ସେବାକୁ ନିଅଣ୍ଟ ସମ୍ବଳ: ମଞ୍ଜୁରୀପ୍ରାପ୍ତ ପଦବୀ ୩୪, ଅଛନ୍ତି ୬ ଡାକ୍ତର

ଆଠମଲ୍ଲିକ, ୨୩ା୨ (ଡି.ଏନ.ଏ.): ପୂର୍ବାପେକ୍ଷା ସୁବିଧାଜନକ ହେଲାଣି ଗମନାଗମନ। ବିଶେଷକରି ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଢ଼ିଛି ରୋଗୀଙ୍କ ନିର୍ଭରଶୀଳତା। ଫଳରେ ଦୈନିକ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବହୁ ପରିମାଣରେ ବୃଦ୍ଧିପାଇଛି। କିନ୍ତୁ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୯ରୁ ୩୪କୁ ବଢ଼ାଯିବା ବ୍ୟତୀତ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆଉ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରି କି ଖାଲି ପଡ଼ିଥିବା ପଦବୀ ପୂରଣ କରିବା କିମ୍ବା ନୂଆ ନିଯୁକ୍ତି ଦିଆଯାଉ ନ ଥିବାରୁ ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ସମ୍ବଳ ନିଅଣ୍ଟ ପଡ଼ୁଛି। ଏବେ ମାତ୍ର ୬ ଜଣ ଡାକ୍ତର ଓ ୪ ଷ୍ଟାଫନର୍ସରେ ଉପଖଣ୍ଡ ଚିକିତ୍ସାଳୟ ଚାଲିଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି କି ଦୀର୍ଘଦିନ ହେଲା ଚକ୍ଷୁ ବିଭାଗରେ ରୋଗୀ ଦେଖା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଲକ୍ଷାଧିକ ଲୋକ ନିର୍ଭରଶୀଳ। ଏଥିସହ ପଡ଼ୋଶୀ ବୌଦ୍ଧ ଜିଲାରୁ ମଧ୍ୟ ରୋଗୀ ଏହି ଡାକ୍ତରଖାନାକୁ ଆସନ୍ତି। ମହାନଦୀ ଉପରେ ଆଠମଲ୍ଲିକ-ଧଳପୁର ସେତୁ ନିର୍ମାଣ ପରଠାରୁ ବୌଦ୍ଧ ଜିଲାର ୮ରୁ ୧୦ ପଞ୍ଚାୟତର ରୋଗୀ ନିୟମିତ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଅଧିକ ଦୃଷ୍ଟି ଦେବା ପରିବର୍ତ୍ତେ ଅବହେଳା କରିଚାଲିଛନ୍ତି। କାରଣ ଦୀର୍ଘଦିନ ହେଲା ଏହି ମେଡିକାଲରେ ବହୁ ଡାକ୍ତର, ନର୍ସ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ପୂର୍ବରୁ ୧୯ ଡାକ୍ତର ପଦବୀ ଥିବାବେଳେ ଗତ ୨ ମାସ ତଳେ ସରକାର ଏହାକୁ ୩୪କୁ ବଢ଼ାଇ ଦେଇଛନ୍ତି। ମାତ୍ର ଡାକ୍ତର ନିଯୁକ୍ତି କରୁ ନ ଥିବାରୁ ଜଣେ ଶିଶୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ, ପ୍ରସୂତି, ଆନାସ୍ଥେସିଆ ବିଶେଷଜ୍ଞ ଓ ୨ ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସେହିପରି ୩୦ ନର୍ସଙ୍କ ସ୍ଥାନରେ ମାତ୍ର ୪ ଜଣ ଷ୍ଟାଫନର୍ସ ଥିବାରୁ ରୋଗୀସେବା ଗଭୀର ଭାବେ ପ୍ରଭାବିତ ହେଉଛି। ଏପରି କି ଅନେକ ସମୟରେ ଇଞ୍ଜେକ୍ସନ ନେବା ପାଇଁ ରୋଗୀମାନଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି। ଡାକ୍ତରଖାନାର ନୂଆ ୩ ମହଲା କୋଠା ଓ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରି ରୂପରେଖ ବଦଳାଇବା ପାଇଁ ସରକାର ଉଦ୍ୟମ କରୁଥିବାବେଳେ ରୋଗୀ ସେବା ପ୍ରତି ଯେପରି ଆଖିବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି। ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଚକ୍ଷୁ ବିଭାଗରେ ଆଦୌ ଡାକ୍ତର, ଟେକ୍ନିସିଆନ ନାହାନ୍ତି। ଫଳରେ ଏହି ବିଭାଗରେ ରୋଗୀ ସେବା ହୋଇପାରୁ ନାହିଁ। ବ୍ଲଡବ୍ୟାଙ୍କରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିବାରୁ ଅନ୍ୟ ବିଭାଗରୁ ଡାକ୍ତର ଓ କର୍ମଚାରୀଙ୍କୁ ଅଣାଯାଇ ପରିଚାଳନା ସହିତ ରକ୍ତଦାନ ଶିବିରରେ ନିୟୋଜିତ କରାଯାଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର, ନର୍ସ ଓ କର୍ମଚାରୀ ପଦବୀ ପୂରଣ କରିବାକୁ ଉପଖଣ୍ଡବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?