କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀର ଆକାଶବାଣୀ ଭବନ ନିକଟରେ ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ସେ ଦଳୀୟ ନେତାମାନଙ୍କ ସହ ଧାରଣାରେ ବସିଥିଲେ। ଏହି ସମୟରେ ପୋଲିସ ଦ୍ୱାରା ତାଙ୍କୁ ଅଟକ ରଖାଯିବା ଏବଂ ପରେ ମୁକ୍ତ କରାଯିବା ଘଟଣା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ସର୍ୱସାଧାରଣ ଜୀବନରେ ବେଶ ସକ୍ରିୟ ରହୁଥିବା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ତାଙ୍କ ଗୁରୁଗ୍ରାମସ୍ଥିତ କାର୍ଯ୍ୟାଳୟର ମୂଲ୍ୟକୁ ନେଇ ଲୋକଙ୍କ ମନରେ ପ୍ରାୟତଃ ଉତ୍ସୁକତା ରହିଥାଏ। ନିର୍ୱାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ସରକାରୀ ଦସ୍ତାବିଜ ଆଧାରରେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଯେ ରାହୁଲ ଗାନ୍ଧୀଙ୍କ ମୋଟ ସମ୍ପତ୍ତି କେତେ ଏବଂ ସେ କେଉଁ କେଉଁ ଉତ୍ସରୁ ରୋଜଗାର କରନ୍ତି।

୨୦୨୪ ଲୋକ ସଭା ନିର୍ୱାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ (affidavit) ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ମୋଟ ସମ୍ପତ୍ତି ୨୦.୩୯ କୋଟି ଟଙ୍କାରୁ ଅଧିକ। ସତ୍ୟପାଠରେ ସେ ସୂଚନା ଦେଇଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ମୋଟ ଆୟ ପ୍ରାୟ ୬ କୋଟି ଟଙ୍କା ଥିଲା। ଏହା ପୂର୍ୱରୁ ୨୦୧୯ ସାଧାରଣ ର୍ନିବାଚନରେ ସେ ନିଜ ସମ୍ପତ୍ତି ୧୫.୮୮ କୋଟି ଟଙ୍କା ଘୋଷଣା କରିଥିଲେ। ଏହିଭଳି ଭାବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ମୋଟ ପରିସମ୍ପତ୍ତିରେ ପ୍ରାୟ ୫ କୋଟି ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି।

ସତ୍ୟପାଠରେ ଦିଆଯାଇଥିବା ବିବରଣୀ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ପାଖରେ ବିଶେଷ ନଗଦ ଟଙ୍କା (କ୍ୟାଶ) ରହେ ନାହିଁ। ସତ୍ୟପାଠ ଦାଖଲ ସମୟରେ ତାଙ୍କ ପାଖରେ ମାତ୍ର ୫୫ ହଜାର ଟଙ୍କା ନଗଦ ଉପଲବ୍ଧ ଥିଲା। ଏହା ବ୍ୟତୀତ ଦିଲ୍ଲୀସ୍ଥିତ ଦୁଇଟି ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ତାଙ୍କର ମୋଟ ୨୬.୨୫ ଲକ୍ଷ ଟଙ୍କା ଜମା ରହିଛି। ରାହୁଲ ଗାନ୍ଧୀ ନିଜର ଦୈନନ୍ଦିନ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଖର୍ଚ୍ଚ ଏହି ଆକାଉଣ୍ଟଗୁଡ଼ିକରେ ଥିବା ଜମା ଟଙ୍କା ତଥା ନିଜର ନିୟମିତ ଆୟ ମାଧ୍ୟମରେ ପରିଚାଳନା କରନ୍ତି।

ରାହୁଲ ଗାନ୍ଧୀଙ୍କ ଚଳନ୍ତି ସମ୍ପତ୍ତିର ଏକ ବଡ଼ ଅଂଶ ସେୟାର ବଜାର ଏବଂ ଆର୍ଥିକ ନିବେଶରେ ଲଗାଯାଇଛି। ତାଙ୍କ ପାଖରେ ୟଙ୍ଗ ଇଣ୍ଡିଆନ କମ୍ପାନୀର ୧୦୦ ଟଙ୍କା ମୂଲ୍ୟର ୧,୯୦୦ ସେୟାର ଅଛି, ଯାହାର ମୋଟ ମୂଲ୍ୟ ୧.୯୦ ଲକ୍ଷ ଟଙ୍କା। ଏହା ବ୍ୟତୀତ ସେ ଦେଶର ୨୫ଟି ପ୍ରମୁଖ କମ୍ପାନୀର ସେୟାରରେ ୪.୩୩ କୋଟି ଟଙ୍କା ନିବେଶ କରିଛନ୍ତି। ସେହିପରି ୭ଟି ଭିନ୍ନ ଭିନ୍ନ ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟି ଟଙ୍କା ଲାଗିଛି, ଯେତେବେଳେ କି ପ୍ରାୟ ୧୫ ଲକ୍ଷ ଟଙ୍କାର ଗୋଲ୍ଡ ବଣ୍ଡରେ (Gold Bonds) ମଧ୍ୟ ତାଙ୍କର ନିବେଶ ରହିଛି।

ଆର୍ଥିକ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଏବଂ ବିମା ଯୋଜନାରେ ୬୧.୫୨ ଲକ୍ଷ ଟଙ୍କା ଜମା କରି ରଖିଛନ୍ତି। ଅନ୍ୟପକ୍ଷରେ ମୂଲ୍ୟବାନ ଧାତୁ କଥା କହିଲେ, ତାଙ୍କ ପାଖରେ ପ୍ରାୟ ୪.୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଏବଂ ଅନ୍ୟାନ୍ୟ ଅଳଙ୍କାର ରହିଛି। ଏହି ସମସ୍ତ ଆର୍ଥିକ ମାଧ୍ୟମ, ନିବେଶ, ବ୍ୟାଙ୍କ ଜମା ଏବଂ ଅଳଙ୍କାରକୁ ମିଶାଇ ରାହୁଲ ଗାନ୍ଧୀଙ୍କ ମୋଟ ଚଳନ୍ତି ସମ୍ପତ୍ତିର ମୂଲ୍ୟ ୯.୨୪ କୋଟି ଟଙ୍କା ହେଉଛି।

ଅଚଳ ସମ୍ପତ୍ତି କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କ ପାଖରେ ପ୍ରାୟ ୧୧.୧୫ କୋଟି ଟଙ୍କାର ପରିସମ୍ପତ୍ତି ରହିଛି। ଏଥିରେ ରାଜଧାନୀ ଦିଲ୍ଲୀର ମେହରୌଲିସ୍ଥିତ ସୁଲତାନପୁର ଗ୍ରାମରେ ଥିବା ଦୁଇଟି କୃଷି ଜମି ଅନ୍ତର୍ଭୁକ୍ତ। ଏହି ଚାଷ ଜମିକୁ ସେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଳିତ ଭାବେ କ୍ରୟ କରିଥିଲେ। ଏହି ଜମିରେ ଉଭୟ ଭାଇ-ଭଉଣୀଙ୍କର ଅଧା ଅଧା ଅଂଶୀଦାରୀ ରହିଛି ଏବଂ ବର୍ତ୍ତମାନର ବଜାର ଦର ଅନୁସାରେ ଏହି ସମ୍ପୂର୍ଣ୍ଣ ଜମିର ମୂଲ୍ୟ ପ୍ରାୟ ୨.୧୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

ରାହୁଲ ଗାନ୍ଧୀଙ୍କ ନାମରେ କୌଣସି ବ୍ୟକ୍ତିଗତ ଘର କିମ୍ୱା କାର୍‌ ପଞ୍ଜୀକୃତ ହୋଇନାହିଁ, କିନ୍ତୁ ତାଙ୍କ ନାମରେ ଏକ ବ୍ୟବସାୟିକ ସମ୍ପତ୍ତି (କମର୍ସିଆଲ ପ୍ରପର୍ଟି) ରହିଛି। ହରିୟାଣାର ଗୁରୁଗ୍ରାମରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ତାଙ୍କର ୫,୫୩୮ ବର୍ଗଫୁଟର ଏକ ଅଫିସ ସ୍ପେସ ରହିଛି। ରିଅଲ ଇଷ୍ଟେଟ ବଜାରର ସଦ୍ୟତମ ତଥ୍ୟ ଏବଂ ର୍ନିବାଚନୀ ସତ୍ୟପାଠ ଅନୁସାରେ, ଏହି କାର୍ଯ୍ୟାଳୟର ବର୍ତ୍ତମାନର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ଏହି ଅଫିସ ହିଁ ତାଙ୍କ ମୋଟ ଅଚଳ ସମ୍ପତ୍ତିର ସବୁଠାରୁ ବଡ଼ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚିତ ବିଧାୟକମାନେ ସ୍ଥିର କରିବେ ମୁଖ୍ୟମନ୍ତ୍ରୀ କିଏ ହେବ, କେଶ ମୌର୍ଯ୍ୟଙ୍କ ବୟାନକୁ ନେଇ ରାଜନୀତି ହେଲାଣି ସରଗରମ

ଲକ୍ଷ୍ନୌ,୨୫।୧୧: ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବୟାନବାଜି ତୀବ୍ର ହେବାରେ ଲାଗିଛି। ବୁଧବାର ଉତ୍ତର ପ୍ରଦେଶର…

ଏହି ୬ ଭାରତୀୟ କ୍ରିକେଟର୍‌ଙ୍କ ଗୁରୁ ହେଉଛନ୍ତି ଯୁବରାଜ, ଗିଲ୍‌ଙ୍କଠୁ ବୈଭବ… ତାଲିକାରେ କିଏ କିଏ?

ନୂଆଦିଲ୍ଲୀ,୨୫।୧୧: ୨୦୧୧ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଭାରତୀୟ…

ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ, ଲୁହରେ ଭିଜିଲା ପୂରା ଗାଁ…

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି।…

ଆଜି ସ୍ପଷ୍ଟ ରାହୁ-କେତୁ ଗୋଚର: ୩ ରାଶି ଭାରି ଭାଗ୍ୟଶାଳୀ, ଖୋଲିଲା ଧନଲାଭ ଯୋଗ!

ରାହୁ ଏବଂ କେତୁ ରାଶି ପରିବର୍ତ୍ତନରୁ ମେଷ, ମିଥୁନ ଏବଂ କନ୍ୟା ରାଶିର ଲୋକମାନଙ୍କୁ ଲାଭ ମିଳିପାରେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଗୋଚର ପରେ…

ଲିଙ୍ଗଭିତ୍ତିକ ହିଂସା ନିରୋଧ ଅଭିଯାନ, ମହିଳାଙ୍କ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କ ପ୍ରତି ହିଂସା ନିରୋଧ ଅନ୍ତର୍ଜାତୀୟ ଦିବସ ଅବସରରେ ଗଞ୍ଜାମ ଜିଲାରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି।…

୨୮ ଛକା ମାରି ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ବଡ଼ ରାଜ୍ ଖୋଲିଲେ ମେଣ୍ଟର

ନୂଆଦିଲ୍ଲୀ,୨୫।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ରେକର୍ଡଭରା ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୫୩ଟି…

ଦିନ ଦ୍ୱିପ୍ରହରରେ କୋର୍ଟ ବାହାରେ ଯୁବକଙ୍କୁ ହତ୍ୟା: ହାଜର ହେବାକୁ ଆସିଥିବା ବେଳେ ଫୁଟିଲା ଗୁଳି

ପୁଣେ,୨୫।୧୧: ମହାରାଷ୍ଟ୍ରର ପୁଣେରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ଘଟଣା ଘଟିଯାଇଛି। ଏକ ହତ୍ୟା ମାମଲାର ଅଭିଯୁକ୍ତ ଜଣେ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଆସୁଥିବା…

ପ୍ରେମିକାଙ୍କୁ ବାଇକ୍‌ ଟାଙ୍କି ଉପରେ ବସାଇ ପ୍ରେମିକ କଲେ ଅଜବ ଷ୍ଟଣ୍ଟ୍‌, ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୨୫ା୧୧: ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାରେ ଜଣେ ଯୁବକ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?