମ ସଂସ୍କୃତି ପାଶ୍ଚାତ୍ୟ ସଭ୍ୟତା ଭଳି ଯେବେ ଚାହିଁବ ଏକାଠି ଯେବେ ଚାହିଁବ ଅଲଗା ହେଇପାରିବାରେ ବିଶ୍ୱାସ କରେ ନାହିଁ। ଏ ସଙ୍ଗରୋଧର ସମୟ ଆମ ସମସ୍ତଙ୍କୁ ଆର୍ଥିକ, ମାନସିକ ଭାବେ ଦୁର୍ବଳ କରିଚି ସତ, ମାତ୍ର ଏ ସମୟ ଅଧିକ ଭଲ ପାଇବାର ସମୟ। ଅଧିକ ବୁଝାମଣା, ଅଧିକ ସହନଶୀଳତା ଆପଣେଇବାର ସମୟ। ଜୀବନ ପ୍ରତି ବୀତସ୍ପୃହ ନ ହେଇ ଏକ ରୋମାଣ୍ଟିକ ଚେତନା ମଧ୍ୟରେ ବଞ୍ଚତ୍ବାର ସମୟ। ଦୁଃସମୟକୁ ଅତିକ୍ରମ କରିବା ପାଇଁ ପରସ୍ପର ପରସ୍ପରକୁ ସହଯୋଗ କରିବାର ଆବଶ୍ୟକତା ଅଛି ଏ ସମୟରେ। ବହୁବର୍ଷ ତଳେ ଜିତେନ୍ଦ୍ର ଓ ମୌସୁମୀ ଚାଟାର୍ଜୀ ଅଭିନୀତ ‘ପ୍ୟାସା ସାୱନ’ ବୋଲି ଗୋଟେ ଚଳଚ୍ଚିତ୍ର ଆସିଥିଲା। ସେଥିରେ ଗୋଟିଏ ଗୀତ ଥିଲା ‘ତେରା ସାଥ୍‌ ହେ ତୋ, ମୁଝେ କ୍ୟା କମି ହେ… ଅନ୍ଧେରୋ ମେ ଭି ମିଲଗୟି ରୋଷ୍‌ନି ହେ…’। ଏବେ ବି ସମୟ ଅଛି ତମାମ ଅନ୍ଧାର ଭିତରେ ସେ ଆଲୁଅ ଟିକକ ଖୋଜିବାକୁ ହେବ…। ସଙ୍ଗରୋଧର ସମୟ ସଙ୍ଗତ୍ୟାଗର ସମୟ ନ ହେଇ ସଙ୍ଗଭୋଗର ସମୟ ହେଉ।
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri