Posted inTrending, ଖେଳ

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ ବଡ଼ ବାର୍ତ୍ତା ମଧ୍ୟ ଦେଇଛି। ବେନିନ ବିପକ୍ଷରେ ୩-୦ର ବିଜୟ ପରେ ମେସି ଦଳୀୟ ଏକତା ବଜାୟ ରଖିବାକୁ ନୂଆ ପିଢ଼ିର ଖେଳାଳିଙ୍କୁ ଆହ୍ବାନ କରିଛନ୍ତି।
ବେନିନ ବିପକ୍ଷରେ ଆର୍ଜେଣ୍ଟିନା ୩-୦ରେ ବିଜୟୀ ହୋଇଥିବା ବେଳେ ମେସି ଗୋଟିଏ ଗୋଲ କରିଥିଲେ ଏବଂ ଦୁଇଟି ଗୋଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମ୍ୟାଚ ଶେଷ ହେବା ପରେ ଯେତେବେଳେ ସେ ମାଇକ ଧରିଥିଲେ, ସେତେବେଳେ ଷ୍ଟାଡିୟମର ପରିବେଶ ଭାବବିହ୍ବଳ ହୋଇଯାଇଥିଲା। ମେସି ନିଜର ଦୀର୍ଘ ଅନ୍ତର୍ଜାତୀୟ ଯାତ୍ରାକୁ ସ୍ମରଣ କରିବା ସହ ଫ୍ୟାନ୍‌ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।
ବିଦାୟୀ ଭାଷଣରେ ମେସି କହିଥିଲେ, ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଦେବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ। କଠିନ ସମୟରେ ମଧ୍ୟ ଫ୍ୟାନ୍‌ମାନେ ତାଙ୍କୁ ହାର୍‌ ନ ମାନିବାକୁ ପ୍ରେରଣା ଦେଇଥିବା କଥା ସେ ସ୍ମରଣ କରିଥିଲେ। ଆର୍ଜେଣ୍ଟିନା ପାଇଁ ଖେଳିବା ମୋ ଜୀବନର ସବୁଠାରୁ ସୁନ୍ଦର ଅନୁଭ। ଦେଶର ଜର୍ସି ପିନ୍ଧି ମାଇଦାନକୁ ଓହ୍ଲାଇବା ତାଙ୍କ ପାଇଁ ସର୍ବଦା ଗର୍ବର ବିଷୟ।

ମେସି ନିଜର ବିଶ୍ୱକପ ଅନୁଭବକୁ ମଧ୍ୟ ସ୍ମରଣ କରିଥିଲେ। ବିଶ୍ୱକପ୍‌ରେ ଦଳ ଦେଶବାସୀଙ୍କ ସ୍ବପ୍ନ ପୂରଣ କରିବାର ନିକଟତର ହୋଇଥିବା କଥା ସେ କହିଥିଲେ। ଦଳର ପ୍ରତ୍ୟେକ ଖେଳାଳି ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇ ଲଢ଼ିଥିବା ମେସି କହିଥିଲେ। ତାଙ୍କ ସଫଳତା କେବଳ ନିଜର ନୁହେଁ,ଫ୍ୟାନ୍‌ମାନଙ୍କ ଭଲପାଇବା ଓ ସମର୍ଥନ ଯୋଗୁ ଏହି ସ୍ବପ୍ନ ସାକାର ହୋଇଛି।

ମେସି ଆହୁରି ମଧ୍ୟ କହିଥିଲେ, ଆର୍ଜେଣ୍ଟିନାର ଜାତୀୟ ଦଳର ରଙ୍ଗ ଓ ଫ୍ୟାନ୍‌ମାନଙ୍କୁ ସେ ବହୁତ ମିସ କରିବେ। ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ଟୁର୍ନାମେଣ୍ଟରେ ଫ୍ୟାନ୍‌ମାନେ ଯେପରି ସମର୍ଥନ କରିଛନ୍ତି, ତାହାକୁ ସେ କେବେ ଭୁଲିବେ ନାହିଁ ବୋଲି କହିଥିଲେ। ତେବେ ଜାତୀୟ ଦଳଠାରୁ ଦୂରେ ରହିଲେ ମଧ୍ୟ ନୂଆ ପିଢ଼ିର ଖେଳାଳିମାନଙ୍କ ସହ ରହିବେ ଏବଂ ସେମାନଙ୍କୁ ସମର୍ଥନ କରିବେ ବୋଲି ମେସି ସ୍ପଷ୍ଟ କରିଥିଲେ।

ଏହା ସହ କିଛି ଲୋକ ଆର୍ଜେଣ୍ଟିନା ଜାତୀୟ ଦଳକୁ ଜିତୁଥିବା ଦେଖିବାକୁ ଚାହାନ୍ତି ନାହିଁ ବୋଲି ମେସି ଚେତାବନୀ ଦେଇଥିଲେ। ତେଣୁ ଏଭଳି ପରିସ୍ଥିତି ବିରୋଧରେ ମଧ୍ୟ ଏକଜୁଟ ହୋଇ ରହିବାକୁ ସେ ଆହ୍ବାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?