ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌

ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର ବିଦେଶୀ ସରଞ୍ଜାମ ରହିଛି। ୪ଜଣ ପ୍ରଶିକ୍ଷକ ଏଠାରେ ଜିମ୍‌ ମେମ୍ବରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଠାରେ ଯୁବତୀ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି। ମହିଳାଙ୍କୁ ଜୁମ୍ବା ଓ ଏରୋବିକ୍ସ ପ୍ରଶିକ୍ଷଣ ଦିଆଯାଉଛି। ସୋମବାର ଠାରୁ ଶନିବାର ଏହା ଖୋଲା ରହେ।

ୟୁରୋ ଜିମ୍‌

କଟକ-ପୁରୀ ରୋଡରେ ୟୁରୋ ଜିମ୍‌ ରହିଛି। ଏହା ୧୯୯୦ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ମାର୍ଶାଲ ଆର୍ଟର ଶିକ୍ଷା ପ୍ରଦାନ କରାଯାଉଛି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ ଜିମ୍‌ ମେମ୍ବରଙ୍କୁ ୭ ଜଣ ଟ୍ରେନର ପ୍ରଶିକ୍ଷଣ ଦେଇଥାନ୍ତି। ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟାୟାମ କରିବାର ସୁଯୋଗ ରହିଛି।

ଡାଇନାମିକ ଜିମ୍‌

ମେ ଫେୟାର ରୋଡ ନିମଟସ୍ଥ ଶ୍ରୀ ଗୁରୁ କଲ୍ୟାଣ ମଣ୍ଡପ ପାର୍ଶ୍ୱରେ ରହିଛି ଡାଇନାମିକ ଜିମ୍‌। ଏଠାରେ ୬ବର୍ଷ ଧରି ଡାଇନାମିକ ଜିମ୍‌ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ବୁଟ କ୍ୟାମ୍ପର ପ୍ରଶିକ୍ଷଣ ଦିଆଯାଉଛି। ୫ଜଣ ଟ୍ରେନରଙ୍କ ପରାମର୍ଶରେ ୧୦୦ରୁ ଊର୍ଦ୍ଧ୍ୱ ମେମ୍ବରଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ଟଲ୍‌ଓ୍ବାକର୍ସ

ଶହୀଦନଗରସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ରହିଛି ଟଲଓ୍ବାକର୍ସ ଜିମ। ୭ବର୍ଷ ଧରି ଚାଲିଥିବା ଟଲଓ୍ବାକର୍ସ ଜିମ୍‌ରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ, ରିଡ୍ୟୁସ ଓ ନିଉ ଫୋରମର ପ୍ରଶିକ୍ଷଣ ଦିଆଯାଉଛି। ଏହା ଛଡା ଷ୍ଟିମ୍‌ ବାଥ ଓ ମସାଜର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିଛି। ୨୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତିଦିନ ବ୍ୟାୟାମ କରିବା ପାଇଁ ଆସନ୍ତି। ୧୭ ଜଣ ଟ୍ରେନର ସେମାନଙ୍କୁ ପ୍ରତିଦନ ଶିକ୍ଷା ପ୍ରଦାନ କରିଥାନ୍ତି।

ବଡି ସଲିଡ

କଳିଙ୍ଗ ଷ୍ଟାଡିୟମ ନିକଟରେ ରହିଛି ବଡି ସଲିଡ ଜିମ୍‌। ୧୨ ବର୍ଷ ତଳେ ବଡି ସଲିଡ ଜିମ୍‌ ଆରମ୍ଭ ହୋଇଥିଲା। ଏଠାରେ ଓ୍ବେଟ ଟ୍ରେନିଂ, କାର୍ଡିଓ, ଏରୋବିକ୍ସ, ଯୋଗ ଆଦି ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଉଛି। ଷ୍ଟିମ୍‌ ବାଥ, ସୋନା ବାଥ ଓ ମସାଜର ସୁବିଧା ମଧ୍ୟ ରହିଛି।୧୦୦ରୁ ଊର୍ଦ୍ଧ୍ୱ ମେମ୍ବର ପ୍ରତି ଦିନ ଜିମ୍‌କୁ ଆସନ୍ତି। ୪ ଜଣ ଟ୍ରେନର ଶିକ୍ଷା ପ୍ରଦାନ କରୁଛନ୍ତି। ବିଭିନ୍ନ ପ୍ରକାର ବ୍ୟାୟାମ ଉପକରଣ ଏଠାରେ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri