୪ ମାସ ପରେ ଖୋଲିଲା ରାହାମା ସାପ୍ତାହିକ ହାଟ

ରାହାମା,୧୫ା୮(ଡି.ଏନ.ଏ.):କଟକ-ପାରାଦୀପ ରାସ୍ତାର ରାହାମାଠାରେ ସପ୍ତାହର ସୋମବାର ଓ ଶୁକ୍ରବାର ଦୁଇଦିନ ଧରି ସାପ୍ତାହିକ ହାଟ ବସୁଥିଲା। ତେବେ କରୋନା ସଂକ୍ରମଣ ଯୋଗୁ ଜିଲାପାଳଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ମାସରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ସ୍ଥାନୀୟ କୃଷିଜୀବୀ, ବ୍ୟବସାୟୀ, ରାହାମା ବଜାର କର୍ମୀ ଓ ରାହାମା ନିୟନ୍ତ୍ରିତ ବଜାର କମିଟି ଜିଲାପାଳଙ୍କ ନିକଟରେ ସାପ୍ତାହିକ ହାଟ ଖୋଲିବା ପାଇଁ ଅନୁରୋଧ କରିଥିଲେ। ଏହାକୁ ରକ୍ଷାକରି ଜିଲାପାଳ କୋଭିଡ-୧୯ ନିୟମ ମାନି ହାଟ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହିକ୍ରମରେ କୁଜଙ୍ଗ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ, ତିର୍ତ୍ତୋଲ ଥାନା ଅଧିକାରୀ, ରାହାମା ନିୟନ୍ତ୍ରିତ ବଜାର କମିଟିର ସୁରେନ୍ଦ୍ରନାଥ ସାହୁ, ରାହାମା ବଜାର କମିଟି ସଭାପତି ଜଟାଧାରି ଦାସ, ସାମାଜିକ କର୍ମୀ ସୁନାକର ବେହେରା, ତାଳପଡା ସରପଞ୍ଚ ମମତା ସାହୁ, ସାଇଲୋ ସରପଞ୍ଚ ରୋଜାଲିନ୍‌ ମହାପାତ୍ର, ମନୋଜ ସାହୁ, ବାବାଜୀ ସାହୁ ଓ ସ୍ଥାନୀୟ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀ, କୃଷିଜିବୀ ପ୍ରମୁଖଙ୍କ ଉପସ୍ଥିତିରେ ହାଟ ଚାଲୁ କରାଯାଇଥିଲା। ୨୧ ଜଣିଆ କମିଟି ଗଠନ କରାଯାଇ କୋଭିଡ-୧୯ ନିୟମ ଅନୁସାରେ ସାପ୍ତାହିକ ହାଟ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଶୀ ଜାଗାରେ ବର୍ଗାକାର ଜାଲକୁ ଗୁରୁତ୍ୱ

ପାରାଦୀପ, ୨୬।୩(ସ୍ବ.ପ୍ର.): ସମୁଦ୍ରରେ ଆଗକୁ ଆଉ ଫାଶୀଜାଲ ଚଳିବ ନାହିଁ। ଏହା ବଦଳରେ ବର୍ଗାକାର ଜାଲ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଲକ୍‌ଡାଉନ୍‌: ଆଗଭଳି ଚାଲିଛି ଶିଳ୍ପସଂସ୍ଥା

ପାରାଦୀପ, ୨୯।୩ (ସ୍ବ.ପ୍ର.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ପାରାଦୀପରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ...

ଦେବୀ ନଦୀରୁ ବେଆଇନ ବାଲି ଉଠାଣ

ନାଉଗାଁ,୯ା୭(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସରକାରଙ୍କ ପକ୍ଷରୁ ୨ଟି ବାଲି ସୈରାତ ନିଲାମ ଦିଆଯାଇଛି। ତେବେ ଏହି ଦୁଇ ସୈରାତ ବ୍ୟତୀତ ଦେବୀ ନଦୀର ବିଭିନ୍ନ ସ୍ଥାନରୁ...

ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ସତ୍ତ୍ୱେ ଆବଶ୍ୟକତା ରହୁଛି

ପାରାଦୀପ, ୨୫ା୨(ସ୍ବ.ପ୍ର.): ପାରାଦୀପର ସମୁଦ୍ର କୂଳରେ ଥିବା ଲାଇଟ୍‌ ହାଉସ ବା ବତିଘର ଏବେ ପ୍ରତୀକ (ଲ୍ୟାଣ୍ଡ ମାର୍କ) ଭାବେ ଜନମାନସରେ ରହିଛି। କିନ୍ତୁ ଯେଉଁ...

ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି...

ପାରାଦୀପ ପୌରାଞ୍ଚଳ: ସ୍ଥଗିତ ରହିଲା ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ

ପାରାଦୀପ, ୯।୩ (ସ୍ବ.ପ୍ର.): ରାଜ୍ୟ ସରକାର ସହରାଞ୍ଚଳରେ ଥିବା କଚ୍ଚା ଘର ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ୨୦୧୭ରୁ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର...

୫-ଟି ଅଧୀନ ବିଦ୍ୟାଳୟରେ ୫୦ ଲକ୍ଷ ଦୁର୍ନୀତି

ବାଲିକୁଦା, ୮ା୯(ସ୍ବ.ପ୍ର.): ରାଜ୍ୟ ସରକାର ଦୁର୍ନୀତି ରୋକିବାକୁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏ ସବୁକୁ ପାଦରେ ଦଳିମକଚି ଦେଉଛନ୍ତି କିଛି ସରକାରୀ କମର୍ଚାରୀ। ସୂଚନା...

Advertisement
Archives

Model This Week