ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ

ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ। ଏହି ମଠ ପ୍ରାୟ ୬୦୦ ବର୍ଷ ତଳର। ଅତୀତରେ ଯବନମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ସମୟରେ ଭାରତ ବର୍ଷର ବିଭିନ୍ନ ଆଖଡାର ନାଗା ସାଧୁ ଶ୍ରୀକ୍ଷେତ୍ରକୁ ଆସି ରଥ, ସ୍ନାନ, ଦୋଳଯାତ୍ରାକୁ ସୁରକ୍ଷା ଦେଉଥିଲେ। ଏମାନେ ସ୍ବତନ୍ତ୍ର ଭାବେ ଯୁଦ୍ଧ ବିଦ୍ୟାର ପ୍ରଶିକ୍ଷଣ ପାଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ସୁରକ୍ଷା କରିବା। ତେଣୁ ଏମାନେ ଯବନଙ୍କ ସହ ସଂଗ୍ରାମ କରୁଥିଲେ। ଏହି ନାଗା ସାଧୁ, ସନ୍ଥମାନେ ସାଙ୍ଗରେ ଆଣୁଥିବା ହାତୀ, ଘୋଡା ଇତ୍ୟାଦି ସେତେବେଳେ ଏହି ମଠର ବିଜେସ୍ଥଳୀରେ ଆଶ୍ରୟ ନେଉଥିଲେ। ତେଣୁ ଏହି ମଠ ହାତୀ ଆଖେଡା ମଠ ରୂପେ ପରିଚିତ ହେଲା।

ଦଶାବତାର ମଠ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରାମାନନ୍ଦୀ ସମ୍ପ୍ରଦାୟର ଦଶାବତାର ମଠ ଅବସ୍ଥିତ। ୧୧ ବର୍ଷ ବୟସରେ ଜୟଦେବ ସମସ୍ତ ପାର୍ଥିବ ମୋହ ତୁଟାଇ ପ୍ରଭୁଙ୍କ ଶରଣାଗତ ହୋଇ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ। ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚତ୍ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଏକ ଗଛ ମୂଳରେ ଏବଂ ପରେ ଏକ କୁଡ଼ିଆରେ ଅବସ୍ଥାନ କରିଥିଲେ। ଏହିଠାରେ ସେ ଧର୍ମ ଚର୍ଚ୍ଚା ଓ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିଥିଲେ। ଜୟଦେବଙ୍କ ପରବର୍ତ୍ତୀ ଅନୁଗାମୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା କୁଡ଼ିଆକୁ ନୂତନ ଭାବେ ନିର୍ମାଣ କରି ଦଶାବତାର ମଠ ନାମରେ ନାମିତ କରିଥିଲେ। ଦ୍ୱାଦଶ ଶତାବ୍ଦୀର ତଥା ବର୍ତ୍ତମାନର ଦଶାବତାର ମଠ ପ୍ରାଙ୍ଗଣ ଥିଲା ଶ୍ରୀଜୟଦେବଙ୍କ ସାଧନା ପୀଠ।

ବଡ଼ ଓଡ଼ିଆ ମଠ

ପୁରୀ ସହରର ବାସେଳୀ ସାହିରେ ବଡ଼ ଓଡ଼ିଆ ମଠ ଅବସ୍ଥିତ। ଏହାକୁ ଓଡ଼ିଆ ଭାଗବତର ରଚୟିତା ତଥା ପଞ୍ଚଶଖା ଯୁଗର ଅନ୍ୟତମ ରଥୀ ଅତିବଡ଼ି ଜଗନ୍ନାଥ ଦାସ ପ୍ରତିଷ୍ଠା କରିଥିଲେ। ଜନଶ୍ରୁତି ରହିଛି ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଟ୍ଟମହିଷୀ ଗୌରା ପାଟ ମହାଦେଈ ଅତିବଡ଼ିଙ୍କ ପ୍ରତିଭାରେ ବିମୁଗ୍ଧ ହୋଇ ଶ୍ରୀମନ୍ଦିର ବାୟୁକୋଣସ୍ଥିତ ତାଙ୍କର ସାମୟିକ ଅବସ୍ଥାନର ଏହି ଉଆସକୁ ଅତିବଡ଼ିଙ୍କୁ ପ୍ରଦାନ କରିଥିଲେ। ଜଗନ୍ନାଥ ଦାସ ଏହିଠାରେ ରହି ବୈଷ୍ଣବ ଧର୍ମ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରରେ ନିମଗ୍ନ ରହିଥିଲେ। ବଡ଼ ଓଡ଼ିଆ ମଠ ଅତିବଡ଼ିଙ୍କ ସାଧନାପୀଠ। ଭିତର ବେଢାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ତପସ୍ବୀ ମୁଦ୍ରା କଳାମୁଗୁନି ପଥର ବିଗ୍ରହ ରହିଛି।

