କୋଭିଡ୍‌ ନିୟମ ପାଳନ କରାଯାଇ ଉଡ଼ାଗଲା ତ୍ରିରଙ୍ଗା

ଡାବୁଗାଁ,୧୫ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରାଯାଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଶନିବାର ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ଲକ ଖବରଦାତା ସଂଘ ଓ ବ୍ଲକ କାର୍ଯ୍ୟାଳୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବିଡିଓ ରଞ୍ଜିତାମେରୀ ନାୟକ, ତହସିଲଦାର ଉମେଶ କୁମାର ପୂଜାରୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଯମୁନା ଭତ୍ରା, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସାଂସଦ ପ୍ରତିନିଧି ଏମ୍‌ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏମ୍‌ ବୁଲୁ ରାଓଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ପରେ ଜୟନ୍ତୀନଗରସ୍ଥିତ ଶିଶୁ ଉଦ୍ୟାନରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାସ୍ଥିତି ପରଖିଲେ କଲମପୁର ବ୍ଲକ ଅଧ୍ୟକ୍ଷା

କଲମପୁର,୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନର ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କଲମପୁର ବ୍ଲକ ଅଧ୍ୟକ୍ଷା...

ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ

କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା...

ଟଙ୍କା ଓ ଚାଉଳ ନେବାକୁ ହଇରାଣ

ରଣପୁର,୬ା୪(ସ୍ବ.ପ୍ର.): କରୋନା ପାଇଁ ସହାୟତା ଅର୍ଥ ପାଇବା ଲାଗି ରାଶନ କାର୍ଡଧାରୀଙ୍କୁ ଡିଲରଙ୍କ ପାଖକୁ ଦୁଇଥର ଦୌଡିବାକୁ ପଡୁଛି। ଥରେ ଟଙ୍କା ପାଇଁ ଓ ପୁଣି...

ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି...

ପ୍ରଶାସନର ଅନୁରୋଧ ପରେ ଶେରଗଡ଼ରେ ଆରମ୍ଭ ହେଲା ଅସ୍ଥାୟୀ ପରିବା ବଜାର

ଶେରଗଡ଼,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବ୍ଲକରେ ମୋଟ୍‌ ୮୨ ଜଣ କରୋନାରେ...

ନାବାଳିକାଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା:ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସହରବାସୀ

ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଶୁକ୍ରବାର ଜଣେ ୧୦ ବର୍ଷିୟା ବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ନ ଦେଇ ପେଡିଆଟ୍ରିକ୍‌ ୱାର୍ଡରେ...

ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି

ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ...

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ହିଞ୍ଜିଳିକାଟୁ,୨୫।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।...

Advertisement

BGU

Archives

Model This Week

Why Dharitri