ସେବାକୁ ନିଅଣ୍ଟ ସମ୍ବଳ: ମଞ୍ଜୁରୀପ୍ରାପ୍ତ ପଦବୀ ୩୪, ଅଛନ୍ତି ୬ ଡାକ୍ତର

ଆଠମଲ୍ଲିକ, ୨୩ା୨ (ଡି.ଏନ.ଏ.): ପୂର୍ବାପେକ୍ଷା ସୁବିଧାଜନକ ହେଲାଣି ଗମନାଗମନ। ବିଶେଷକରି ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବଢ଼ିଛି ରୋଗୀଙ୍କ ନିର୍ଭରଶୀଳତା। ଫଳରେ ଦୈନିକ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବହୁ ପରିମାଣରେ ବୃଦ୍ଧିପାଇଛି। କିନ୍ତୁ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୯ରୁ ୩୪କୁ ବଢ଼ାଯିବା ବ୍ୟତୀତ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆଉ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରି କି ଖାଲି ପଡ଼ିଥିବା ପଦବୀ ପୂରଣ କରିବା କିମ୍ବା ନୂଆ ନିଯୁକ୍ତି ଦିଆଯାଉ ନ ଥିବାରୁ ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ସମ୍ବଳ ନିଅଣ୍ଟ ପଡ଼ୁଛି। ଏବେ ମାତ୍ର ୬ ଜଣ ଡାକ୍ତର ଓ ୪ ଷ୍ଟାଫନର୍ସରେ ଉପଖଣ୍ଡ ଚିକିତ୍ସାଳୟ ଚାଲିଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି କି ଦୀର୍ଘଦିନ ହେଲା ଚକ୍ଷୁ ବିଭାଗରେ ରୋଗୀ ଦେଖା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଲକ୍ଷାଧିକ ଲୋକ ନିର୍ଭରଶୀଳ। ଏଥିସହ ପଡ଼ୋଶୀ ବୌଦ୍ଧ ଜିଲାରୁ ମଧ୍ୟ ରୋଗୀ ଏହି ଡାକ୍ତରଖାନାକୁ ଆସନ୍ତି। ମହାନଦୀ ଉପରେ ଆଠମଲ୍ଲିକ-ଧଳପୁର ସେତୁ ନିର୍ମାଣ ପରଠାରୁ ବୌଦ୍ଧ ଜିଲାର ୮ରୁ ୧୦ ପଞ୍ଚାୟତର ରୋଗୀ ନିୟମିତ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଅଧିକ ଦୃଷ୍ଟି ଦେବା ପରିବର୍ତ୍ତେ ଅବହେଳା କରିଚାଲିଛନ୍ତି। କାରଣ ଦୀର୍ଘଦିନ ହେଲା ଏହି ମେଡିକାଲରେ ବହୁ ଡାକ୍ତର, ନର୍ସ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ପୂର୍ବରୁ ୧୯ ଡାକ୍ତର ପଦବୀ ଥିବାବେଳେ ଗତ ୨ ମାସ ତଳେ ସରକାର ଏହାକୁ ୩୪କୁ ବଢ଼ାଇ ଦେଇଛନ୍ତି। ମାତ୍ର ଡାକ୍ତର ନିଯୁକ୍ତି କରୁ ନ ଥିବାରୁ ଜଣେ ଶିଶୁ ରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ, ପ୍ରସୂତି, ଆନାସ୍ଥେସିଆ ବିଶେଷଜ୍ଞ ଓ ୨ ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସେହିପରି ୩୦ ନର୍ସଙ୍କ ସ୍ଥାନରେ ମାତ୍ର ୪ ଜଣ ଷ୍ଟାଫନର୍ସ ଥିବାରୁ ରୋଗୀସେବା ଗଭୀର ଭାବେ ପ୍ରଭାବିତ ହେଉଛି। ଏପରି କି ଅନେକ ସମୟରେ ଇଞ୍ଜେକ୍ସନ ନେବା ପାଇଁ ରୋଗୀମାନଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି। ଡାକ୍ତରଖାନାର ନୂଆ ୩ ମହଲା କୋଠା ଓ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରି ରୂପରେଖ ବଦଳାଇବା ପାଇଁ ସରକାର ଉଦ୍ୟମ କରୁଥିବାବେଳେ ରୋଗୀ ସେବା ପ୍ରତି ଯେପରି ଆଖିବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି। ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଚକ୍ଷୁ ବିଭାଗରେ ଆଦୌ ଡାକ୍ତର, ଟେକ୍ନିସିଆନ ନାହାନ୍ତି। ଫଳରେ ଏହି ବିଭାଗରେ ରୋଗୀ ସେବା ହୋଇପାରୁ ନାହିଁ। ବ୍ଲଡବ୍ୟାଙ୍କରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିବାରୁ ଅନ୍ୟ ବିଭାଗରୁ ଡାକ୍ତର ଓ କର୍ମଚାରୀଙ୍କୁ ଅଣାଯାଇ ପରିଚାଳନା ସହିତ ରକ୍ତଦାନ ଶିବିରରେ ନିୟୋଜିତ କରାଯାଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର, ନର୍ସ ଓ କର୍ମଚାରୀ ପଦବୀ ପୂରଣ କରିବାକୁ ଉପଖଣ୍ଡବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ୫୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୨୦୧ ଲୋକାଲ କେସ୍‌ ରହିଛି।...

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। www.ojee.nic.in...

ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩୧।୧୦(ଡି.ଏନ୍‌.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ...

ମାଲକାନଗିରି ଟ୍ରେଜେରି କର୍ମଚାରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୫ ପୋଲିସ ସମେତ ୮ ଆହତ

ଛତ୍ରପୁର,୧୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଜଗନ୍ନାଥପୁର ଜାତୀୟ ରାଜପଥ ସମ୍ମୁଖ ଏକ ଢାବା ନିକଟରେ ଶୁକ୍ରବାର ଭୋର୍‌ରେ ଏକ ହାଇୱା ପଛରେ ଟ୍ରାଭେଲର୍‌ ପିଟି ହୋଇ...

ସୁନାରିତୋଟା ସାହି ରାସ୍ତାରେ ଆଣ୍ଠୁଏ ପାଣି

ପୁରୁଷୋତ୍ତମପୁର,୨୭ା୯(ଡି.ଏନ.ଏ.)- ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ସଫେଇ, ନିର୍ମାଣ ଲାଗି ଦୀର୍ଘଦିନ ହେଲା ୱାର୍ଡନଂ.୯ ରଥସାହି, ସୁନାରିତୋଟାସାହିବାସୀ ଦାବି କରିଆସୁଥିଲେ ମଧ୍ୟ...

ମହିଳା ଭେଣ୍ଡିଂ ଜୋନ୍‌ ଆଶା ମଉଳିଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍‌ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ।...

ଚାଷୀଙ୍କୁ ରସିଦ ଦେଉ ନାହାନ୍ତି ବିହନ ବିକ୍ରେତା

ବରଗଡ଼ ଅଫିସ୍‌,୧୦।୬-ଖରିଫ ଫସଲ ପାଖେଇ ଆସୁଛି। ଏହାକୁ ନେଇ ଏବେଠାରୁ କେତେକ ବିହନ ବିକ୍ରେତା କଳାବଜାର ପାଇଁ ତତ୍ପର ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷେ ଜିଲା...

ବିପଦସଙ୍କୁଳ କୋଠାରେ ପାଠପଢ଼ା

ବେହେରା, ୧୨।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକରେ ଥିବା ଅନେକ ବିପଦସଙ୍କୁଳ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢ଼ା ଚାଲିଛି। ବ୍ଲକର ବେହେରା ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ୧...

Advertisement
Archives

Model This Week