Posted inTrending, ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ପଡ଼ିଆକୁ ଓହ୍ଲାଇବ। ଏସିଆନ ଗେମ୍ସରେ ଭିଭିଏସ୍‌ ଲକ୍ଷ୍ମଣ ମୁଖ୍ୟ କୋଚ୍‌ ଥିଲେ। ବର୍ତ୍ତମାନ ମୁଖ୍ୟକୋଚ୍‌ ବଦଳି ଥିବାରୁ ଦଳର ଷ୍ଟ୍ରାଟେଜିରେ ପରିବର୍ତ୍ତନ ହେବା ନିଶ୍ଚିତ। କିନ୍ତୁ ଉଭୟ କୋଚ୍‌ ନଂ.୮ ପର୍ଯ୍ୟନ୍ତ ବ୍ୟାଟିଂ ଲାଇନ ରଖିବାରେ ବିଶ୍ୱାସ କରନ୍ତି।
ଆୟାରଙ୍କ ନେତୃତ୍ୱାଧୀନ ଦଳରେ ଖେଳାଳିଙ୍କ ଚୟନକୁ ନେଇ ସମସ୍ୟା ରହିଛି। ସଞ୍ଜୁ ସାମସନ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରୁ କିଏ ଖେଳିବ, ତାହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ଦୁହେଁ ଏସିଆନ ଗେମ୍ସରେ ଏକାଠି ଖେଳିଥିଲେ। କିନ୍ତୁ ଉଭୟଙ୍କୁ ଏଥର ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବାର ସମ୍ଭାବନା କମ୍‌। ନିଶିନ ସହରସ୍ଥିତ କରୋଗି ସ୍ପୋଟର୍‌ସ ପାର୍କର ସ୍ପିନ ଫ୍ରେଣ୍ଡଲି ପିଚ୍‌ରେ ସୂର୍ଯ୍ୟବଂଶୀ, ଅଭିଷେକ ଓ ସାମସନଙ୍କୁ ଖେଳାଇଥିଲେ ଲକ୍ଷ୍ମଣ। କଷ୍ଟକର ପିଚ୍‌କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲା ଟିମ୍‌ ମ୍ୟାନେଜମେଣ୍ଟ। କିନ୍ତୁ ନଂ.୩ ପୋଜିଶନରେ ସାମସନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏସିଆନ ଗେମ୍ସ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ସାମସନ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅଲରାଉଣ୍ଡରଙ୍କ ପ୍ରତି ଗମ୍ଭୀରଙ୍କ ଦୁର୍ବଳତା ଥିବାରୁ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ କରାଯାଇପାରେ। ଦଳରେ ଇଶାନ କିଷନ, ଅଧିନାୟକ ଶ୍ରେୟସ, ଉପ ଅଧିନାୟକ ତିଲକ ବର୍ମା, ଶିବମ ଦୁବେ ଓ ରେଡ୍ଡୀଙ୍କ ସହ ଅକ୍ଷର ପଟେଲ ମିଡିଲ ଅର୍ଡରରେ ଥିବାରୁ ସାମସନ ଓ ସୂର୍ଯ୍ୟବଂଶୀଙ୍କ ମଧ୍ୟରୁ ଜଣେ ହିଁ ଖେଳିପାରିବେ। ଏହାବାଦ୍‌ ଗମ୍ଭୀରଙ୍କ ମୁଣ୍ଡବିନ୍ଧାର ଆଉ ଏକ କାରଣ ହେଉଛି ଅଭିଜ୍ଞ ଅର୍ଶଦୀପ ସିଂଙ୍କ ସହ ନୂଆ ବଲରେ କିଏ ବୋଲିଂ କରିବେ। ୧୫ ଜଣିଆ ଦଳରେ ମୟଙ୍କ ଅଗ୍ରଓ୍ବାଲ ଓ ପ୍ରିନ୍ସ ଯାଦବଙ୍କ ରୂପେ ଦୁଇ ପେସର ରହିଛନ୍ତି। କିନ୍ତୁ ଉଭୟ ପାଖରେ ଯଥାକ୍ରମେ ୬ ଓ ୩ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଛି। ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନ ବିଭାଗ ସମ୍ଭାଳିବେ। ଏସିଆନ ଗେମ୍ସ ଭଳି ଏହି ସିରିଜ୍‌ରେ ଅଭିଷେକଙ୍କୁ ସ୍ପିନର ଭାବେ ଅଧିନାୟକ ଶ୍ରେୟସ ବ୍ୟବହାର କରିବେ କି ନାହିଁ, ତାହା ଦେଖିବା ବାକି ରହିଲା। ଅଭିଷେକ ଏସିଆନ ଗେମ୍ସରେ ବାମହାତୀ ସ୍ପିନ ବୋଲିଂ କରି ଉଇକେଟ ନେଇଥିଲେ।
ସିରିଜ୍‌ ଶ୍ରେୟସଙ୍କ ନେତୃତ୍ୱ ଲାଗି ଏକ ବଡ଼ ପରୀକ୍ଷା ହେବ। କାରଣ ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ଟି୨୦ ଫର୍ମାଟର ଅନ୍ୟତମ ପାଓ୍ବାରହାଉସ୍‌ ବିବେଚନା କରାଯାଏ। ଶ୍ରେୟସଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାଓ୍ବେ ଓ ଆଫଗାନିସ୍ତାନ ଭଳି ଅପେକ୍ଷାକୃତ ଦୁର୍ବଳ ଦଳ ବିପକ୍ଷରେ ଟି୨୦ ସିରିଜ୍‌ ଜିତିଛି। କିନ୍ତୁ ଘରୋଇ ପରିବେଶରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ୧୦ରୁ ୯ ମ୍ୟାଚ୍‌ ଜିତିଥିବାରୁ ଭାରତୀୟ ଦଳ ସୁବିଧାଜନକ ସ୍ଥିତିରେ ରହିବ। ଅନ୍ୟପକ୍ଷରେ ଶାଇ ହୋପଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳରେ ରୋମାରିଓ ଶେଫର୍ଡ, ରୋବମାନ ପାଓ୍ବେଲ, ଶେରଫାନେ ରଦରଫୋର୍ଡ, ଶିମରନ ହେଟମାୟର, ଆକିଲ ହୋସେନଙ୍କ ଭଳି ମ୍ୟାଚ୍‌ ଓ୍ବିନ୍ନର ରହିଛନ୍ତି, ଯେଉଁମାନେ ଆଇପିଏଲ୍‌ରେ ମଧ୍ୟ ଖେଳୁଛନ୍ତି। ଏଥିସହିତ ରୋଷ୍ଟନ ଚେଜ, କିମୋ ପଲ, ପାଓ୍ବେଲ ଓ ଶେଫର୍ଡଙ୍କ ରୂପେ ଦକ୍ଷ ଅଲରାଉଣ୍ଡର ରହିଛନ୍ତି।

ସମୟ: ସନ୍ଧ୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ, ଜିଓ ହଟ୍‌ଷ୍ଟାର

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?