କୁଞ୍ଜ ମଠ

ଶ୍ରୀ ଗୌଡ଼ୀୟ ସମ୍ପ୍ରଦାୟର କୁଞ୍ଜ ମଠ ପୁରୀ ବାଲିସାହିର ଗଣାମଲ୍ଲ ଲେନ୍‌ରେ ଅବସ୍ଥିତ। ପୂର୍ବେ ମଠସ୍ଥଳୀରେ ଶ୍ରୀଜଗନ୍ନାଥଙ୍କର ଫୁଲ ତୋଟା ଥିଲା। ଏହି ତୋଟାରୁ ମହାପ୍ରଭୁଙ୍କ ପାଇଁ ପ୍ରତ୍ୟହ ଫୁଲ ଆସୁଥିଲା। ଏକଦା ରଥଯାତ୍ରା ସମୟରେ ଶ୍ରୀନରୋତ୍ତମ ଠାକୁରଙ୍କ ସହଚର ଶ୍ରୀଶ୍ୟାମାନନ୍ଦ ଓ ତାଙ୍କ ଶିଷ୍ୟ ଶ୍ରୀରସିକାନନ୍ଦ ଅଠରନଳା ନିକଟରେ ଅଟକି ଯାଇଥିଲେ। ଏଥିପାଇଁ ନନ୍ଦିଘୋଷ ଗଡ଼ି ନ ଥିଲା। ଏନେଇ ମୁଦିରଥଙ୍କୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ ପରେ ମହାରାଜାଙ୍କ ପକ୍ଷରୁ ସେମାନଙ୍କୁ ଶ୍ରୀକ୍ଷତ୍ରକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ତା’ପରେ ନନ୍ଦିଘୋଷ ଗଡ଼ିଥିଲା। ଏହାପରେ ଗଜପତି ମହାରାଜା ଦୁଇଜଣଙ୍କ ରହିବା ବ୍ୟବସ୍ଥା ଶ୍ରୀକ୍ଷେତ୍ରରେ କଲେ। ପୂର୍ବରୁ ଥିବା ଶ୍ରୀଜଗନ୍ନାଥଙ୍କ ଫୁଲତୋଟାକୁ ଏମାନଙ୍କୁ ଦାନ କରିଥିଲେ। ଶ୍ରୀ ଶ୍ୟାମାନନ୍ଦ ଏହି ଜାଗାରେ ମଠ ସ୍ଥାପନ କରି ଏହାର ନାମ କୁଞ୍ଜ ମଠ ରଖିଥିଲେ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠ

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟସ୍ଥଳରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଉଦ୍ୟାନ ଅବସ୍ଥିତ। ମଠ ପୂର୍ବରେ ବଡ଼ଦାଣ୍ଡ, ପଶ୍ଚିମରେ ମାର୍କଣ୍ଡେଶ୍ୱର, ଉତ୍ତରରେ ଚୁଡ଼ଙ୍ଗ ସାହି ଓ ଦକ୍ଷିଣରେ ନରେନ୍ଦ୍ର ପୁଷ୍କରିଣୀ ଅବସ୍ଥିତ। ବଲ୍ଲଭ ଶବ୍ଦର ଅର୍ଥ ହେଉଛି ପ୍ରିୟ। ଏହି ଉଦ୍ୟାନ ମହାପ୍ରଭୁଙ୍କ ଅତି ପ୍ରିୟ ହୋଇଥିବାରୁ ଏହାର ନାମ ଶ୍ରୀଜଗନ୍ନାଥ ବଲ୍ଲଭ ହୋଇଥିବା ମନେ କରାଯାଏ। ପରବର୍ତ୍ତୀ କାଳରେ ଉକ୍ତ ଉଦ୍ୟାନରେ ମଠ ସ୍ଥାପନ ହୋଇ ଏହା ଜଗନ୍ନାଥ ବଲ୍ଲଭ ମଠ ନାମରେ ପରିଚିତ ହେଲା। ଏହାର ପ୍ରତିଷ୍ଠାତା ଓ ପ୍ରତିଷ୍ଠାକାଳ ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ଜଗନ୍ନାଥ ବଲ୍ଲଭ ଉଦ୍ୟାନରେ ଶ୍ରୀମନ୍ଦିରର ଅଧିକାଂଶ ଯାନିଯାତ୍ରା ତଥା ଉତ୍ସବ ପାଳନ କରାଯାଇଥାଏ। ମଠ ପରିସର ସୁଗ୍ରୀବ ମହାବୀରଙ୍କ ପାଖକୁ ଆଜ୍ଞାମାଳ ଯିବା ପରେ ରଥ ଚାଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri