କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି

ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ ଦିନର ବିଭିନ୍ନ ସମୟରେ ଆବଶ୍ୟକ ହେଉଥିବା ସାମଗ୍ରୀଗୁଡ଼ିକୁ ପ୍ରସ୍ତୁତ କରି ତାଙ୍କ ନିକଟକୁ ପଠାଇଥାନ୍ତି। ସେ ଚାରମଗଜ, ପୋସ୍ତକ, ଜିରା, ଡାଲଚିନ ଆଦି ବ୍ୟବହାର କରିଥାନ୍ତି। ୧୫ ବର୍ଷ ହେବ ତାଙ୍କ ବେପାର ଚାଲିଛି।

ଦୋଳମୁଣ୍ଡାଇର ହରିହର ପାତ୍ର

ହରି ଭାଇଙ୍କ ଦହିବରା ବ୍ୟବସାୟ ଦୋଳମୁଣ୍ଡାଇ ଚନ୍ଦନପଡ଼ିଆରେ। ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ଚାଲେ ବେପାର। ବର୍ଷର ସବୁଦିନ ଆଳୁଦମରେ ପିଆଜ, ରସୁଣ ସହ ଜିରା, କାଜୁ, ଡାଲଚିନ, ଗୁଜୁରାତି, ପୋସ୍ତକ, ଧନିଆର ସ୍ବତନ୍ତ୍ର ମସଲା ତାଙ୍କ ପ୍ରସ୍ତୁତିକୁ ଭିନ୍ନ ସ୍ବାଦ ଦେଇଥାଏ। ଘୁଗୁନିରେ କେବଳ ରସୁଣ, ଆମ୍ବକଷି ଅଦା, କଞ୍ଚାଲଙ୍କା ପକାନ୍ତି। ପୁଅ ଦୀପକ ତାଙ୍କ ସହ ୫ ବର୍ଷ ହେବ ସାମିଲ ହୋଇଛନ୍ତି।

 

ମଙ୍ଗଳାବାଗର ପ୍ରତାପ ବାରିକ

ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏ ପ୍ରତାପଙ୍କ ଷ୍ଟଲ ମଙ୍ଗଳାବାଗ ବାଘମଙ୍ଗଳା ମନ୍ଦିର ପାର୍ଶ୍ୱରେ ଖୋଲିଥାଏ। ଲୋକଙ୍କ ରୁଚିକୁ ଚାହିଁ ପ୍ରତି ସୋମବାର, ସଂକ୍ରାନ୍ତି, ପଞ୍ଚୁକ, ଗଣେଶ ପୂଜା ସମେତ ଅନ୍ୟାନ୍ୟ ପୂଜାରେ ବିନା ପିଆଜ, ରସୁଣରେ ଆଇଟମ ପ୍ରସ୍ତୁତ କରନ୍ତି। ଅଦା, ରସୁଣ, ପିଆଜ, ଧନିଆ, ଅଦା, ଲଙ୍କାଗୁଣ୍ଡ, ଗୋଲମରିଚ, ଡାଲଚିନ, ଗୁଜୁରାତି ଆଦିରେ ନିଜେ ମସଲା ପ୍ରସ୍ତୁତ କରି ପକାଇଥାନ୍ତି। ୨୫ ବର୍ଷ ହେବ ବ୍ୟବସାୟ କରୁଛନ୍ତି। ମିଠା ଓ ଖଟା ୨ ପ୍ରକାର ଦହିବରା ତାଙ୍କ ଷ୍ଟଲରେ ଉପଲବ୍ଧ ରହିଛି।

 

ଅପର୍ଣ୍ଣାନଗରର ପ୍ରମୋଦ କୁମାର ସାହୁ

ପିଆଜ, ରସୁଣକୁ ବାଦ୍‌ ଦେଇ ବର୍ଷ ତମାମ ଦହିବରା-ଆଳୁଦମ ଲୋକଙ୍କୁ ଖୁଆଇ ଚାଲିଛନ୍ତି ପ୍ରମୋଦ। ସକାଳ ୬ଟାରୁ ସାଢ଼େ ୮ଟା ଯାଏ ଘରେ ପ୍ରସ୍ତୁତି ଚାଲେ। ସକାଳ ୯ଟାରେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ସିଦ୍ଧେଶ୍ୱର ମନ୍ଦିର ନିକଟରେ ଷ୍ଟଲ ଖୋଲେ। ସେ ମାତ୍ର ୨ ଘଣ୍ଟାର ବେପାର ମଧ୍ୟରେ ପ୍ରାୟ ୨୫୦ ଲୋକଙ୍କୁ ସ୍ବତନ୍ତ୍ର ସ୍ବାଦରେ ସନ୍ତୁଷ୍ଟ କରନ୍ତି।

 

ବିଡ଼ାନାସିର ରଘୁନାଥ ସାସମଲ

ରଘୁ ଦହିବରା କିଏ ବା ନଜାଣେ। ଜୀବନର ସାୟାହ୍ନରେ ପହଞ୍ଚତ୍ଲେ ବି ଷ୍ଟଲ ଖୋଲିଲେ ଚେୟାର ପକାଇ ବସନ୍ତି। ଲୋକଙ୍କୁ ହସହସ ବଦନରେ ଚାହିଁ ଦୁଇପଦ କଥା କହିଥାନ୍ତି। ତାଙ୍କ ୬୦ ବର୍ଷର ବେପାରକୁ ବଡ଼ପୁଅ କେଦାରନାଥ ଏବେ ସମ୍ଭାଳୁଛନ୍ତି। ଷ୍ଟଲ ଖୋଲିବା ପୂର୍ବରୁ ଲୋକମାନେ ବିଡ଼ାନାସି ରିଂବନ୍ଧ କଡ଼ରେ ଗାଡ଼ିମୋଟର ଥୋଇ ଅପେକ୍ଷା କରିଥାନ୍ତି। ସନ୍ଧ୍ୟା ୫ଟାରେ ଷ୍ଟଲ ଖୋଲିଲେ ଅଧ ଘଣ୍ଟାଏରେ ବେପାର ଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri